କୁନୋ ଜାତୀୟ ଉଦ୍ୟାନରେ ୫ ଚିତା ସାମିଲ
ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ଖୋଲା ଜଙ୍ଗଲରେ ଆଉ ୫ଟି ଚିତାଙ୍କୁ ଛଡ଼ାଯାଇଛି । ଜ୍ୱାଲା ଏବଂ ତା’ର ୪ ଛୁଆଙ୍କୁ ଖୋଲା ଜଙ୍ଗଲରେ ଛାଡ଼ି ଦିଆଯିବା ପରେ ମୋଟ ଚିତାସଂଖ୍ୟା ୧୨ରେ ପହଞ୍ଚିଛି। ଗତ ଦୁଇ ମାସ ମଧ୍ୟରେ ୭ଟି ଚିତାକୁ ସଫଳତାର ସହ ଛଡ଼ା ଯିବା ପରେ ଏବେ ଆଉ ୫ଟି ଚିତାଙ୍କୁ ଛଡ଼ାଯାଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଫେବ୍ରୁଆରି ୫ ରେ କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିଥିଲେ, ଯେଉଁଠାରେ […]

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ଖୋଲା ଜଙ୍ଗଲରେ ଆଉ ୫ଟି ଚିତାଙ୍କୁ ଛଡ଼ାଯାଇଛି । ଜ୍ୱାଲା ଏବଂ ତା’ର ୪ ଛୁଆଙ୍କୁ ଖୋଲା ଜଙ୍ଗଲରେ ଛାଡ଼ି ଦିଆଯିବା ପରେ ମୋଟ ଚିତାସଂଖ୍ୟା ୧୨ରେ ପହଞ୍ଚିଛି। ଗତ ଦୁଇ ମାସ ମଧ୍ୟରେ ୭ଟି ଚିତାକୁ ସଫଳତାର ସହ ଛଡ଼ା ଯିବା ପରେ ଏବେ ଆଉ ୫ଟି ଚିତାଙ୍କୁ ଛଡ଼ାଯାଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଫେବ୍ରୁଆରି ୫ ରେ କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଭାରତରେ ଜନ୍ମିତ ତିନୋଟି ଛୁଆ ସମେତ ପାଞ୍ଚଟି ଚିତାଙ୍କୁ ଜାତୀୟ ଉଦ୍ୟାନରେ ଛାଡ଼ିଥିଲେ। “ଛୁଆମାନଙ୍କର ବୟସ ୧୩ ମାସ ଏବଂ ସେମାନେ ଏକାଠି ଶିକାର କରନ୍ତି । ଯେହେତୁ ସେମାନେ ଭାରତୀୟ ମାଟିରେ ଜନ୍ମ ଗ୍ରହଣ କରିଛନ୍ତି, ତେଣୁ ସେମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ପ୍ରାୟ ୧୫ ଦିନ ତଳେ ଜଙ୍ଗଲକୁ ଛଡ଼ାଯାଇଥିବା ଏହି ତିନୋଟି ଛୁଆ ଏକାଠି ଶିକାର କରି ଏକାଠି ସମୟ ବିତାଉଥିବା ଦେଖିବାକୁ ମିଳିଛି।