ପୋଲିସ ଟ୍ରେନିଂ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ, ୩ ମୃତ
ଆମେରିକାର ଲସ୍ ଆଞ୍ଜେଲ୍ସରେ ଭୟଙ୍କର ବୋମା ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣା ଲସ୍ ଆଞ୍ଜେଲ୍ସ କାଉଣ୍ଟି ଶେରିଫ ବିଭାଗର ଟ୍ରେନିଂ ସେଣ୍ଟରରେ ଘଟିଛି । ଯେଉଁଥିରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଆମେରିକାର ସମୟାନୁସାରେ ପ୍ରାୟ ସକାଳ ସାଢେ ୭ଟା ସମୟରେ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାର ଶିକାର ବୋମା ସ୍କ୍ବାର୍ଡର ୩ ଜଣ ପୋଲିସ କର୍ମୀ ହୋଇଥିବା ଜଣାପଡିଛି । ଯାହାର ତଦନ୍ତ ପୋଲିସ ବର୍ତ୍ତମାନ ଆରମ୍ଭ କରିଛି । ବିସ୍ଫୋରଣ […] The post ପୋଲିସ ଟ୍ରେନିଂ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ, ୩ ମୃତ appeared first on KNews Odisha.

ଆମେରିକାର ଲସ୍ ଆଞ୍ଜେଲ୍ସରେ ଭୟଙ୍କର ବୋମା ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣା ଲସ୍ ଆଞ୍ଜେଲ୍ସ କାଉଣ୍ଟି ଶେରିଫ ବିଭାଗର ଟ୍ରେନିଂ ସେଣ୍ଟରରେ ଘଟିଛି । ଯେଉଁଥିରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଆମେରିକାର ସମୟାନୁସାରେ ପ୍ରାୟ ସକାଳ ସାଢେ ୭ଟା ସମୟରେ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାର ଶିକାର ବୋମା ସ୍କ୍ବାର୍ଡର ୩ ଜଣ ପୋଲିସ କର୍ମୀ ହୋଇଥିବା ଜଣାପଡିଛି । ଯାହାର ତଦନ୍ତ ପୋଲିସ ବର୍ତ୍ତମାନ ଆରମ୍ଭ କରିଛି ।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ୨୫ କିଲୋମିଟର ଦୂରରେ ପାର୍କିଂ ହୋଇଥିବା SUVର କାଚ ଭାଙ୍ଗି ଯାଇଥିଲା । ବୋମା ସ୍କ୍ବାର୍ଡ ଟିମ୍ ବିସ୍ଫୋରକ ନେଇ ଯାଉଥିବା ସମୟରେ ଏପରି ଅଘଟଣ ଘଟିଥିବା ସ୍ଥାନୀୟ ମିଡିଆ ସୂତ୍ରରୁ ଜଣାପଡିଛି । ଏଜେନ୍ସିଗୁଡିକ ଏହାର କାରଣ ଖୋଜୁଥିବାବେଳେ ସରକାରୀ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇନାହିଁ ।
ଲସ୍ ଆଞ୍ଜେଲ୍ସ କାଉଣ୍ଟି ଶେରିଫ ବିଭାଗ ହେଉଛି ଆମେରିକା କାଲିଫୋର୍ଣ୍ଣିଆର ଗୋଟିଏ ଆଇନ ପ୍ରବର୍ତ୍ତନ ଏଜେନ୍ସି । ଯାହା ଯୁକ୍ତରାଷ୍ଟ୍ର ରାଜ୍ୟ ଆମେରିକାର ସବୁଠାରୁ ବଡ଼ ଶେରିଫ ବିଭାଗ ଏବଂ ଦେଶର ୩ୟ ବଡ଼ ପୋଲିସ ଏଜେନ୍ସି ସଂସ୍ଥା । ନ୍ୟୁୟର୍କ ପୋଲିସ ବିଭାଗ ପ୍ରଥମରେ ଏବଂ ଶିକାଗୋ ପୋଲିସ ବିଭାଗ ଦ୍ବିତୀୟରେ ରହିଛି । ଲସ୍ ଆଞ୍ଜେଲ୍ସ କାଉଣ୍ଟି ଶେରିଫ ବିଭାଗ ୧୮୫୦ ମସିହାରୁ ଆରମ୍ଭ ହୋଇଥିଲା । ଯାହା ଲସ୍ ଆଞ୍ଜେଲ୍ସ କ୍ଷେତ୍ରରେ ପ୍ରଥମ ପୋଲିସ ଦଳ ଥିଲା ।
Also Read : ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ମଧ୍ୟ ଛାଡପତ୍ରର କାରଣ ହୋଇପାରିବ : ମୁମ୍ବାଇ ହାଇକୋର୍ଟ
The post ପୋଲିସ ଟ୍ରେନିଂ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ, ୩ ମୃତ appeared first on KNews Odisha.