କାଳବୈଶାଖୀରେ ଫସଲହାନୀ, ଚିନାବାଦାମ ଓ ବିରି ଫସଲ ନଷ୍ଟ

ଯାଜପୁର (କେନ୍ୟୁଜ୍‌): ଯାଜପୁରରେ କାଳବୈଶାଖୀ ଓ ଲଗାଣ ବର୍ଷାଯୋଗୁଁ ଫସଲ ନଷ୍ଟ । ଗତ ୨ଦିନ ଧରି ବର୍ଷା ହେବା ଫଳରେ ବିଶେଷ ଭାବରେ ଚିନାବାଦାମ ଓ ବିରି ଫସଲ କ୍ଷତିଗ୍ରସ୍ତ ହୋଇଛି । ଚାଷୀ ମାନେ ବାଦାମ ଉପାଡି ବିଲରେ ପକାଇ ରଖିଥିଲେ । ଖରା ବାଜିବା ପରେ ଘରକୁ ଆଣିଥାନ୍ତେ । ତେବେ ୨ଦିନ ଧରି ବର୍ଷା ହେବ ଫଳରେ ବାଦାମ କଳା ପଡ଼ିବା ସହ ନଷ୍ଟ ହେବାର ଆଶଙ୍କା କରାଯାଇଛି। ସେହିପରି ବର୍ଷାରେ […] The post କାଳବୈଶାଖୀରେ ଫସଲହାନୀ, ଚିନାବାଦାମ ଓ ବିରି ଫସଲ ନଷ୍ଟ appeared first on KNews Odisha.

କାଳବୈଶାଖୀରେ ଫସଲହାନୀ, ଚିନାବାଦାମ ଓ ବିରି ଫସଲ ନଷ୍ଟ

ଯାଜପୁର (କେନ୍ୟୁଜ୍‌): ଯାଜପୁରରେ କାଳବୈଶାଖୀ ଓ ଲଗାଣ ବର୍ଷାଯୋଗୁଁ ଫସଲ ନଷ୍ଟ । ଗତ ୨ଦିନ ଧରି ବର୍ଷା ହେବା ଫଳରେ ବିଶେଷ ଭାବରେ ଚିନାବାଦାମ ଓ ବିରି ଫସଲ କ୍ଷତିଗ୍ରସ୍ତ ହୋଇଛି । ଚାଷୀ ମାନେ ବାଦାମ ଉପାଡି ବିଲରେ ପକାଇ ରଖିଥିଲେ । ଖରା ବାଜିବା ପରେ ଘରକୁ ଆଣିଥାନ୍ତେ । ତେବେ ୨ଦିନ ଧରି ବର୍ଷା ହେବ ଫଳରେ ବାଦାମ କଳା ପଡ଼ିବା ସହ ନଷ୍ଟ ହେବାର ଆଶଙ୍କା କରାଯାଇଛି। ସେହିପରି ବର୍ଷାରେ ବିରି ଫସଲ ମଧ୍ୟ ନଷ୍ଟ ହେବା ଆଶଙ୍କା କରାଯାଇଛି। ଜିଲ୍ଲାର ରସୁଲପୁର, ବରୀ, ଧର୍ମଶାଳା ଆଦି ଅଞ୍ଚଳରେ ବିଶେଷ ଭାବରେ କ୍ଷତି ହୋଇଥିବା ଦେଖିବାକୁ ମିଳିଛି ।

 

The post କାଳବୈଶାଖୀରେ ଫସଲହାନୀ, ଚିନାବାଦାମ ଓ ବିରି ଫସଲ ନଷ୍ଟ appeared first on KNews Odisha.