କାହିଁକି ସାରା ବିଶ୍ୱରେ ବଢୁଛି ଭାରତର ପତିଆରା: ମୋହନ ଭାଗବତ କହିଲେ କାରଣ
ନାଗପୁର,୧୨।୧୦: ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ବିଜୟାଦଶମୀ ଅବସରରେ ନାଗପୁରର ରେଶମ ବାଗ ଗ୍ରାଉଣ୍ଡରେ ‘ଶସ୍ତ୍ର ପୂଜନ’ କରିଥିଲେ। ଏହି ସମୟରେ ସେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଆରଏସଏସ ମୁଖ୍ୟ କହିଛନ୍ତି, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ଆମ ଦେଶ ଆଗକୁ ବଢୁଛି। ଦୁନିଆରେ ଏପରି କିଛି ଶକ୍ତି ଅଛନ୍ତି, ଯେଉଁମାନେ ଭାରତ […] The post କାହିଁକି ସାରା ବିଶ୍ୱରେ ବଢୁଛି ଭାରତର ପତିଆରା: ମୋହନ ଭାଗବତ କହିଲେ କାରଣ appeared first on Dharitri Odia News.
ନାଗପୁର,୧୨।୧୦: ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ବିଜୟାଦଶମୀ ଅବସରରେ ନାଗପୁରର ରେଶମ ବାଗ ଗ୍ରାଉଣ୍ଡରେ ‘ଶସ୍ତ୍ର ପୂଜନ’ କରିଥିଲେ। ଏହି ସମୟରେ ସେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଆରଏସଏସ ମୁଖ୍ୟ କହିଛନ୍ତି, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ଆମ ଦେଶ ଆଗକୁ ବଢୁଛି। ଦୁନିଆରେ ଏପରି କିଛି ଶକ୍ତି ଅଛନ୍ତି, ଯେଉଁମାନେ ଭାରତ ଆଗକୁ ନ ଯିବାକୁ ଚାହୁଁଛନ୍ତି।
ଆରଏସଏସ ମୁଖ୍ୟ କହିଛନ୍ତି, ଭାରତ ଆଗକୁ ବଢୁଛି କାରଣ ଆମେ ସମସ୍ତଙ୍କୁ ସାହାଯ୍ୟ କରୁଛୁ। ଶତ୍ରୁମାନଙ୍କୁ ମଧ୍ୟ ଆମେ ସାହାଯ୍ୟ କରୁ। ବିଶ୍ୱର ଅନ୍ୟ ଦେଶମାନଙ୍କର ଏପରି ପ୍ରକୃତି ନାହିଁ। ଭାରତ ଆଗକୁ ବଢିବାର ଏହି କାରଣ।
ମୋହନ ଭାଗବତ ଆହୁରି ମଧ୍ୟ କହିଛନ୍ତି, ଜମ୍ମୁ କଶ୍ମୀରରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସମଗ୍ର ବିଶ୍ୱରେ ଭାରତର ବିଶ୍ୱସନୀୟତା ଏବଂ ପ୍ରତିଷ୍ଠା ବୃଦ୍ଧି ପାଇଛି। ଆମର ଯୋଗ ସାରା ବିଶ୍ୱରେ ଫ୍ୟାଶନ ହେବାରେ ଲାଗିଛି। ଆମେ ବସୁଧୈବ କୁଟୁମ୍ବକମ ପ୍ରଥା ଅବଲମ୍ବନ କରୁଛୁ। ପରିବେଶ ବିଷୟରେ ଆମର ଦୃଷ୍ଟିକୋଣ ଗ୍ରହଣୀୟ। ସମଗ୍ର ବିଶ୍ୱରେ ଏବଂ ଏହା କରିବାକୁ ସମସ୍ତେ ଉଦ୍ୟମ କରୁଛନ୍ତି।
The post କାହିଁକି ସାରା ବିଶ୍ୱରେ ବଢୁଛି ଭାରତର ପତିଆରା: ମୋହନ ଭାଗବତ କହିଲେ କାରଣ appeared first on Dharitri Odia News.