କାଲିଠୁ ପ୍ୟାରିସ୍ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବ: ସିନ୍ ନଦୀ ଭିତରେ ସମାରୋହ, ଦୁଲୁକିବ କ୍ରୀଡ଼ାଗ୍ରାମ
ନୂଆଦିଲ୍ଲୀ: ଦିନକ ପରେ ପ୍ୟାରିସ୍ ଅଲିମ୍ପିକ୍ସ । ସିନ୍ ନଦୀ ଭିତରେ ଉଦଘାଟନୀ ଉତ୍ସବ । ଶହେ ଡଙ୍ଗାରେ ଆସିବେ କ୍ରୀଡ଼ାବିତ୍ । ସୁରକ୍ଷା ପାଇଁ ପ୍ଲାନ୍ ‘ବି’ ଓ ‘ସି’ ପ୍ରସ୍ତୁତ । ୧୦୦ ବର୍ଷ ପରେ ଫ୍ୟାରିସ୍ ନଗରୀକୁ ଫେରିଛି ଅଲିମ୍ପିକ୍ସ । କ୍ରୀଡ଼ାବିତଙ୍କ ଉପସ୍ଥିତିରେ ଦୁଲୁକିବ କ୍ରୀଡ଼ା ଗ୍ରାମ । ଶତାବ୍ଦୀ ପରେ ପ୍ୟାରିସକୁ ଅଲିମ୍ପିକ୍ସ କ୍ରୀଡ଼ା ଫେରିଥିବା ବେଳେ ଏହାକୁ ସ୍ମରଣୀୟ କରିବାକୁ ଭିନ୍ନ ପଦକ୍ଷେପ ନେଇଛନ୍ତି ଆୟୋଜକ । ଏଥର ଉଦଘାଟନୀ ଉତ୍ସବ ଷ୍ଟାଡିୟମରେ ନୁହେଁ ବରଂ ନଦୀ ଭିତରେ ଚାଲିବ । ସିନ୍ ନଦୀରୁ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ପ୍ୟାରିସ୍ ସହର ବ୍ୟାପୀ ସମାରୋହ ଚାଲିବ । ୧୦୦ ଡଙ୍ଗାରେ ଆସିବେ ୨୦୬ ଦେଶର କ୍ରୀଡ଼ାବିତ୍ । ଆଷ୍ଟେର୍ଲିଜ୍ ବ୍ରିଜରୁ ଆରମ୍ଭ ହୋଇ ଆଇଫିଲ୍ ଟାଓ୍ବାରରେ ଶେଷ ହେବ । ନଦୀ ବନ୍ଧରେ ବସି ଦର୍ଶକମାନେ ଉତ୍ସବକୁ ଉପଭୋଗ କରିବେ । ଜୁଲାଇ ୨୬ ତାରିଖ ସ୍ଥାନୀୟ ସମୟ ସନ୍ଧ୍ୟା ୭.୩୦ ମିନିଟରୁ ଆରମ୍ଭ ହେବ ୩୩ତମ ଅଲିମ୍ପିକ୍ସ କ୍ରୀଡ଼ା । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ କ୍ରୀଡ଼ାକୁ ଉଦ୍ଘାଟନ କରିବେ । ଏନେଇ ଆୟୋଜକଙ୍କ ପକ୍ଷରୁ ସଂପର୍କିତ ଏକ ଗ୍ରାଫିକ୍ସ ଭିଡିଓ ଜାରି କରାଯାଇଛି । ଏହି ସମାରୋହରେ ପ୍ରାୟ ୬୦୦୦ରୁ ୭୦୦୦ କ୍ରୀଡ଼ାବିତ ସାମିଲ ହେବେ । ୧୦୦ଟି ବଡ଼ ଡଙ୍ଗାରେ ପରେଡ୍ କାର୍ଯ୍ୟକ୍ରମ ରହିଛି । ୩୦୦୦ରୁ ଉର୍ଦ୍ଧ୍ବ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିବେ । ଏହି କାର୍ଯ୍
ନୂଆଦିଲ୍ଲୀ: ଦିନକ ପରେ ପ୍ୟାରିସ୍ ଅଲିମ୍ପିକ୍ସ । ସିନ୍ ନଦୀ ଭିତରେ ଉଦଘାଟନୀ ଉତ୍ସବ । ଶହେ ଡଙ୍ଗାରେ ଆସିବେ କ୍ରୀଡ଼ାବିତ୍ । ସୁରକ୍ଷା ପାଇଁ ପ୍ଲାନ୍ ‘ବି’ ଓ ‘ସି’ ପ୍ରସ୍ତୁତ । ୧୦୦ ବର୍ଷ ପରେ ଫ୍ୟାରିସ୍ ନଗରୀକୁ ଫେରିଛି ଅଲିମ୍ପିକ୍ସ । କ୍ରୀଡ଼ାବିତଙ୍କ ଉପସ୍ଥିତିରେ ଦୁଲୁକିବ କ୍ରୀଡ଼ା ଗ୍ରାମ । ଶତାବ୍ଦୀ ପରେ ପ୍ୟାରିସକୁ ଅଲିମ୍ପିକ୍ସ କ୍ରୀଡ଼ା ଫେରିଥିବା ବେଳେ ଏହାକୁ ସ୍ମରଣୀୟ କରିବାକୁ ଭିନ୍ନ ପଦକ୍ଷେପ ନେଇଛନ୍ତି ଆୟୋଜକ । ଏଥର ଉଦଘାଟନୀ ଉତ୍ସବ ଷ୍ଟାଡିୟମରେ ନୁହେଁ ବରଂ ନଦୀ ଭିତରେ ଚାଲିବ । ସିନ୍ ନଦୀରୁ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ପ୍ୟାରିସ୍ ସହର ବ୍ୟାପୀ ସମାରୋହ ଚାଲିବ । ୧୦୦ ଡଙ୍ଗାରେ ଆସିବେ ୨୦୬ ଦେଶର କ୍ରୀଡ଼ାବିତ୍ । ଆଷ୍ଟେର୍ଲିଜ୍ ବ୍ରିଜରୁ ଆରମ୍ଭ ହୋଇ ଆଇଫିଲ୍ ଟାଓ୍ବାରରେ ଶେଷ ହେବ । ନଦୀ ବନ୍ଧରେ ବସି ଦର୍ଶକମାନେ ଉତ୍ସବକୁ ଉପଭୋଗ କରିବେ ।
ଜୁଲାଇ ୨୬ ତାରିଖ ସ୍ଥାନୀୟ ସମୟ ସନ୍ଧ୍ୟା ୭.୩୦ ମିନିଟରୁ ଆରମ୍ଭ ହେବ ୩୩ତମ ଅଲିମ୍ପିକ୍ସ କ୍ରୀଡ଼ା । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ କ୍ରୀଡ଼ାକୁ ଉଦ୍ଘାଟନ କରିବେ । ଏନେଇ ଆୟୋଜକଙ୍କ ପକ୍ଷରୁ ସଂପର୍କିତ ଏକ ଗ୍ରାଫିକ୍ସ ଭିଡିଓ ଜାରି କରାଯାଇଛି । ଏହି ସମାରୋହରେ ପ୍ରାୟ ୬୦୦୦ରୁ ୭୦୦୦ କ୍ରୀଡ଼ାବିତ ସାମିଲ ହେବେ । ୧୦୦ଟି ବଡ଼ ଡଙ୍ଗାରେ ପରେଡ୍ କାର୍ଯ୍ୟକ୍ରମ ରହିଛି । ୩୦୦୦ରୁ ଉର୍ଦ୍ଧ୍ବ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିବେ । ଏହି କାର୍ଯ୍ୟକ୍ରମକୁ ଦେଖିବାରୁ ଟିକେଟ୍ ମୂଲ୍ୟ ୨୯୦୦ ଡଲାର ରହିଛି । ୫ ଲକ୍ଷରୁ ଦର୍ଶକ ବସି ଦେଖିବାକୁ ବ୍ୟବସ୍ଥା ହୋଇଛି । କାର୍ଯ୍ୟକ୍ରମ ୧୨ଟି ପର୍ଯ୍ୟାୟରେ ଆୟୋଜିତ ହେବ । ୩୦୦୦ ଡ୍ୟାନ୍ସର, ବିଖ୍ୟାତ କଣ୍ଠଶିଳ୍ପୀ ପର୍ଯ୍ୟୟକ୍ରମିକ ଭାବେ ସାମିଲ ହେବେ । ଫ୍ରାନ୍ସର କଳା ଓ ସଂସ୍କୃତି ଅଲିମ୍ପିକ୍ସରେ ମୁଖ୍ୟ ଆକର୍ଷଣ ସାଜିବ ।
ଏଥର ଅଲିମ୍ପିକ୍ସରେ ମୋଟ୍ ୧୦, ୭୧୪ କ୍ରୀଡ଼ାବିତ ସାମିଲ ହେବେ । ୩୨ଟି କ୍ରୀଡ଼ାରେ ୩୨୯ଟି ଇଭେଣ୍ଟରେ ଭାଗ ନେବେ । ଏଥିପାଇଁ କେନ୍ଦ୍ରୀୟ ପ୍ୟାରିସରେ ନିର୍ମାଣ ହୋଇଛି ବିଶାଳ କ୍ରୀଡ଼ାଗ୍ରାମ । ଯେଉଁଠାରେ ୧୪୫୦୦ଜଣ ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି । ସେଥିରୁ କ୍ରୀଡ଼ାବିତଙ୍କ ପାଇଁ ୯୦୦୦ ଶଯ୍ୟା ସଂରକ୍ଷିତ ରହିଛି । ଅଲିମ୍ପିକ୍ସ କ୍ରୀଡ଼ା ଶେଷ ହେବା ପରେ ଏହି କ୍ରୀଡ଼ାଗ୍ରାମ ପାରା ଅଲିମ୍ପିକ୍ସ କ୍ରୀଡ଼ା ପାଇଁ ବ୍ୟବହାର କରାଯିବ । ଯାହା ଅଗଷ୍ଟ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିଖରେ ଶେଷ ହେବ ।
ପ୍ୟାରିସ୍ ଅଲିମ୍ପିକ୍ସରେ ଆୟୋଜକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ବଡ଼ ଆହ୍ବାନ । ଖେଳାଳି ଓ ରାଷ୍ଟ୍ରମୁଖ୍ୟମାନେ ସର୍ବସାଧାରଣ ସ୍ଥାନରେ ଯାତ୍ରା କରୁଥିବାରୁ ଏହା ଆୟୋଜକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ଏହାଛଡ଼ା ଆତଙ୍କବାଦୀ ସଂଗଠନକୁ ଆକ୍ରମଣ ଧମକ ମିଳିବା ପରେ ଅଧିକ ସତର୍କ ହୋଇଛନ୍ତି ପ୍ୟାରିସ୍ ସରକାର । ଏଥିପାଇଁ ପ୍ଲାନ୍ ‘ବି’ ଏବଂ ‘ସି’ ପ୍ରସ୍ତୁତ ରହିଛି । ପ୍ୟାରିସରେ ୧୯୨୪ରେ ଶେଷ ଥର ପାଇଁ ଅଲିମ୍ପିକ୍ସ ଆୟୋଜିତ ହୋଇଥିଲା । ୪୪ଟି ଦେଶରୁ ୩,୦୮୯ କ୍ରୀଡ଼ାବିତ ଏଥିରେ ଭାଗ ନେଇଥିଲେ । ୧୬ଟି କ୍ରୀଡ଼ାରେ ୧୨୬ଟି ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା ।