କିଛି ଛାଡିଲେନି, ଚାଇନା କଲ ସେଣ୍ଟରରୁ ଲୁଟିନେଲେ ପାକିସ୍ତାନୀ

ଇସଲାମାବାଦ,୧୮।୩: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ନକଲି କଲ ସେଣ୍ଟର ଚାଲିଥିଲା। ପାକିସ୍ତାନୀ ଅଧିକାରୀମାନେ ଏହା ବିଷୟରେ ଜାଣିବାକୁ ପାଇଲେ। ଏହା ପରେ, ପାକିସ୍ତାନର ଫେଡେରାଲ ତଦନ୍ତ ଏଜେନ୍ସି ନକଲି କଲ ସେଣ୍ଟର ଉପରେ ଚଢାଉ କରିଥିଲା। ଏହି କଲ ସେଣ୍ଟରଟି ଇସଲାମାବାଦର ସେକ୍ଟର F-11 ରୁ କାର୍ଯ୍ୟ କରୁଥିଲା। ଚାଇନା ନାଗରିକମାନେ ଏହାର ମାଷ୍ଟରମାଇଣ୍ଡ। ଚଢାଉ ପରେ, କଲ ସେଣ୍ଟର ବାହାରର ଦୃଶ୍ୟ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରକୃତରେ, ଚଢାଉ ସମୟରେ, ପାକିସ୍ତାନର ଲୋକମାନେ ନକଲି […] The post କିଛି ଛାଡିଲେନି, ଚାଇନା କଲ ସେଣ୍ଟରରୁ ଲୁଟିନେଲେ ପାକିସ୍ତାନୀ appeared first on Dharitri Odia News.

କିଛି ଛାଡିଲେନି, ଚାଇନା କଲ ସେଣ୍ଟରରୁ ଲୁଟିନେଲେ ପାକିସ୍ତାନୀ

ଇସଲାମାବାଦ,୧୮।୩: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ନକଲି କଲ ସେଣ୍ଟର ଚାଲିଥିଲା। ପାକିସ୍ତାନୀ ଅଧିକାରୀମାନେ ଏହା ବିଷୟରେ ଜାଣିବାକୁ ପାଇଲେ। ଏହା ପରେ, ପାକିସ୍ତାନର ଫେଡେରାଲ ତଦନ୍ତ ଏଜେନ୍ସି ନକଲି କଲ ସେଣ୍ଟର ଉପରେ ଚଢାଉ କରିଥିଲା। ଏହି କଲ ସେଣ୍ଟରଟି ଇସଲାମାବାଦର ସେକ୍ଟର F-11 ରୁ କାର୍ଯ୍ୟ କରୁଥିଲା। ଚାଇନା ନାଗରିକମାନେ ଏହାର ମାଷ୍ଟରମାଇଣ୍ଡ। ଚଢାଉ ପରେ, କଲ ସେଣ୍ଟର ବାହାରର ଦୃଶ୍ୟ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
ପ୍ରକୃତରେ, ଚଢାଉ ସମୟରେ, ପାକିସ୍ତାନର ଲୋକମାନେ ନକଲି କଲ ସେଣ୍ଟରକୁ ଲୁଟି ନେଇଥିଲେ। ଯାହା ହାତରେ ଯାହା ପଡିଲା… ସେ ତାକୁ ନେଇ ଦୌଡ଼ିବା ଆରମ୍ଭ କଲା। ସୂଚନା ଅନୁଯାୟୀ, ଇସଲାମାବାଦ ସ୍ଥିତ ଏହି ନକଲି କଲ ସେଣ୍ଟରରୁ ସାରା ବିଶ୍ୱରେ ଠକେଇ କରାଯାଉଥିଲା। ଏନେଇ ପାକିସ୍ତାନୀ କର୍ତ୍ତୃପକ୍ଷ ୨୪ ଜଣଙ୍କୁ ଗିରଫ କରିଛନ୍ତି।
ସୂଚନା ଅନୁଯାୟୀ, ଯେତେବେଳେ ଅଧିକାରୀମାନେ ଚଢାଉ କରିବାକୁ ପହଞ୍ଚିଲେ, ସେତେବେଳେ ପଛ ପଟରୁ ବହୁ ସଂଖ୍ୟକ ଲୋକ ନକଲି କଲ ସେଣ୍ଟରରେ ପ୍ରବେଶ କରିଥିଲେ। କଲ ସେଣ୍ଟର ଡକାୟତିର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେନ୍ଦ୍ରରୁ ବହୁ ସଂଖ୍ୟକ ଲୋକ ବାହାରକୁ ଆସୁଥିବାର ଦେଖାଯାଉଛି। କାହା ହାତରେ ଲାପଟପ ଅଛି ତ କାହା ହାତରେ ମନିଟର ଅଛି। ଛୋଟ ଏବଂ ବୃଦ୍ଧ ସମସ୍ତେ ଲୁଟପାଟରେ ଲିପ୍ତ। ଲୋକମାନେ କଲ ସେଣ୍ଟରରୁ ଏକ୍ସଟେନ୍ସନ, କିବୋର୍ଡ, ଡେସ୍କଟପ, ଲାପଟପ, କଟଲେରୀ ସେଟ ଏପରିକି ଫର୍ଣ୍ଣିଚର ଲୁଟଇ ନେଇଛନ୍ତି।

The post କିଛି ଛାଡିଲେନି, ଚାଇନା କଲ ସେଣ୍ଟରରୁ ଲୁଟିନେଲେ ପାକିସ୍ତାନୀ appeared first on Dharitri Odia News.