କାହିଁକି ଘୋଷଣା ହେଲାନି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ? କାରଣ କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ଶୁକ୍ରବାର ଜାମ୍ମୁ-କାଶ୍ମୀର ଓ ହରିଆଣା ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ହେଲେ ମହାରାଷ୍ଟ୍ର ଇଲେକ୍ସନ ତାରିଖ ଘୋଷଣା କରାଯାଇ ନାହିଁ। ହରିଆଣା ସହିତ ମହାରାଷ୍ଟ୍ର ନିର୍ବାଚନ ହୋଇଥାଏ। ହେଲେ ଏଥର ବ୍ୟତିକ୍ରମ ଘଟିବା ପରେ ଯାହାକୁ ନେଇ ବିରୋଧୀ ନାନା ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ମହାରାଷ୍ଟ୍ର ନିର୍ବାଚନ ଘୋଷଣା ନ କରିବା ନେଇ ନିର୍ବାଚନ କମିଶନ ପାଣିପାଗ ଅବସ୍ଥା ଓ ସୁରକ୍ଷା ବ୍ୟବସ୍ଥା ଆଦି କାରଣ ଦର୍ଶାଇଛି। ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ ଥିବାରୁ ଓ ପାଣିପାଗର ସ୍ଥିତି ଭଲ ନଥିବାର ମହାରାଷ୍ଟ୍ର ନିର୍ବାଚନକୁ ବିଳମ୍ବ କରାଯାଇଛି ବୋଲି ରାଜୀବ କୁମାର କହିଛନ୍ତି। ରାଜୀବ କୁମାର କହିଛନ୍ତି ଯେ ମୌସୁମୀ ସମୟ ଚାଲୁଥିବାରୁ ନିର୍ବାଚନ ପାଇଁ ଆବଶ୍ୟକୀୟ ମହାରାଷ୍ଟ୍ରରେ ଭୋଟ ଲିଷ୍ଟ ଅପଟେଡ କରାଯାଇପାରି ନାହିଁ। ଏହା ବାଦ୍ ରାଜ୍ୟ ବର୍ତ୍ତମାନ ଅନେକ ଜରୁରୀ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଯଥା ପିତୃପକ୍ଷା, ଦୀପାବଳି, ଗଣେଶ ଚତୁର୍ଥୀ ଆଦି ଆୟୋଜନରେ ବ୍ୟସ୍ତ ରହୁଛି। ତେଣୁ ମହରାଷ୍ଟ୍ର ନିର୍ବାଚନ ଘୁଞ୍ଚାଇବାର ଆବଶ୍ୟକତା ରହିଛି।    ନିର୍ବାଚନ କମିଶନ ମୁଖ୍ୟ କହିଛନ୍ତି “ଗତବର୍ଷ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ସାଂଗରେ ହୋଇଥିଲା।

କାହିଁକି ଘୋଷଣା ହେଲାନି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ? କାରଣ କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ଶୁକ୍ରବାର ଜାମ୍ମୁ-କାଶ୍ମୀର ଓ ହରିଆଣା ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ହେଲେ ମହାରାଷ୍ଟ୍ର ଇଲେକ୍ସନ ତାରିଖ ଘୋଷଣା କରାଯାଇ ନାହିଁ। ହରିଆଣା ସହିତ ମହାରାଷ୍ଟ୍ର ନିର୍ବାଚନ ହୋଇଥାଏ। ହେଲେ ଏଥର ବ୍ୟତିକ୍ରମ ଘଟିବା ପରେ ଯାହାକୁ ନେଇ ବିରୋଧୀ ନାନା ପ୍ରଶ୍ନ ଉଠାଇଛନ୍ତି। 

ଅନ୍ୟପଟେ ମହାରାଷ୍ଟ୍ର ନିର୍ବାଚନ ଘୋଷଣା ନ କରିବା ନେଇ ନିର୍ବାଚନ କମିଶନ ପାଣିପାଗ ଅବସ୍ଥା ଓ ସୁରକ୍ଷା ବ୍ୟବସ୍ଥା ଆଦି କାରଣ ଦର୍ଶାଇଛି। ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ ଥିବାରୁ ଓ ପାଣିପାଗର ସ୍ଥିତି ଭଲ ନଥିବାର ମହାରାଷ୍ଟ୍ର ନିର୍ବାଚନକୁ ବିଳମ୍ବ କରାଯାଇଛି ବୋଲି ରାଜୀବ କୁମାର କହିଛନ୍ତି। 

ରାଜୀବ କୁମାର କହିଛନ୍ତି ଯେ ମୌସୁମୀ ସମୟ ଚାଲୁଥିବାରୁ ନିର୍ବାଚନ ପାଇଁ ଆବଶ୍ୟକୀୟ ମହାରାଷ୍ଟ୍ରରେ ଭୋଟ ଲିଷ୍ଟ ଅପଟେଡ କରାଯାଇପାରି ନାହିଁ। ଏହା ବାଦ୍ ରାଜ୍ୟ ବର୍ତ୍ତମାନ ଅନେକ ଜରୁରୀ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଯଥା ପିତୃପକ୍ଷା, ଦୀପାବଳି, ଗଣେଶ ଚତୁର୍ଥୀ ଆଦି ଆୟୋଜନରେ ବ୍ୟସ୍ତ ରହୁଛି। ତେଣୁ ମହରାଷ୍ଟ୍ର ନିର୍ବାଚନ ଘୁଞ୍ଚାଇବାର ଆବଶ୍ୟକତା ରହିଛି।    

ନିର୍ବାଚନ କମିଶନ ମୁଖ୍ୟ କହିଛନ୍ତି “ଗତବର୍ଷ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ସାଂଗରେ ହୋଇଥିଲା। ସେତେବେଳେ ଜାମ୍ମୁ-କାଶ୍ମୀର ନଥିଲା। କିନ୍ତୁ ଏଥର ଚଳିତ ବର୍ଷ ୪ଟି ନିର୍ବାଚନ ରହିଛି ଏବଂ ଏହାର ତୁରନ୍ତ ପରେ ପଞ୍ଚମ ନିର୍ବାଚନ ରହିଛି। ତେଣୁ ଏଥିପାଇଁ ଫୋର୍ସର ଆବଶ୍ୟକତା ଥିବାରୁ ଆମେ ଦୁଇଟି ରାଜ୍ୟର ନିର୍ବାଚନ କରାଇବାକୁ ନିଷ୍ପତ୍ତି ନେଇଛୁ। ସେହିପରି ଅନ୍ୟ ଏକ କାରଣ ହେଲା ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଲାଗି ରହିଛି। ତା ସହିତ ସେଠାରେ ଏକାଧିକ ବଡ଼ ପର୍ବ ପାଳନ ହେବାର ଅଛି।” ତେବେ ମହାରାଷ୍ଟ୍ର ନିର୍ବାଚନ କେବେ ହେବ ସେନେଇ ନିର୍ବାଚନ କମିଶନ କୌଣସି ତାରିଖ ଘୋଷଣା କରି ନାହାନ୍ତି।

ଅନ୍ୟପଟେ ବିଳମ୍ବ ନେଇ ପ୍ରତିକ୍ରିୟା ରଖିଛି ଉଦ୍ଧବ ଠାକରେ ଶିବସେନା। ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ୟୁବିଟି ଦଳର ନେତା ଆଦିତ୍ୟ ଠାକ୍‌ରେ କହିଛନ୍ତି ନିର୍ବାଚନ କେନ୍ଦ୍ର ସରକାର ଦୁସ୍‌ପ୍ରଚାର ଖୁଲାସା କରିଦେଲେ। ଜାମ୍ମୁ-କାଶ୍ମୀରେ ବିଜେପି କିଛି ବର୍ଷ ହେଲା ଶାସନ କରୁଛି ଓ ସେଠାରେ ଅବସ୍ଥା ସୁଧୁରିଛି ବୋଲି ଦୁସ୍‌ପ୍ରଚାର କରୁଛି। ହେଲେ ଜାମ୍ମୁ-କାଶ୍ମୀରରେ ଅଧିକ ସିକ୍ୟୁରିଟି ଆବଶ୍ୟକତା କହି ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କର ବିଫଳତା ବଖାଣିଛନ୍ତି ବୋଲି ଆଦିତ୍ୟ ଠାକରେ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି।