କ୍ୟାନସର ଜଣାପଡ଼ିବା ପରେ ପ୍ରଥମ ଥର ନଜର ଆସିଲେ ରାଜକୁମାରୀ କେଟ୍

ନୂଆଦିଲ୍ଲୀ: କର୍କଟ ରୋଗରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ୱେଲ୍ସର ରାଜକୁମାରୀ କେଟ୍ ମିଡଲଟନ୍ ପ୍ରଥମ ଥର ପାଇଁ ଲୋକଲୋଚନକୁ ଆସିଛନ୍ତି। ସେ କର୍କଟ ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି। ସେ ଲଣ୍ଡନରେ ଟ୍ରୁପିଂ ଦି କଲର୍ ପ୍ୟାରେଡରେ ଭାଗ ନେଇଥିଲେ। କେଟ୍ ତିନି ପିଲାଙ୍କ ସହ ଏକ ରଥରେ ଚଢ଼ି ଆସିଥିଲେ।ଟ୍ରୁପିଂ ଦି କଲର୍ ପ୍ୟାରେଡର ବାର୍ଷିକୀ ଉତ୍ସବ ଭାଗ ନେବାକୁ 42 ବର୍ଷିୟ କେଟ୍ ମିଡଲଟନ୍ ଶନିବାର ଲଣ୍ଡନର ବକିଙ୍ଗହମ୍ ପ୍ୟାଲେସରେ ପହଞ୍ଚିଥିଲେ। ଜାନୁଆରୀ 2024ରେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ସେ ପ୍ରଥମ ଥର ପାଇଁ ଏକ ସାଧାରଣ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି।  ସେ ହାଲୁକା ରଙ୍ଗର ପୋଷାକ ପିନ୍ଧିଥିଲେ। ସେ ତାଙ୍କ ପିଲା ଏବଂ ସ୍ୱାମୀ ପ୍ରିନ୍ସ ଅଫ୍ ୱେଲ୍ସ ୱିଲିୟମଙ୍କ ସହ ବସିଥିଲେ।ପ୍ରକାଶଥାଉକି କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଜନ୍ମଦିନ ଅବସରରେ ଲଣ୍ଡନରେ ପ୍ରତିବର୍ଷ ଟ୍ରୁପିଙ୍ଗ୍ ଦି କଲର୍ ପ୍ୟାରେଡ୍ ଆୟୋଜିତ ହୋଇଥାଏ। ରାଜ ପରିବାରର ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରନ୍ତି।ପ୍ରିନ୍ସ ୱିଲିୟମ୍ ଘୋଡା ଚଢି ଏହି ସମାରୋହକୁ ଆସିଥିଲେ। ପରେଡ ସମୟରେ ସ୍ୟୈନିକମାନେ ସମ୍ପୂର୍ଣ୍ଣ ୟୁନିଫର୍ମରେ ଥିଲେ। ସେମାନେ ସେମାନଙ୍କର ରେଜିମେଣ୍ଟାଲ୍ ପତାକା ସହିତ ରାଜାଙ୍କ ସମ୍ମୁଖରେ ପ୍ୟାରେଡ୍ କରିଥିଲେ। କିଙ୍ଗ ଚାର୍ଲ୍ସ ମଧ୍ୟ କର୍କଟ ରୋଗରେ ଚିକିତ୍ସିତ ହେଉଛନ୍ତି। ସେ ପ୍ୟାରେଡରେ ଯୋଗଦେବେ ବୋଲି ଶୁକ୍ରବାର ଦିନ ସୋସିଆଲ

କ୍ୟାନସର ଜଣାପଡ଼ିବା ପରେ ପ୍ରଥମ ଥର ନଜର ଆସିଲେ ରାଜକୁମାରୀ କେଟ୍

ନୂଆଦିଲ୍ଲୀ: କର୍କଟ ରୋଗରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ୱେଲ୍ସର ରାଜକୁମାରୀ କେଟ୍ ମିଡଲଟନ୍ ପ୍ରଥମ ଥର ପାଇଁ ଲୋକଲୋଚନକୁ ଆସିଛନ୍ତି। ସେ କର୍କଟ ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି। ସେ ଲଣ୍ଡନରେ ଟ୍ରୁପିଂ ଦି କଲର୍ ପ୍ୟାରେଡରେ ଭାଗ ନେଇଥିଲେ। କେଟ୍ ତିନି ପିଲାଙ୍କ ସହ ଏକ ରଥରେ ଚଢ଼ି ଆସିଥିଲେ।

ଟ୍ରୁପିଂ ଦି କଲର୍ ପ୍ୟାରେଡର ବାର୍ଷିକୀ ଉତ୍ସବ ଭାଗ ନେବାକୁ 42 ବର୍ଷିୟ କେଟ୍ ମିଡଲଟନ୍ ଶନିବାର ଲଣ୍ଡନର ବକିଙ୍ଗହମ୍ ପ୍ୟାଲେସରେ ପହଞ୍ଚିଥିଲେ। ଜାନୁଆରୀ 2024ରେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ସେ ପ୍ରଥମ ଥର ପାଇଁ ଏକ ସାଧାରଣ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି।  ସେ ହାଲୁକା ରଙ୍ଗର ପୋଷାକ ପିନ୍ଧିଥିଲେ। ସେ ତାଙ୍କ ପିଲା ଏବଂ ସ୍ୱାମୀ ପ୍ରିନ୍ସ ଅଫ୍ ୱେଲ୍ସ ୱିଲିୟମଙ୍କ ସହ ବସିଥିଲେ।

ପ୍ରକାଶଥାଉକି କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଜନ୍ମଦିନ ଅବସରରେ ଲଣ୍ଡନରେ ପ୍ରତିବର୍ଷ ଟ୍ରୁପିଙ୍ଗ୍ ଦି କଲର୍ ପ୍ୟାରେଡ୍ ଆୟୋଜିତ ହୋଇଥାଏ। ରାଜ ପରିବାରର ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରନ୍ତି।

ପ୍ରିନ୍ସ ୱିଲିୟମ୍ ଘୋଡା ଚଢି ଏହି ସମାରୋହକୁ ଆସିଥିଲେ। ପରେଡ ସମୟରେ ସ୍ୟୈନିକମାନେ ସମ୍ପୂର୍ଣ୍ଣ ୟୁନିଫର୍ମରେ ଥିଲେ। ସେମାନେ ସେମାନଙ୍କର ରେଜିମେଣ୍ଟାଲ୍ ପତାକା ସହିତ ରାଜାଙ୍କ ସମ୍ମୁଖରେ ପ୍ୟାରେଡ୍ କରିଥିଲେ। କିଙ୍ଗ ଚାର୍ଲ୍ସ ମଧ୍ୟ କର୍କଟ ରୋଗରେ ଚିକିତ୍ସିତ ହେଉଛନ୍ତି। 

ସେ ପ୍ୟାରେଡରେ ଯୋଗଦେବେ ବୋଲି ଶୁକ୍ରବାର ଦିନ ସୋସିଆଲ ମିଡିଆରେ କେଟ୍ କହିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସେ କହିଛନ୍ତି। ସେ କେମୋଥେରାପି କରୁଛନ୍ତି, କିନ୍ତୁ ତଥାପି ବିପଦରୁ ବାହାରି ନାହାଁନ୍ତି। ମାର୍ଚ୍ଚରେ କର୍କଟ ରୋଗ ଆକ୍ରାନ୍ତ ହେବା ଘୋଷଣା ପରେ ସାରା ବିଶ୍ୱରୁ ସେ ଗ୍ରହଣ କରିଥିବା ହଜାର ହଜାର ବାର୍ତ୍ତା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ବୋଲି କେଟ୍ କହିଛନ୍ତି।