କାଲି ଖୋଲିବ ରତ୍ନ ଭଣ୍ଡାର : ସୂଚନା ଦେଲେ ଆଇନ୍‌ ମନ୍ତ୍ରୀ

ଭୁବନେଶ୍ୱର : ସ୍ପଷ୍ଟ କଲେ ଆଇନ୍‌ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଆସନ୍ତାକାଲି ହିଁ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । କାଲିଠାରୁ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଯେଉଁ ସ୍ୱତନ୍ତ୍ର ନିୟମାବଳି ରହିଛି ସେହି ଅନୁସାରେ ରତ୍ନ ଭଣ୍ଡାର ଖେଳାଯିବ । ଭିତର ରତ୍ନ ଭଣ୍ଡାରର ରତ୍ନ ସବୁକୁ କିଭଳି ସ୍ୱଚ୍ଛତାର ସହ ଗଣତି ମଣତି ହେବ ସେଥିପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ନିଆଯାଇଛି । ପ୍ରତିଟି ଅଳଙ୍କାର ମାନ ନିର୍ଦ୍ଧାରଣ କରାଯିବା ସହ ସଂଖ୍ୟା […] The post କାଲି ଖୋଲିବ ରତ୍ନ ଭଣ୍ଡାର : ସୂଚନା ଦେଲେ ଆଇନ୍‌ ମନ୍ତ୍ରୀ appeared first on KNews Odisha.

କାଲି ଖୋଲିବ ରତ୍ନ ଭଣ୍ଡାର : ସୂଚନା ଦେଲେ ଆଇନ୍‌ ମନ୍ତ୍ରୀ
ratnabhandar

ଭୁବନେଶ୍ୱର : ସ୍ପଷ୍ଟ କଲେ ଆଇନ୍‌ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଆସନ୍ତାକାଲି ହିଁ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । କାଲିଠାରୁ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଯେଉଁ ସ୍ୱତନ୍ତ୍ର ନିୟମାବଳି ରହିଛି ସେହି ଅନୁସାରେ ରତ୍ନ ଭଣ୍ଡାର ଖେଳାଯିବ ।
ଭିତର ରତ୍ନ ଭଣ୍ଡାରର ରତ୍ନ ସବୁକୁ କିଭଳି ସ୍ୱଚ୍ଛତାର ସହ ଗଣତି ମଣତି ହେବ ସେଥିପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ନିଆଯାଇଛି । ପ୍ରତିଟି ଅଳଙ୍କାର ମାନ ନିର୍ଦ୍ଧାରଣ କରାଯିବା ସହ ସଂଖ୍ୟା ଏବଂ ଓଜନ କରାଯିବ । ଏହାକୁ ଡିଜିଟାଲ ଫର୍ମାଟରେ ଡକୁମେଣ୍ଟେସନ୍‌ କରାଯାଇ ଆଗାମୀ ସମୟ ପାଇଁ ରଖାଯିବ ବୋଲି ଆଇନ୍‌ ମନ୍ତ୍ରୀ କହିଛନ୍ତି । ରତ୍ନ ଭଣ୍ଡାର କମିଟି ସଦସ୍ୟମାନଙ୍କ ସହ ସେବାୟତ, ରତ୍ନ ଭଣ୍ଡାର ଦାୟିତ୍ୱରେ ଥିବା ସେବାୟତ ଏବଂ ଆଉ କିଛି ସଦସ୍ୟ ତା ଭିତରକୁ ଯିବେ ।

ତେବେ ଗଣତି ପାଇଁ ନିର୍ଦ୍ଦିଷ୍ଟ ଭାବେ କେତେ ସମୟ ଲାଗିବ ସେ ନେଇ ପ୍ରକ୍ରିୟା ଆରମ୍ଭ ହେଲେ ଜଣାପଡ଼ିବ ଏବଂ ଗଣମାଧ୍ୟମକୁ ସେହି ଅନୁସାରେ ସୂଚନା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରତ୍ୟେକ କାର୍ଯ୍ୟ ନିର୍ଦ୍ଧାରିତ ନିୟମାବଳି ଅନୁସାରେ କରାଯିବ ଏବଂ ସବୁ ଦାୟିତ୍ୱ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପରେ ନ୍ୟସ୍ତ କରାଯାଇଛି ବୋଲି ଆଇନ୍‌ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ରତ୍ନଭଣ୍ଡାର ତଦାରଖ କମିଟିର ପ୍ରସ୍ତାବ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ଅନୁମତି ଲୋଡ଼ା ପରେ କାଲି ଭିତର ରତ୍ନଭଣ୍ଡାର ଖୋଲିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି। ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତିକୁ ରାଜ୍ୟବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। କାଲି ସକାଳ ୧୦ଟାରେ ବସିବ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ। ଜୁଲାଇ ୯ ଓ ୧୧ରେ ବସିଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ କାଲି କମିଟି ଆଗରେ ଭିତର ରତ୍ନଭଣ୍ଡାର ଚାବି ଦାଖଲ କରିବେ ଶ୍ରୀମନ୍ଦିର ପ୍ରଶାସକ। ଏହା ପରେ ଖୋଲାଯିବ ରତ୍ନଭଣ୍ଡାର। ଚାବିରେ ତାଲା ନଖୋଲିଲେ ତାଲା ଭଙ୍ଗାଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। … ୪୬ ବର୍ଷ ପରେ ଖୋଲିବାକୁ ଯାଉଛି ଭିତର ରତ୍ନଭଣ୍ଡାର। ୨୦୧୮ରେ ଏହି ଉଦ୍ୟମ ଫଳପ୍ରଦ ହୋଇନଥିଲା। ବର୍ତ୍ତମାନ ତାରିଖ ଧାର୍ଯ୍ୟ ହୋଇଛି। ଏହା ସହ ଭିତର ରତ୍ନଭଣ୍ଡାରର ମରାମତି ମଧ୍ୟ ବର୍ତ୍ତମାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ମରାମତି ପାଇଁ ଏଏସଆଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି।

 

 

The post କାଲି ଖୋଲିବ ରତ୍ନ ଭଣ୍ଡାର : ସୂଚନା ଦେଲେ ଆଇନ୍‌ ମନ୍ତ୍ରୀ appeared first on KNews Odisha.