୨ କଣ୍ଟେନର ସହ ପ୍ରାୟ ୭୯ରୁ ଅଧିକ ଗୋରୁ ଜବତ, ଖସିଗଲେ ମାଫିଆ
ଖୋର୍ଦ୍ଧା,୨୦।୧: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳ ଗୋମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ଗୋଚାଲାଣ ବଢିବାରେ ଲାଗିଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ରାଜ୍ୟ ବାହାରକୁ ଚାଲଣ ହେବା ପାଇଁ ଜାମୁସାହିରେ ଗୋରୁ ବୋଝେଇ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏସ୍ଡିପିଓ ଦିଲ୍ଲୀପ ଦାସଙ୍କ ନେତୃତ୍ୱରେ ବେଗୁନିଆ ପୋଲିସ ଚଢ଼ାଉକରି ଜାମୁସାହି ଅଞ୍ଚଳରୁ ଦୁଇଟି ଗୋରୁ ବୋଝେଇ କଣ୍ଟେନର ଜବତ କରିଛି। ୭୯ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡ୍ରାଇଭର, ଗୋମାଫିଆ […] The post ୨ କଣ୍ଟେନର ସହ ପ୍ରାୟ ୭୯ରୁ ଅଧିକ ଗୋରୁ ଜବତ, ଖସିଗଲେ ମାଫିଆ appeared first on Dharitri Odia News.
ଖୋର୍ଦ୍ଧା,୨୦।୧: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳ ଗୋମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ଗୋଚାଲାଣ ବଢିବାରେ ଲାଗିଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ରାଜ୍ୟ ବାହାରକୁ ଚାଲଣ ହେବା ପାଇଁ ଜାମୁସାହିରେ ଗୋରୁ ବୋଝେଇ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା।
ଏସ୍ଡିପିଓ ଦିଲ୍ଲୀପ ଦାସଙ୍କ ନେତୃତ୍ୱରେ
ବେଗୁନିଆ ପୋଲିସ ଚଢ଼ାଉକରି ଜାମୁସାହି ଅଞ୍ଚଳରୁ ଦୁଇଟି ଗୋରୁ ବୋଝେଇ କଣ୍ଟେନର ଜବତ କରିଛି। ୭୯ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡ୍ରାଇଭର, ଗୋମାଫିଆ ଫେରାର ହୋଇଯାଇଛନ୍ତି।
ବାରମ୍ବାର ପୋଲିସ ଗୋରୁ ବୋଝେଇ ଗାଡି ଜବତ କରୁଥିବା ବେଳେ ଗୋମାଫିଆମାନଙ୍କୁ ଗିରଫ କରିବାରେ ବିଫଳ ହେବା ପୋଲିସ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ସୁଷ୍ଟି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ବେଗୁନିଆ ଥାନା ଅଞ୍ଚଳର କୁଶୁପଲ୍ଲା,ଜାମୁସାହି ଓ କଡବ ଅଞ୍ଚଳର ଗୋରୁ ଦଲାଲମାନେ ସକ୍ରିୟ ରହିଥିବା ବେଳେ ବିଳମ୍ବିତ ରାତ୍ରିରେ ଗୋରୁଙ୍କୁ ଦଲାଲଙ୍କ ମାଧ୍ୟମରେ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ।
The post ୨ କଣ୍ଟେନର ସହ ପ୍ରାୟ ୭୯ରୁ ଅଧିକ ଗୋରୁ ଜବତ, ଖସିଗଲେ ମାଫିଆ appeared first on Dharitri Odia News.