କାର୍ଯ୍ୟ କ୍ଷେତ୍ରରେ ସୃଷ୍ଟି ହୋଇପାରେ ବାଧା, ଏହି ରାଶିର ବ୍ୟକ୍ତିଙ୍କ ଅଟକି ଥିବା କାର୍ଯ୍ୟ ହେବ ସଂପୂର୍ଣ୍ଣ

ମେଷ- ଶରୀରରେ ଯନ୍ତ୍ରଣା ଅନୁଭବ ହୋଇପାରେ। ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣିପାରନ୍ତି । ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ୍‌ ନିଷ୍ପତ୍ତି ନେବେ । ମନରେ ବିଷାଦର ଭାବ ରହିବ । ଛାତ୍ର ଛାତ୍ରୀମାନେ ନୂତନ ଚିନ୍ତାଧାରାର ବଶବର୍ତ୍ତୀ ହେବେ । ବୃଷ- ସହକର୍ମୀଙ୍କ ସହ ବିଶେଷ ଆଲୋଚନା କରିବେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ । ପତିପତ୍ନୀଙ୍କ ପାଇଁ ଦିନଟି ଏତେ ଖାସ ହେବ ନାହିଁ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ । ମିଥୁନ- ସବୁ କର୍ମରେ ଆପଣ ସଂପୂର୍ଣ୍ଣ ଯୋଗଦାନ ଦେବେ । ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିବ । ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ । ଉଚ୍ଚ ପଦବୀ ମିଳିବାର ଯୋଗ ଅଛି । ଦମ୍ପତିମାନେ ଖୁସିରେ ଦିନଟି କାଟିବେ। କର୍କଟ- ଚାକିରିରେ ସଫଳତା ମିଳିବ । ଦିନଟିରେ ଉନ୍ନତି ଆଶାନୁରୂପ ହେବ । ବିଦେଶ ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । କିଛି ଲୁଚି ରହିଥିବା ମିଥ୍ୟା ସର୍ବସମ୍ମୁଖକୁ ଆସିପାରେ । ସନ୍ତାନଙ୍କ ସହ ମନୋମାଳିନ୍ୟ ହୋଇପାରେ। ସିଂହ- ଦିନଟିରେ ଚିନ୍ତାରେ ପଡ଼ିବେ । ଜୀବନ ସାଥିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଦେବ । ମିତ୍ରଙ୍କ ଠାରୁ ଉପହାର ମିଳିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ବିଦ୍ୟାର୍ଥୀମାନେ ଅସଫଳ ହେବେ । କନ୍ୟା- ଦିନଟି ବାଦ ବିବାଦ ଦେଇ ଗତି କରିବ । କର୍ମ କ୍ଷେତ୍ରରେ ମାନହାନି ହେବାର ଯଥେଷ

କାର୍ଯ୍ୟ କ୍ଷେତ୍ରରେ ସୃଷ୍ଟି ହୋଇପାରେ ବାଧା, ଏହି ରାଶିର ବ୍ୟକ୍ତିଙ୍କ ଅଟକି ଥିବା କାର୍ଯ୍ୟ ହେବ ସଂପୂର୍ଣ୍ଣ

ମେଷ- ଶରୀରରେ ଯନ୍ତ୍ରଣା ଅନୁଭବ ହୋଇପାରେ। ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣିପାରନ୍ତି । ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ୍‌ ନିଷ୍ପତ୍ତି ନେବେ । ମନରେ ବିଷାଦର ଭାବ ରହିବ । ଛାତ୍ର ଛାତ୍ରୀମାନେ ନୂତନ ଚିନ୍ତାଧାରାର ବଶବର୍ତ୍ତୀ ହେବେ ।

ବୃଷ- ସହକର୍ମୀଙ୍କ ସହ ବିଶେଷ ଆଲୋଚନା କରିବେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ । ପତିପତ୍ନୀଙ୍କ ପାଇଁ ଦିନଟି ଏତେ ଖାସ ହେବ ନାହିଁ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

ମିଥୁନ- ସବୁ କର୍ମରେ ଆପଣ ସଂପୂର୍ଣ୍ଣ ଯୋଗଦାନ ଦେବେ । ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିବ । ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ । ଉଚ୍ଚ ପଦବୀ ମିଳିବାର ଯୋଗ ଅଛି । ଦମ୍ପତିମାନେ ଖୁସିରେ ଦିନଟି କାଟିବେ।

କର୍କଟ- ଚାକିରିରେ ସଫଳତା ମିଳିବ । ଦିନଟିରେ ଉନ୍ନତି ଆଶାନୁରୂପ ହେବ । ବିଦେଶ ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । କିଛି ଲୁଚି ରହିଥିବା ମିଥ୍ୟା ସର୍ବସମ୍ମୁଖକୁ ଆସିପାରେ । ସନ୍ତାନଙ୍କ ସହ ମନୋମାଳିନ୍ୟ ହୋଇପାରେ।

ସିଂହ- ଦିନଟିରେ ଚିନ୍ତାରେ ପଡ଼ିବେ । ଜୀବନ ସାଥିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଦେବ । ମିତ୍ରଙ୍କ ଠାରୁ ଉପହାର ମିଳିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ବିଦ୍ୟାର୍ଥୀମାନେ ଅସଫଳ ହେବେ ।

କନ୍ୟା- ଦିନଟି ବାଦ ବିବାଦ ଦେଇ ଗତି କରିବ । କର୍ମ କ୍ଷେତ୍ରରେ ମାନହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗିପାରେ । ବନ୍ଧୁ ମିଳନର ଯୋଗ ରହିଛି ।

ତୁଳା- ତୁଳା ରାଶି ପାଇଁ ଘାତ ଚନ୍ଦ୍ର ରହିଛି । ମନରେ ସାଧାରଣତଃ ଅଶାନ୍ତି ସୃଷ୍ଟି ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେବ । ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ଚାକିରିରେ ଉନ୍ନତି ହେବ । ବିଦ୍ୟାର୍ଥୀମାନେ ପାଠରେ ମନଯୋଗ ଦେବେ ନାହିଁ ।

ବିଛା- ଦିନଟିରେ ଅର୍ଥ ବ୍ୟୟର ଯୋଗ ରହିଛି । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇପାରେ । କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସାମାନ୍ୟ ବିଳମ୍ବ ହେବ । ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ସାମାନ୍ୟ ଅର୍ଥାଭାବ ଦେଖାଦେବ ।

ଧନୁ - ରାଶିକୁ ଶ୍ରୀ ଚନ୍ଦ୍ର ଯୋଗ ରହିଛି । ଦିନଟି ଉତ୍ତମ ଫଳ ଦେବ । ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ନୀରବତା ରକ୍ଷା କରନ୍ତୁ। ଦମ୍ପତିମାନଙ୍କର ଦୂର ଯାତ୍ରାର ଯୋଗ ରହିଛି । ବିଦ୍ୟାର୍ଥୀମାନେ ପାଠ ପଢ଼ାରେ ଅଧିକ ଗୁରୁତ୍ଵ ଦେବେ ।

ମକର- ଦିନଟି ଶୁଭରେ କଟିବ । ଦାମ୍ପତ୍ୟ ଜୀବନରେ ଶାନ୍ତି ଦେଖାଦେବ । ଧାର୍ମିକ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଆୟର ଯୋଗ ରହିଛି । ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ । ଚାକିରିରେ ପଦୋନ୍ନତିର ଯୋଗ ରହିଛି ।

କୁମ୍ଭ- ଅଟକି ଥିବା ଧନକୁ ପାଇ ଖୁସି ହେବେ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଜଗିରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ । ବିଦ୍ୟାର୍ଥୀଙ୍କ ପରିଶ୍ରମ ସଫଳତା ଦେବ ।

ମୀନ- ଦିନଟି ବହୁତ୍ ଖୁସି ଖବର ଦେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶତ୍ରୁଙ୍କ ପରାଜୟ ହେବ । କର୍ମକ୍ଷେତ୍ରରେ ନୂତନ ପଦ ପଦବିରେ ଯୋଗଦାନ କରିବେ । ବ୍ୟବସାୟ ଖୁବ୍ ଭଲ ହେବ । ଆଶା କରିଥିବା ଜିନିଷ ସହଜରେ ପ୍ରାପ୍ତି ହେବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - ୮୨୪୯୮୨୬୬୮

The post କାର୍ଯ୍ୟ କ୍ଷେତ୍ରରେ ସୃଷ୍ଟି ହୋଇପାରେ ବାଧା, ଏହି ରାଶିର ବ୍ୟକ୍ତିଙ୍କ ଅଟକି ଥିବା କାର୍ଯ୍ୟ ହେବ ସଂପୂର୍ଣ୍ଣ appeared first on Prameya News7.