କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଦୁଃଖଦ ଖବର : ନାମିବ୍ୟାରୁ ଆସିଥିବା ପୁରୁଷ ଚିତା ‘ପୱନ’ର ମୃତ୍ୟୁ
ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଝିଲା ପୁଣି ଏକ ଚିତା । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନାମିବ୍ୟାରୁ ଆସିଥିବା ପୁରୁଷ ଚିତା ‘ପୱନ’ର ମୃତ୍ୟୁ ହୋଇଛି। ଏହାପୂର୍ବରୁ ଅଗଷ୍ଟ ୫ ତାରିଖରେ ଆଫ୍ରିକୀୟ ଚିତା ‘ଗାମିନୀ’ର ଏକ ପାଞ୍ଚ ମାସର ଛୁଆର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳ ୧୦.୩୦ ସମୟରେ କୁନୋ ଜାତୀୟ ଉଦ୍ୟାନର ଏକ କେନାଲ ନିକଟରେ ପୁରୁଷ ଚିତା ‘ପୱନ’ ପଡିଥିଲା। ଯାହା ପରେ ତାର ମୃତ […]

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଝିଲା ପୁଣି ଏକ ଚିତା । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନାମିବ୍ୟାରୁ ଆସିଥିବା ପୁରୁଷ ଚିତା ‘ପୱନ’ର ମୃତ୍ୟୁ ହୋଇଛି। ଏହାପୂର୍ବରୁ ଅଗଷ୍ଟ ୫ ତାରିଖରେ ଆଫ୍ରିକୀୟ ଚିତା ‘ଗାମିନୀ’ର ଏକ ପାଞ୍ଚ ମାସର ଛୁଆର ମୃତ୍ୟୁ ହୋଇଥିଲା।
ମଙ୍ଗଳବାର ସକାଳ ୧୦.୩୦ ସମୟରେ କୁନୋ ଜାତୀୟ ଉଦ୍ୟାନର ଏକ କେନାଲ ନିକଟରେ ପୁରୁଷ ଚିତା ‘ପୱନ’ ପଡିଥିଲା। ଯାହା ପରେ ତାର ମୃତ ଦେହ ଉଦ୍ଧାର କରାଯାଇଛି। ଯେତେବେଳେ ଚିତାବାଘର ମୃତଦେହ ଉଦ୍ଧାର କରାଯାଇଥିଲା, ସେତେବେଳେ ଚିତାବାଘର ମୁଣ୍ଡ ପାଣିରେ ପଡିଥିବା ଜଣାପଡିଛି। ଏଥି ସହିତ ଚିତାର ଶରୀରର ଆଉ କୌଣସି ସ୍ଥାନରେ କିଛି ଆଘାତ ଚିହ୍ନ ନଥିବାରୁ ପାଣିରେ ବୁଡି ମୃତ୍ୟୁ ବରଣ କରିିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ତେବେ ଚିତାବାଘ ‘ପୱନ’ ମୃତ୍ୟୁର ସଠିକ କାରଣ କଣ ତାହା ଜାଣିବା ପାଇଁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ‘ପୱନ’ର ମୃତ୍ୟୁ ପରେ, ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ୨୪ଟି ଚିତାବାଘ ରହିଛନ୍ତି। ଯେଉଁଥିରେ ୧୨ ବୟସ୍କ ଏବଂ ୧୨ ଛୁଆ ଅନ୍ତର୍ଭୁକ୍ତ।