କିଏ ସେହି ରହସ୍ୟମୟ ଯୁବତୀ, ଯାହାଙ୍କ ସହିତ ଏୟାରପୋର୍ଟରେ ନଜର ଆସିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୦।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ତାଙ୍କର ଅନେକ ଫଟୋ ସେଠାରୁ ଭାଇରାଲ ହୋଇଛି। କେତେକ ଫଟୋ ସ୍ବାଗତ ବେଳର ହୋଇଥିବାବେଳେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସହିତ ଜଡିତ ଥିଲା। ଏହି ସମୟରେ ରାହୁଲ ଗାନ୍ଧୀ ଏକ ଫଟୋ ଭାଇରାଲହୋଇଛି, ଯେଉଁଥିରେ ତାଙ୍କୁ ଜଣେ ମହିଳାଙ୍କ ସହ ଦେଖିବାକୁ ମିଳିଥିଲା। ଉତ୍ତରପ୍ରଦେଶ (ୟୁପି) ର ରାଏବରେଲିରୁ ଲୋକ ସଭା ଏମ୍‌ପି ରାହୁଲ ଗାନ୍ଧୀ […] The post କିଏ ସେହି ରହସ୍ୟମୟ ଯୁବତୀ, ଯାହାଙ୍କ ସହିତ ଏୟାରପୋର୍ଟରେ ନଜର ଆସିଲେ ରାହୁଲ ଗାନ୍ଧୀ appeared first on Dharitri Odia News.

କିଏ ସେହି ରହସ୍ୟମୟ ଯୁବତୀ, ଯାହାଙ୍କ ସହିତ ଏୟାରପୋର୍ଟରେ ନଜର ଆସିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୦।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ତାଙ୍କର ଅନେକ ଫଟୋ ସେଠାରୁ ଭାଇରାଲ ହୋଇଛି। କେତେକ ଫଟୋ ସ୍ବାଗତ ବେଳର ହୋଇଥିବାବେଳେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସହିତ ଜଡିତ ଥିଲା। ଏହି ସମୟରେ ରାହୁଲ ଗାନ୍ଧୀ ଏକ ଫଟୋ ଭାଇରାଲହୋଇଛି, ଯେଉଁଥିରେ ତାଙ୍କୁ ଜଣେ ମହିଳାଙ୍କ ସହ ଦେଖିବାକୁ ମିଳିଥିଲା।

ଉତ୍ତରପ୍ରଦେଶ (ୟୁପି) ର ରାଏବରେଲିରୁ ଲୋକ ସଭା ଏମ୍‌ପି ରାହୁଲ ଗାନ୍ଧୀ ରବିବାର ଆମେରିକାର ଟେକ୍ସାସର ଡାଲାସରେ ପହଞ୍ଚିଥିଲେ। ପୂର୍ବତନ କଂଗ୍ରେସ ସଭାପତିଙ୍କୁ ଆମେରିକାର ଭାରତୀୟ ତଥା ଭାରତୀୟ ବିଦେଶ କଂଗ୍ରେସ (ଆଇଓସି) ସଦସ୍ୟମାନେ ସ୍ବାଗତ କରିଥିଲେ। ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ ସମୟରେ ତାଙ୍କର ଏକ ଫଟୋ ୯ ସେପ୍ଟେମ୍ବର ୨୦୨୪ରେ ସାମ୍ନାକୁ ଆସିଥିଲା ଯେଉଁଥିରେ ଜଣେ ମହିଳା ତାଙ୍କ ସହ ଠିଆ ହୋଇଥିବା ଦେଖାଯାଇଥିଲା।

ଏହି ଫଟୋରେ ରାହୁଲ ସବୁଜ ଟି-ଶର୍ଟ ପିନ୍ଧିଥିବାବେଳେ ବିମାନବନ୍ଦର ବାହାରେ ତାଙ୍କ ସହ ଦେଖାଯାଇଥିବା ମହିଳା ଜଣକ ବ୍ରାଉନ ଟପ ପିନ୍ଧିଥିଲେ। ଏହି ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦେଖାଯିବାର କିଛି ସମୟ ପରେ ଏହା ଭାଇରାଲ ହେବାରେ ଲାଗିଲା ଏବଂ ଲୋକମାନେ ପଚାରିବାରେ ଲାଗିଲେ ଯେ ମହିଳା ଜଣକ କିଏ?
ଏହି ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦେଖାଯିବାର କିଛି ସମୟ ପରେ ଏହା ଭାଇରାଲ ହେବାରେ ଲାଗିଲା ଏବଂ ଲୋକମାନେ ପଚାରିବାରେ ଲାଗିଲେ ଯେ ମହିଳା ଜଣକ କିଏ।

କଂଗ୍ରେସର ସୁପ୍ରିୟା ଶ୍ରୀନେଟ ଏନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ପିଲାଦିନର ବନ୍ଧୁ ଅମିତାଭ ଦୁବେ ତାଙ୍କ ସହ ଥିବାବେଳେ ଦେଖାଯାଇଥିବା ମହିଳା ତାଙ୍କ ପତ୍ନୀ ଅମୁଲିଆ।

The post କିଏ ସେହି ରହସ୍ୟମୟ ଯୁବତୀ, ଯାହାଙ୍କ ସହିତ ଏୟାରପୋର୍ଟରେ ନଜର ଆସିଲେ ରାହୁଲ ଗାନ୍ଧୀ appeared first on Dharitri Odia News.