ସ୍ଥାୟୀ ବିଇଓ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି
ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ )ସ୍ଥାୟୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି। ଉକ୍ତ ବ୍ଲକର ୨୫ ପଞ୍ଚାୟତର ଶତାଧିକ ବିଦ୍ୟାଳୟ ରହିଥିବା ବେଳେ ଶତାଧିକ ଶିକ୍ଷୟିତ୍ରୀଶିକ୍ଷକ ଶିକ୍ଷାଦାନ କରିବାକୁ ରହିଛନ୍ତି। ତେବେ ବିଦ୍ୟାଳୟ ପରିଚାଳନା ସହ ବିଇଓ କାର୍ଯ୍ୟାଳୟରେ ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ସରକାରୀ କାର୍ଯ୍ୟରେ ହଇରାଣ ଭୋଗୁଛନ୍ତି । ଏବେ ରାଇକିଆ ବିଇଓ ହାଡ଼ିବନ୍ଧୁ ବେହେରା ଦାରିଙ୍ଗବାଡି ଦାୟିତ୍ୱରେ ରହିଛନ୍ତି। ହେଲେ ସେ ୨ଟି ଦାୟିତ୍ୱରେ ରହିଥିବାରୁ […] The post ସ୍ଥାୟୀ ବିଇଓ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି appeared first on Dharitri Odia News.
ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ )ସ୍ଥାୟୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି। ଉକ୍ତ ବ୍ଲକର ୨୫ ପଞ୍ଚାୟତର ଶତାଧିକ ବିଦ୍ୟାଳୟ ରହିଥିବା ବେଳେ ଶତାଧିକ ଶିକ୍ଷୟିତ୍ରୀଶିକ୍ଷକ ଶିକ୍ଷାଦାନ କରିବାକୁ ରହିଛନ୍ତି। ତେବେ ବିଦ୍ୟାଳୟ ପରିଚାଳନା ସହ ବିଇଓ କାର୍ଯ୍ୟାଳୟରେ ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ସରକାରୀ କାର୍ଯ୍ୟରେ ହଇରାଣ ଭୋଗୁଛନ୍ତି । ଏବେ ରାଇକିଆ ବିଇଓ ହାଡ଼ିବନ୍ଧୁ ବେହେରା ଦାରିଙ୍ଗବାଡି ଦାୟିତ୍ୱରେ ରହିଛନ୍ତି। ହେଲେ ସେ ୨ଟି ଦାୟିତ୍ୱରେ ରହିଥିବାରୁ ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଅଧିକା ସମୟ ଦେବା ସମ୍ଭବ ହେଉନଥିବା ବେଳେ ସ୍ଥାୟୀ ତଥା ନିୟମିତ ବିଇଓଙ୍କୁ ନିଯୁକ୍ତି ପ୍ରଦାନ କରାଗଲେ ବିଇଓ କାର୍ଯ୍ୟାଳୟ ସୁଗମ ପରିଚାଳନା ହୋଇପାରିବ ବୋଲି ଶିକ୍ଷକ ମାନେ ସ୍କୁଲ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଲିଖିତ ଭାବେ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଲିଖିତ ଭାବେ ଜଣାଇଛନ୍ତି। ଏଥିସହ ପ୍ରାଥମିକ ଶିକ୍ଷକଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଠାଇ ନିୟମିତ କରିବା,ପ୍ରାଥମିକ ଶିକ୍ଷକଙ୍କ ଦରମା କେନ୍ଦ୍ରୀୟ ଦରମା ସହ ସମାନ ଦରମା କରିବା ଦାବି ଆଦି ରହିଛି। ଦାବିପତ୍ର ପ୍ରଦାନ ବେଳେ ସଂଘର ଉପସଭାନେତ୍ରୀ ଚାରୁଶିଲା ମଲିକ, ସହ ସମ୍ପାଦକ ନବୀନ କୁମାର ସାହୁ, ସହ ସଂଯୋଜକ ରମେଶ ପ୍ରଧାନ, କୋଷାଧ୍ୟକ୍ଷ ମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
The post ସ୍ଥାୟୀ ବିଇଓ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି appeared first on Dharitri Odia News.