କାର୍‌ରେ ଆସୁଥିଲେ ୪ ବ୍ୟବସାୟୀ, ଗୁଳିମାଡ଼ କଲେ ଦୁର୍ବୃତ୍ତ

ଛତ୍ରପୁର ୫।୧୨: ଗଞ୍ଜାମ ଜିଲ୍ଲା ହୁମ୍ମା ଫାଣ୍ଡି ଅନ୍ତର୍ଗତ ମୟୂରପଦା ନିକଟ ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ବାଇକ ଆସି କାଜୁ ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି l ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି  କାର୍‌ରେ ବସିଥିବା ଚାରି ଜଣଙ୍କ ମଧ୍ୟରୁ ଗୌରବ ସେଠୀ ନାମକ ଜଣେ କାଜୁ ବ୍ୟବସାୟୀଙ୍କ ଉପରକୁ ଗୁଳିକାଣ୍ଡ ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବ୍ୟବସାୟୀ ମାନେ l ଘଟଣା ସ୍ଥଳରେ ହୁମ୍ମା ପୋଲିସ ପହଞ୍ଚି ଦୁଇଟି ଖୋକା ସହ ବ୍ୟବସାୟୀ ମାନେ ବ୍ୟବହାର କରିଥିବା ଏକ କାର୍‌କୁ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି । ଦୁର୍ବୃତ୍ତ ମାନେ ବାଇକରେ ଆସି କାରକୁ ପିଛା କରି ଗୁଳି ଫୁଟାଇଥିଲେ । କାରର ମିରରରେ ବାଜିଛି ଗୁଳି । ଭୟରେ କାର୍ ଛାଡ଼ି ବ୍ୟବସାୟୀ ମାନେ ଦୌଡ଼ି ପଳେଇ ଯାଇଥିଲେ l ଏନେଇ ହୁମ୍ମା ଫାଣ୍ଡିରେ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଘଟଣାସ୍ଥଳରେ ପୋଲିସ ଏସଡିପିଓ ଗୌରହରି ସାହୁ, ରମ୍ଭା ଥାନା ଅଧିକାରୀ, ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।You Can Read:୩ ବର୍ଷରେ ବ୍ରଜପାତରେ ଗଲାଣି ୧୦୫୭ ଜଣଙ୍କ ଜୀବନ : ମୟୁରଭଞ୍ଜ, ବାଲେଶ୍ଵର, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ମୃତ୍ୟୁ   

କାର୍‌ରେ ଆସୁଥିଲେ ୪ ବ୍ୟବସାୟୀ, ଗୁଳିମାଡ଼ କଲେ ଦୁର୍ବୃତ୍ତ

ଛତ୍ରପୁର ୫।୧୨: ଗଞ୍ଜାମ ଜିଲ୍ଲା ହୁମ୍ମା ଫାଣ୍ଡି ଅନ୍ତର୍ଗତ ମୟୂରପଦା ନିକଟ ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ବାଇକ ଆସି କାଜୁ ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି l ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି  କାର୍‌ରେ ବସିଥିବା ଚାରି ଜଣଙ୍କ ମଧ୍ୟରୁ ଗୌରବ ସେଠୀ ନାମକ ଜଣେ କାଜୁ ବ୍ୟବସାୟୀଙ୍କ ଉପରକୁ ଗୁଳିକାଣ୍ଡ ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବ୍ୟବସାୟୀ ମାନେ l ଘଟଣା ସ୍ଥଳରେ ହୁମ୍ମା ପୋଲିସ ପହଞ୍ଚି ଦୁଇଟି ଖୋକା ସହ ବ୍ୟବସାୟୀ ମାନେ ବ୍ୟବହାର କରିଥିବା ଏକ କାର୍‌କୁ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି । ଦୁର୍ବୃତ୍ତ ମାନେ ବାଇକରେ ଆସି କାରକୁ ପିଛା କରି ଗୁଳି ଫୁଟାଇଥିଲେ । କାରର ମିରରରେ ବାଜିଛି ଗୁଳି । ଭୟରେ କାର୍ ଛାଡ଼ି ବ୍ୟବସାୟୀ ମାନେ ଦୌଡ଼ି ପଳେଇ ଯାଇଥିଲେ l ଏନେଇ ହୁମ୍ମା ଫାଣ୍ଡିରେ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଘଟଣାସ୍ଥଳରେ ପୋଲିସ ଏସଡିପିଓ ଗୌରହରି ସାହୁ, ରମ୍ଭା ଥାନା ଅଧିକାରୀ, ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।

You Can Read:

୩ ବର୍ଷରେ ବ୍ରଜପାତରେ ଗଲାଣି ୧୦୫୭ ଜଣଙ୍କ ଜୀବନ : ମୟୁରଭଞ୍ଜ, ବାଲେଶ୍ଵର, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ମୃତ୍ୟୁ