କାଲିଠୁ ରାଜ୍ୟରେ ‘ମୋହନ ସରକାର’

ଭୁବନେଶ୍ୱର,୧୧।୬: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଅପରାହ୍ନରେ ଶପଥ ନେବ ମୋହନ ସରକାର। ଏନେଇ ରାଜଭବନ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି। ଭୁବନେଶ୍ୱର ଜନତା ମଇଦାନରେ ୪.୫୫ରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ଏହାପୂର୍ବରୁ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି। ପ୍ରକାଶ ଯେ,ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ସରକାର ଗଢ଼ିବାକୁ ଯାଉଛି ଭାଜପା। ମଙ୍ଗଳବାର ବସିଥିବା ଦଳର ବିଧାୟକ ଦଳ ବୈଠକରେ କେନ୍ଦୁଝର ବିଧାୟକ […] The post କାଲିଠୁ ରାଜ୍ୟରେ ‘ମୋହନ ସରକାର’ appeared first on Dharitri Odia News.

କାଲିଠୁ ରାଜ୍ୟରେ ‘ମୋହନ ସରକାର’

ଭୁବନେଶ୍ୱର,୧୧।୬: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଅପରାହ୍ନରେ ଶପଥ ନେବ ମୋହନ ସରକାର। ଏନେଇ ରାଜଭବନ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି। ଭୁବନେଶ୍ୱର ଜନତା ମଇଦାନରେ ୪.୫୫ରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ଏହାପୂର୍ବରୁ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି।

ପ୍ରକାଶ ଯେ,ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ସରକାର ଗଢ଼ିବାକୁ ଯାଉଛି ଭାଜପା। ମଙ୍ଗଳବାର ବସିଥିବା ଦଳର ବିଧାୟକ ଦଳ ବୈଠକରେ କେନ୍ଦୁଝର ବିଧାୟକ ମୋହନଙ୍କ ନାମ ଉପରେ ମୋହର ବାଜିଥିଲା । ପରେ ଏନେଇ ଘୋଷଣା କରାଯିବା ପରେ ସନ୍ଧ୍ୟାରେ ମୋହନଙ୍କ ସମେତ ଭାଜପାର ବରିଷ୍ଠ ନେତାମାନେ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଥିଲେ। ସେଠାରେ ସେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ।

The post କାଲିଠୁ ରାଜ୍ୟରେ ‘ମୋହନ ସରକାର’ appeared first on Dharitri Odia News.