କୁଟୁରା ଭାବି ଗୁଳି; ଶଳା ମୃତ

ଢେଙ୍କାନାଳ: କାଳ ହେଲା କୁଟୁରା ଶିକାର। ଭିଣୋଇ ଗୁଳିମାଡ଼ରେ ଗଲା ଶଳାର ଜୀବନ। ଢେଙ୍କାନାଳ ଜିଲ୍ଲା ସଦର ଥାନା କଳାଙ୍ଗ ପଞ୍ଚାୟତ ଫାଶି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଜଣଙ୍କ ହେଲେ, ଗୋବିନ୍ଦ ଚନ୍ଦ୍ର ନାୟକ। ପୁଲିସ୍‌ ଅଭିଯୁକ୍ତ ଭିଣୋଇ ରମେଶ ଚନ୍ଦ୍ର ନାଏକକୁ ଗିରଫ କରି କୋର୍ଟଚାଲାଣ କରିଛି। ରମେଶର ଘର ରାସୋଳ ଥାନା ଆଳୁସିଂ ଗ୍ରାମରେ। ପୁଲିସ୍‌ ଏକ ବନ୍ଧୁକ ଜବତ କରିଛି। ସୂଚନାନୁଯାୟୀ, ଫାଶିଗାଁଠାରେ ଗୋବିନ୍ଦଙ୍କର ଏକ ଫାର୍ମହାଉସ୍‌ ରହିଛି। […]

କୁଟୁରା ଭାବି ଗୁଳି; ଶଳା ମୃତ
gun shot

ଢେଙ୍କାନାଳ: କାଳ ହେଲା କୁଟୁରା ଶିକାର। ଭିଣୋଇ ଗୁଳିମାଡ଼ରେ ଗଲା ଶଳାର ଜୀବନ। ଢେଙ୍କାନାଳ ଜିଲ୍ଲା ସଦର ଥାନା କଳାଙ୍ଗ ପଞ୍ଚାୟତ ଫାଶି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଜଣଙ୍କ ହେଲେ, ଗୋବିନ୍ଦ ଚନ୍ଦ୍ର ନାୟକ। ପୁଲିସ୍‌ ଅଭିଯୁକ୍ତ ଭିଣୋଇ ରମେଶ ଚନ୍ଦ୍ର ନାଏକକୁ ଗିରଫ କରି କୋର୍ଟଚାଲାଣ କରିଛି। ରମେଶର ଘର ରାସୋଳ ଥାନା ଆଳୁସିଂ ଗ୍ରାମରେ। ପୁଲିସ୍‌ ଏକ ବନ୍ଧୁକ ଜବତ କରିଛି। ସୂଚନାନୁଯାୟୀ, ଫାଶିଗାଁଠାରେ ଗୋବିନ୍ଦଙ୍କର ଏକ ଫାର୍ମହାଉସ୍‌ ରହିଛି।

ଶନିବାର ରାତି ପ୍ରାୟ ସାଢ଼େ ୨ଟାରେ ଗୋବିନ୍ଦ ନିଜ ଫାର୍ମରେ ଶୋଇଥିବା ବେଳେ ଭିଣୋଇ ରମେଶ ସେଠାରେ ପହଞ୍ଚି ଶିକାର କରିବାକୁ ଜଙ୍ଗଲ ମଧ୍ୟକୁ ଯିବାକୁ କହିଥିଲେ। ରମେଶ ଏକ ଦେଶୀ ଏସବିଏମଏଲ ବନ୍ଧୁକ ଧରି ଶିକାର ପାଇଁ ଫାର୍ମଠାରୁ ୫ଶହ ମିଟର ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ବୁଦାରେ କୌଣସି ଜନ୍ତୁ ଥିବାର ସନ୍ଦେହ କରି ରମେଶ ତାଙ୍କ ଶଳା ଗୋବିନ୍ଦକୁ ନିକଟରେ ଥିବା ବୁଦାକୁ ହଲେଇବାକୁ କହିଥିଲେ। ବୁଦା ନିକଟକୁ ଯାଇ ଗୋବିନ୍ଦ ଘଞ୍ଚ ବୁଦାକୁ ହଲାଉଥିବା ବେଳେ ରମେଶ କୌଣସି ଜନ୍ତୁ ଥିବା ସନ୍ଦେହ କରି ଛେରରା ଗୁଳି କରିଥିଲେ। ଏଥିରେ ଗୋବିନ୍ଦଙ୍କ ଛାତି, ପେଟ, ହାତରେ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ଏହି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରାଯାଇଥିଲା। ଏହା ଏକ ଆତ୍ମହତ୍ୟା ବୋଲି କୁହାଯାଇଥିଲା। କିନ୍ତୁ ପୁଲିସ୍‌ ତଦନ୍ତ କରି ଅଭିଯୁକ୍ତ ରମେଶ ନାଏକକୁ ଗିରଫ କରିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଅଭିନବ ସୋନକର କହିଛନ୍ତି।