କିଶାନ ମଜଦୂର ସଭା ପକ୍ଷରୁ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କୁ ଦେଲେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ସର୍ବ ଭାରତୀୟ କୃଷକ ଓ କୃଷି ସଙ୍ଗଠନ ଅଖିଳ ଭାରତ କିଶାନ ମଜଦୂର ସଭା(ଏଆଇକେଏମ୍‌ଏସ୍‌) ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଫସଲ କ୍ଷତିପୂରଣ ଦାବିରେ ରବିବାର ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଅନୀତା କୁମାରୀ ସାହୁଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅଦିନିଆ ବର୍ଷା ଫଳରେ ଦିଗପହଣ୍ଡି ତହସିଲ ଅଧିନ ଗ୍ରାମାଞ୍ଚଳର ସମସ୍ତ କ୍ଷତିଗସ୍ତ ଚାଷୀ ଭାଗଚାଷୀ ଓ ଆଦିବାସୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉ। […] The post କିଶାନ ମଜଦୂର ସଭା ପକ୍ଷରୁ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କୁ ଦେଲେ… appeared first on Dharitri Odia News.

କିଶାନ ମଜଦୂର ସଭା ପକ୍ଷରୁ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କୁ ଦେଲେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ସର୍ବ ଭାରତୀୟ କୃଷକ ଓ କୃଷି ସଙ୍ଗଠନ ଅଖିଳ ଭାରତ କିଶାନ ମଜଦୂର ସଭା(ଏଆଇକେଏମ୍‌ଏସ୍‌) ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଫସଲ କ୍ଷତିପୂରଣ ଦାବିରେ ରବିବାର ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଅନୀତା କୁମାରୀ ସାହୁଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅଦିନିଆ ବର୍ଷା ଫଳରେ ଦିଗପହଣ୍ଡି ତହସିଲ ଅଧିନ ଗ୍ରାମାଞ୍ଚଳର ସମସ୍ତ କ୍ଷତିଗସ୍ତ ଚାଷୀ ଭାଗଚାଷୀ ଓ ଆଦିବାସୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉ। ରିଲିଫ କୋଡ଼ର ମାନଦଣ୍ଡକୁ କୋହଳ କରାଯାଇ ଜମିରେ କଟାହୋଇ ଗଦା ହୋଇଥିବା ଧାନ ଫସଲକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉ। ଧାନ ଫସଲର ଏକର ପିଛା ୨୫ ହଜାର ଏବଂ ପନିପରିବା ଫସଲର ଏକର ପିଛା ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉ। ସମସ୍ତ ଚାଷୀ ଓ ଭାଗଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ। ଏଫଏକ୍ୟୁମାନକୁ କୋହଳ କରାଯାଇ ଚାଷୀଙ୍କ ସମସ୍ତ ଧାନଫସଲକୁ ମଣ୍ଡି ମାଧ୍ୟମରେ କ୍ୱିଣ୍ଟାଲ ପ୍ରତି ୩୧ ଶହ ଟଙ୍କାରେ କ୍ରୟ କରାଯାଉ। ସମସ୍ତ ଚାଷୀ ଭାଗଚାଷୀଙ୍କ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରାଯାଉ। ରବୀ ଚାଷ ପାଇଁ ମୁଗ, ବିରି,ଚିନା ବାଦାମ ବିହନ ମାଗଣାରେ ପ୍ରଦାନ କରାଯାଉ।
ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ବେଲପତ୍ର ଘାଇର ପୁନଃରୁଦ୍ଧାର କରାଯାଉ ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ସ୍ମାରକପତ୍ର ପ୍ରଦାନ ସମୟରେ ଏଆଇକେଏମଏସର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଦିଗପହଣ୍ଡି ବ୍ଲକ କମିଟି ସଭାପତି ଲଡୁ କିଶୋର ଡାକୁଆ,କାର୍ଯ୍ୟକର୍ତ୍ତା ନାରାୟଣ ବିଷୋୟୀ, ପ୍ରକାଶ ଗୌଡ଼, ଗନ୍ତେଇ ମଳିକ, ଶ୍ୟାମଘନ ବିଷୋୟୀ,ଧୋବା ଜେନା, ଉଜ୍ଜଳ ବିଷୋୟୀ, ରୀତା ଦାସ,ଜିନ୍ତା ଦାସଙ୍କ ନେତୃତ୍ୱରେ ଶତାଧିକ ଚାଷୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

The post କିଶାନ ମଜଦୂର ସଭା ପକ୍ଷରୁ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କୁ ଦେଲେ… appeared first on Dharitri Odia News.