କୃତୀ ଛାତ୍ରୀଛାତ୍ର ସମ୍ମାନିତ, ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ରାଇକିଆ,୭ା୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ପରୀକ୍ଷାରେ କୃତୀ ଛାତ୍ରୀଛାତ୍ରଙ୍କୁ ବୁଧବାର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ଛାତ୍ରୀ ଦୀପ୍ତିମୟୀ ବିଷୋୟୀ ୫୪୭ ମ୍ବର ରଖି A1 ଗ୍ରେଡ୍‌ରେ ପାସ୍‌ କରିବା ସହ ଜିଲାର ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯିବା ସହ ଉଜ୍ଜଳ ଭବିଷ୍ୟତ କାମନା କରଯାଇଥିଲା। ଚଳିତ ବର୍ଷ ବିଦ୍ୟାଳୟ ଶତପ୍ରତିଶତ ସଫଳତା ହାସଲ କରିଥିବା ବେଳେ ସମସ୍ତ ଛାତ୍ରୀଛାତ୍ରଙ୍କୁ […] The post କୃତୀ ଛାତ୍ରୀଛାତ୍ର ସମ୍ମାନିତ, ଉଜ୍ଜ୍ୱଳ ଭବିଷ୍ୟତ କାମନା କରି… appeared first on Dharitri Odia News.

କୃତୀ ଛାତ୍ରୀଛାତ୍ର ସମ୍ମାନିତ, ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ରାଇକିଆ,୭ା୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ପରୀକ୍ଷାରେ କୃତୀ ଛାତ୍ରୀଛାତ୍ରଙ୍କୁ ବୁଧବାର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ଛାତ୍ରୀ ଦୀପ୍ତିମୟୀ ବିଷୋୟୀ ୫୪୭ ମ୍ବର ରଖି A1 ଗ୍ରେଡ୍‌ରେ ପାସ୍‌ କରିବା ସହ ଜିଲାର ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯିବା ସହ ଉଜ୍ଜଳ ଭବିଷ୍ୟତ କାମନା କରଯାଇଥିଲା। ଚଳିତ ବର୍ଷ ବିଦ୍ୟାଳୟ ଶତପ୍ରତିଶତ ସଫଳତା ହାସଲ କରିଥିବା ବେଳେ ସମସ୍ତ ଛାତ୍ରୀଛାତ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା। ପରିଚାଳନା କମିଟି ସଭାପତି ରମେଶ ବିଶ୍ବାଳ, ପୂର୍ବତନ ସମ୍ପାଦକ କୁମାର ପାଢ଼ୀ, କୋଷାଧ୍ୟକ୍ଷ ଚକ୍ରଧର ପୃଷ୍ଟିଙ୍କ ସମେତ କମିଟି ସଦସ୍ୟ, ଗୁରୁମା, ଗୁରୁଜୀ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ। ପ୍ରଧାନ ଆଚାର୍ଯ୍ୟ କାମଦେବ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

The post କୃତୀ ଛାତ୍ରୀଛାତ୍ର ସମ୍ମାନିତ, ଉଜ୍ଜ୍ୱଳ ଭବିଷ୍ୟତ କାମନା କରି… appeared first on Dharitri Odia News.