କାରଖାନାର ବିଷାକ୍ତ କଳାଧୂଆଁରେ ଅଞ୍ଚଳବାସୀ ଅତିଷ୍ଠ: କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

କୁଆଁରମୁଣ୍ଡା,୧।୫(ମହେନ୍ଦ୍ରକୁମାର ସାହୁ): ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ୨୦ରେ କୁଆଁରମୁଣ୍ଡା ଅଞ୍ଚଳରେ ହଠାତ୍‌ କଳା ହାଣ୍ଡିଆ ବାଦଲ ଉଠାଇ ଥିଲା। ଏହାର ସୁଯୋଗ ନେଇ କୁଆଁରମୁଣ୍ଡା ବସ୍ତି ନିକଟସ୍ଥ ଏକ ଲୁହା ସ୍ପଞ୍ଜ କାରଖାନା ବାୟୁମଣ୍ଡଳକୁ ବିଷାକ୍ତ କଳା ଧୂଆଁ ଛାଡିଥିବା ଅଭିଯୋଗ ହୋଇଛି। ଏପରିକି ନିକଟସ୍ଥ ବସ୍ତି ବାସିନ୍ଦାଙ୍କ ଘରେ କଳା ଧୂଆଁ ପଶି ଲୋକେ ଅଣ ନିଶ୍ୱାସୀ ହୋଇପଡ଼ିଥିଲେ। ଏହାସହ ପିଇବା ପାଣି ଏବଂ ଖାଦ୍ୟ ପଦାର୍ଥରେ କଳାଧୂଆଁ ଓ ଧୂଳି ପଶି ନଷ୍ଟ […] The post କାରଖାନାର ବିଷାକ୍ତ କଳାଧୂଆଁରେ ଅଞ୍ଚଳବାସୀ ଅତିଷ୍ଠ: କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା appeared first on Dharitri Odia News.

କାରଖାନାର ବିଷାକ୍ତ କଳାଧୂଆଁରେ ଅଞ୍ଚଳବାସୀ ଅତିଷ୍ଠ: କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

କୁଆଁରମୁଣ୍ଡା,୧।୫(ମହେନ୍ଦ୍ରକୁମାର ସାହୁ): ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ୨୦ରେ କୁଆଁରମୁଣ୍ଡା ଅଞ୍ଚଳରେ ହଠାତ୍‌ କଳା ହାଣ୍ଡିଆ ବାଦଲ ଉଠାଇ ଥିଲା। ଏହାର ସୁଯୋଗ ନେଇ କୁଆଁରମୁଣ୍ଡା ବସ୍ତି ନିକଟସ୍ଥ ଏକ ଲୁହା ସ୍ପଞ୍ଜ କାରଖାନା ବାୟୁମଣ୍ଡଳକୁ ବିଷାକ୍ତ କଳା ଧୂଆଁ ଛାଡିଥିବା ଅଭିଯୋଗ ହୋଇଛି। ଏପରିକି ନିକଟସ୍ଥ ବସ୍ତି ବାସିନ୍ଦାଙ୍କ ଘରେ କଳା ଧୂଆଁ ପଶି ଲୋକେ ଅଣ ନିଶ୍ୱାସୀ ହୋଇପଡ଼ିଥିଲେ। ଏହାସହ ପିଇବା ପାଣି ଏବଂ ଖାଦ୍ୟ ପଦାର୍ଥରେ କଳାଧୂଆଁ ଓ ଧୂଳି ପଶି ନଷ୍ଟ ହୋଇଯାଇଥିବା ବସ୍ତିବାସିନ୍ଦା କହିଛନ୍ତି।

ସସ୍ତିକ ସ୍ପଞ୍ଜ କାରଖାନା ଏହିଭଳି ପ୍ରଦୂଷଣ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ବସ୍ତି ବାସିନ୍ଦାଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି। ଏ ନେଇ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ବିଭାଗର ଅଧିକାରୀ ଡ.ଅନୁପ କୁମାର ମଲ୍ଲିକଙ୍କୁ ପଚରିବାରୁ କୁଆଁରମୁଣ୍ଡାର ସସ୍ତିକ ସ୍ପଞ୍ଜ କାରଖାନାର ପ୍ରଦୂଷଣ ନେଇ ସ୍ଥାନୀୟ ଲୋକେ ବହୁବାର ଅଭିଯୋଗ କରିଛନ୍ତି। ଏ ନେଇ ଭୁବନେଶରସ୍ଥିତ ରାଜ୍ୟ ପ୍ରଦୂଷଣ ବିଭାଗକୁ ଜଣାଇ ଦେଇଛୁ। କେବଳ କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ଅଛୁ ବୋଲି ଡ ମଲ୍ଲିକ କହିଛନ୍ତି।

The post କାରଖାନାର ବିଷାକ୍ତ କଳାଧୂଆଁରେ ଅଞ୍ଚଳବାସୀ ଅତିଷ୍ଠ: କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା appeared first on Dharitri Odia News.