କାଲି ଶଙ୍ଖ ଫୁଙ୍କିବେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ, ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ

ଭୁବନେଶ୍ୱର: କାଲି ଶଙ୍ଖ ଫୁଙ୍କିବେ ସୁରଙ୍କ ସାନ ପୁଅ । ବିଜେଡିରେ ମିଶିବେ ଜଟଣୀର କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେବେ । ଚଳିତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି ସୁରେଶ ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟଙ୍କୁ ତାଙ୍କ ଉତ୍ତରାଧିକାରୀ ଘୋଷଣା କରିଛନ୍ତି । ଗତ କିଛି ମାସ ହେବ ମନ୍ମଥଙ୍କୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । […] The post କାଲି ଶଙ୍ଖ ଫୁଙ୍କିବେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ, ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ appeared first on KNews Odisha.

କାଲି ଶଙ୍ଖ ଫୁଙ୍କିବେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ, ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ
manmath

ଭୁବନେଶ୍ୱର: କାଲି ଶଙ୍ଖ ଫୁଙ୍କିବେ ସୁରଙ୍କ ସାନ ପୁଅ । ବିଜେଡିରେ ମିଶିବେ ଜଟଣୀର କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେବେ । ଚଳିତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି ସୁରେଶ ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟଙ୍କୁ ତାଙ୍କ ଉତ୍ତରାଧିକାରୀ ଘୋଷଣା କରିଛନ୍ତି ।

ଗତ କିଛି ମାସ ହେବ ମନ୍ମଥଙ୍କୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । କେଉଁ ଦଳରେ ମିଶିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଉଭୟ ବିଜେଡି ଓ ବିଜେପିରୁ ଅଫର ଥିବା କହିଥିଲେ ମନ୍ମଥ । ଶେଷରେ ସେ ଶଙ୍ଖ ଫୁଙ୍କିବେ ।

ତେବେ ସେ କେଉଁଠୁ ଲଢ଼ିବେ ? ଜଟଣୀ ନା ଆଉ କେଉଁଠୁ ? ବିଧାୟକ ନା ସାଂସଦ ପ୍ରାର୍ଥୀ ହେବେ । ଚର୍ଚ୍ଚା ହେଉଛି ବିଧାୟକ ହେଲେ ଜଟଣୀ ଓ ସାଂସଦ ପ୍ରାର୍ଥୀ ହେଲେ ଭୁବନେଶ୍ବରରୁ ଲଢ଼ିପାରନ୍ତି ମନ୍ମଥ । ଅନ୍ୟପଟେ ପୁଅ ଅନ୍ୟ ଦଳରୁ ଲଢ଼ିଲେ ତାଙ୍କ ପାଇଁ ପ୍ରଚାର କରିବେନି କି ଭୋଟ୍ ଦେବେ ନାହିଁ ବୋଲି କହିଛନ୍ତି ସୁରେଶ ରାଉତରାୟ ।

The post କାଲି ଶଙ୍ଖ ଫୁଙ୍କିବେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ, ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ appeared first on KNews Odisha.