କାର୍‌ର ହେଲା ଅନ୍ତିମ ସଂସ୍କାର; ଯୋଗଦେଲେ ୧୫ ହଜାର ଲୋକ: ଦେଖନ୍ତୁ ଭିଡିଓ

ଗାନ୍ଧୀନଗର,୯।୧୧: ସାଧାରଣତଃ ଅନେକ ପ୍ରକାରର ବିଦାୟ ସମାରୋହ ଦେଖିବାକୁ ମିଳେ। ସରକାରୀ କାର୍ଯ୍ୟାଳୟରୁ ଅଧିକାରୀଙ୍କ ବିଦାୟ, ବିବାହରେ କନ୍ୟାର ବିଦାୟ ଏବଂ ଜୀବନର ଅନ୍ତିମ ବିଦାୟ। କିନ୍ତୁ ଆପଣ କେବେ କାରର ଅନ୍ତିମ ବିଦାୟ ଦେଖିଛନ୍ତି କି? ହଁ, ଜଣେ ବ୍ୟକ୍ତି ତାଙ୍କ କାରକୁ ଏତେ ଭଲ ପାଉଥିଲେ ଯେ, ୧୨ ବର୍ଷର କାରକୁ କବାଡିବାଲାକୁ ଦେବା ଅପେକ୍ଷା ତାହାକୁ ପୋତିଦେବା ଉଚିତ୍‌ ମଣିଛନ୍ତି। କେବଳ ଏତିକି ନୁହେଁ, ସେ ଧୂମ୍‌ଧାମରେ କାରର ଶେଷ ଯାତ୍ରା ବାହାର […] The post କାର୍‌ର ହେଲା ଅନ୍ତିମ ସଂସ୍କାର; ଯୋଗଦେଲେ ୧୫ ହଜାର ଲୋକ: ଦେଖନ୍ତୁ ଭିଡିଓ appeared first on Dharitri Odia News.

କାର୍‌ର ହେଲା ଅନ୍ତିମ ସଂସ୍କାର; ଯୋଗଦେଲେ ୧୫ ହଜାର ଲୋକ: ଦେଖନ୍ତୁ ଭିଡିଓ

ଗାନ୍ଧୀନଗର,୯।୧୧: ସାଧାରଣତଃ ଅନେକ ପ୍ରକାରର ବିଦାୟ ସମାରୋହ ଦେଖିବାକୁ ମିଳେ। ସରକାରୀ କାର୍ଯ୍ୟାଳୟରୁ ଅଧିକାରୀଙ୍କ ବିଦାୟ, ବିବାହରେ କନ୍ୟାର ବିଦାୟ ଏବଂ ଜୀବନର ଅନ୍ତିମ ବିଦାୟ। କିନ୍ତୁ ଆପଣ କେବେ କାରର ଅନ୍ତିମ ବିଦାୟ ଦେଖିଛନ୍ତି କି? ହଁ, ଜଣେ ବ୍ୟକ୍ତି ତାଙ୍କ କାରକୁ ଏତେ ଭଲ ପାଉଥିଲେ ଯେ, ୧୨ ବର୍ଷର କାରକୁ କବାଡିବାଲାକୁ ଦେବା ଅପେକ୍ଷା ତାହାକୁ ପୋତିଦେବା ଉଚିତ୍‌ ମଣିଛନ୍ତି। କେବଳ ଏତିକି ନୁହେଁ, ସେ ଧୂମ୍‌ଧାମରେ କାରର ଶେଷ ଯାତ୍ରା ବାହାର କରି ଭୂମିରେ ଏକ ଗାତ ଖୋଳି ପୋତି ଦେଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଗୁଜରାଟର ଜଣେ କୃଷକ। ସେ ତାଙ୍କର ୧୨ ବର୍ଷ ପୁରୁଣା ୱାଗନର କାରକୁ ବିଦାୟ ଦେଇଛନ୍ତି।

ଗୁଜରାଟର ଆମରେଲି ଜିଲାର ଲାଠି ତାଲୁକାର ପାଦରସିଙ୍ଗା ଗାଁର ବାସିନ୍ଦା ସଞ୍ଜୟ ପୋଲାରା ଏବଂ ତାଙ୍କ ପରିବାର ସେମାନଙ୍କ ଚାଷ ଜମିରେ ୧୨ ବର୍ଷ ଧରି ସହାୟତା କରିଆସୁଥିବା କାରର ଶେଷ ରୀତିନୀତି କରିଥିଲେ। ଏହି ସମୟ ମଧ୍ୟରେ କୃଷକ ସଞ୍ଜୟ ମଧ୍ୟ ତାଙ୍କ କାର ପାଇଁ ଏକ ଅନ୍ତିମ ସଂସ୍କାରର ଆୟୋଜନ କରିଥିଲେ। ଏଥିରେ ୧୫ ହଜାର ଲୋକ ଅଂଶଗ୍ରହଣ କରିଥିଲେ।

The post କାର୍‌ର ହେଲା ଅନ୍ତିମ ସଂସ୍କାର; ଯୋଗଦେଲେ ୧୫ ହଜାର ଲୋକ: ଦେଖନ୍ତୁ ଭିଡିଓ appeared first on Dharitri Odia News.