କାଳବୈଶାଖୀରେ ଉପୁଡ଼ିଲା ଗଛ, ଛିଡ଼ିଲା ବିଦ୍ୟୁତତାର
ଦାରିଙ୍ଗବାଡ଼ି,୨୨ା୫(ଅରୁଣ ସାହୁ): କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି ଫଳରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଦେଖାଯାଇଛି। ଏକାଧିକ ପଞ୍ଚାୟତ ଏବେ ଅନ୍ଧାରରେ ରହିଛି। ପ୍ରକାଶ ଯେ, ବୁଧବାର ଅପରାହ୍ନରେ ହଠାତ୍ କଳା ମେଘ ସୃଷ୍ଟି ହେବା ସହ କିଛି ସ୍ଥାନରେ ପବନ ସହ ବିଜୁଳି ଘଡ଼ଘଡ଼ି ହୋଇ ବର୍ଷା ହୋଇଥିଲା। ଫଳରେ କ. ନୂଆଗାଁଠାରୁ ଦାରିଙ୍ଗବାଡ଼ିକୁ ସଂଯୋଗ ହୋଇଥିବା ୩୩ କେଭି ଓ ଦାରିଙ୍ଗବାଡ଼ିଠାରୁ ବିଭିନ୍ନ ପଞ୍ଚାୟତକୁ ସଂଯୋଗ କରୁଥିବା […] The post କାଳବୈଶାଖୀରେ ଉପୁଡ଼ିଲା ଗଛ, ଛିଡ଼ିଲା ବିଦ୍ୟୁତତାର appeared first on Dharitri Odia News.
ଦାରିଙ୍ଗବାଡ଼ି,୨୨ା୫(ଅରୁଣ ସାହୁ): କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି ଫଳରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଦେଖାଯାଇଛି। ଏକାଧିକ ପଞ୍ଚାୟତ ଏବେ ଅନ୍ଧାରରେ ରହିଛି।
ପ୍ରକାଶ ଯେ, ବୁଧବାର ଅପରାହ୍ନରେ ହଠାତ୍ କଳା ମେଘ ସୃଷ୍ଟି ହେବା ସହ କିଛି ସ୍ଥାନରେ ପବନ ସହ ବିଜୁଳି ଘଡ଼ଘଡ଼ି ହୋଇ ବର୍ଷା ହୋଇଥିଲା। ଫଳରେ କ. ନୂଆଗାଁଠାରୁ ଦାରିଙ୍ଗବାଡ଼ିକୁ ସଂଯୋଗ ହୋଇଥିବା ୩୩ କେଭି ଓ ଦାରିଙ୍ଗବାଡ଼ିଠାରୁ ବିଭିନ୍ନ ପଞ୍ଚାୟତକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ସଂଯୋଗରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ଏକାଧିକ ସ୍ଥାନରେ ବଡ଼ବଡ଼ ଗଛ ପଡ଼ି ବିଦ୍ୟୁତତାର ଛିଡ଼ିଯାଇଥିବା ଦେଖିବାକୁ ମିଳିଛି। ଖବର ଲେଖିବା ସୁଦ୍ଧା ମରାମତି କାର୍ଯ୍ୟ ଚାଲିଥିବା ବିଦ୍ୟୁତ ବିଭାଗ ଦାରିଙ୍ଗବାଡି କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଶିବପ୍ରସାଦ ନାୟକ କହିଛନ୍ତି। କର୍ମଚାରୀମାନେ ଜଙ୍ଗଲରେ ମରାମତି କାର୍ଯ୍ୟ ଚଳାଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, କିଛିଦିନ ହେଲା ଗରମ ଗୁଳୁଗୁଳି ବୃଦ୍ଧି ପାଇଥିବା ବେଳେ ବୁଧବାର ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ପର୍ଯ୍ୟନ୍ତ ରହିଥିଲା। ଅପରାହ୍ନରେ ସାମାନ୍ୟ ବର୍ଷା ପରେ କିଛି ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି।
The post କାଳବୈଶାଖୀରେ ଉପୁଡ଼ିଲା ଗଛ, ଛିଡ଼ିଲା ବିଦ୍ୟୁତତାର appeared first on Dharitri Odia News.