କାଳବୈଶାଖୀର କରାଳ ରୂପ: ରେଢ଼ାଖୋଲରେ ଉଡିଲା ଚାଳ ଛପର, ଭାଙ୍ଗିଲା ଗଛ
ରେଢ଼ାଖୋଲ: କାଳବୈଶାଖୀର କରାଳ ରୂପ । ଉଡିଲା ଚାଳ ଛପର, ଭାଙ୍ଗିଲା ଗଛ । ସମ୍ବଲପୁର ରେଢ଼ାଖୋଲ ବ୍ଲକ କଦଳୀଗଡ ତଥା ଆଖପାଖ ଅଞ୍ଚଳରେ କାଳବୈଶାଖୀ ତାର ତାଣ୍ଡବ ରୂପ ଧାରଣ କରିଥିଲା । ହଠାତ ଜୋରରେ ପବନ ବହିବା ସହିତ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପୁଡି ପଡି ଥିବା ବେଳେ ଅନେକ ଲୋକଙ୍କ ଆଜବେଷ୍ଟର ଛପର ଘର ଉଡି ଯାଇଥିଲା । ରାସ୍ତା […] The post କାଳବୈଶାଖୀର କରାଳ ରୂପ: ରେଢ଼ାଖୋଲରେ ଉଡିଲା ଚାଳ ଛପର, ଭାଙ୍ଗିଲା ଗଛ appeared first on KNews Odisha.

ରେଢ଼ାଖୋଲ: କାଳବୈଶାଖୀର କରାଳ ରୂପ । ଉଡିଲା ଚାଳ ଛପର, ଭାଙ୍ଗିଲା ଗଛ । ସମ୍ବଲପୁର ରେଢ଼ାଖୋଲ ବ୍ଲକ କଦଳୀଗଡ ତଥା ଆଖପାଖ ଅଞ୍ଚଳରେ କାଳବୈଶାଖୀ ତାର ତାଣ୍ଡବ ରୂପ ଧାରଣ କରିଥିଲା । ହଠାତ ଜୋରରେ ପବନ ବହିବା ସହିତ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପୁଡି ପଡି ଥିବା ବେଳେ ଅନେକ ଲୋକଙ୍କ ଆଜବେଷ୍ଟର ଛପର ଘର ଉଡି ଯାଇଥିଲା ।
ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡି ପଡ଼ିବାରୁ ଯାତାୟାତ ଠପ୍ ହୋଇଯାଇଥିଲା । ଗଛ ପଡି କିଛି ଗାଡ଼ି ମଧ୍ୟ ଭାଙ୍ଗିରୁଜି ଯାଇଛି । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ବିଦ୍ୟୁତ୍ ସରବରାହ ବିଛିନ୍ନ ହୋଇଯାଇଛି । ଫଳରେ ପ୍ରବଳ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକ ।
ଆହୁରି ପଢ଼ନ୍ତୁ : ଆଜିଠୁ ବଢିବ କାଳବୈଶାଖୀ ପ୍ରଭାବ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
The post କାଳବୈଶାଖୀର କରାଳ ରୂପ: ରେଢ଼ାଖୋଲରେ ଉଡିଲା ଚାଳ ଛପର, ଭାଙ୍ଗିଲା ଗଛ appeared first on KNews Odisha.