କେଏଲ ରାହୁଲ ଆଉଟ୍, ଋଷଭ ପନ୍ତ ଇନ...ତୃତୀୟ ଦିନିକିଆରେ ଏମିତି ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ XI

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ତଥା ତୃତୀୟ ମ୍ୟାଚ୍ ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଭାରତ ସିରିଜରେ ୨-୦ରେ ଅଗ୍ରଣୀ  ହାସଲ କରିଛି। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅନ୍ତିମ ଦିନିକିଆରେ ଦୁଇ ଦଳ ନିଜର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରି ପରୀକ୍ଷା ନୀରିକ୍ଷା କରି ପାରନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶରେ ଦୁଇ ବଡ଼ ପରିବର୍ତ୍ତନ କରି ପାରନ୍ତି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ବେଞ୍ଚରେ ବସିଥିବା ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଓ ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ। ଏହା ବଦଳରେ କେଏଲ ରାହୁଲ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ବିଶ୍ରାମ ଦିଆଯାଇପାରେ। ଅନ୍ୟପଟେ ଜୋସ୍ ବଟଲରଙ୍କ ନେତୃତ୍ଵାଧୀନ ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶରେ ତିନି ପରିବର୍ତ୍ତନ ହୋଇପାରେ। ଜେମି ଓଭରଟନ, ଗସ୍ ଏଟିକସନ ଓ ସାକିବ ମେହମୁଦଙ୍କୁ ବାଦ୍ ଦିଆଯାଇ ସେମାନଙ୍କ ସ୍ଥାନରେ ଟମ ବ୍ୟାଣ୍ଟନ, ବ୍ରାୟଡନ କର୍ସ ଓ ଜୋଫ୍ରା ଆର୍ଚରଙ୍କୁ ସୁଯୋଗ ମିଳିପାରେ। ଭାରତ-ଇଂଲଣ୍ଡର ସମ୍ଭାବିତ ଚୂଡ଼ାନ୍ତ ଏକାଦଶଭାରତୀୟ ଦଳରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ/ଋଷଭ ପନ୍ତ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ/କୁଲଦୀପ ଯାଦବ,

କେଏଲ ରାହୁଲ ଆଉଟ୍, ଋଷଭ ପନ୍ତ ଇନ...ତୃତୀୟ ଦିନିକିଆରେ ଏମିତି ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ XI

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ତଥା ତୃତୀୟ ମ୍ୟାଚ୍ ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଭାରତ ସିରିଜରେ ୨-୦ରେ ଅଗ୍ରଣୀ  ହାସଲ କରିଛି। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅନ୍ତିମ ଦିନିକିଆରେ ଦୁଇ ଦଳ ନିଜର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରି ପରୀକ୍ଷା ନୀରିକ୍ଷା କରି ପାରନ୍ତି। 

ଭାରତୀୟ ଅଧିନାୟକ ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶରେ ଦୁଇ ବଡ଼ ପରିବର୍ତ୍ତନ କରି ପାରନ୍ତି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ବେଞ୍ଚରେ ବସିଥିବା ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଓ ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ। ଏହା ବଦଳରେ କେଏଲ ରାହୁଲ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ବିଶ୍ରାମ ଦିଆଯାଇପାରେ। ଅନ୍ୟପଟେ ଜୋସ୍ ବଟଲରଙ୍କ ନେତୃତ୍ଵାଧୀନ ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶରେ ତିନି ପରିବର୍ତ୍ତନ ହୋଇପାରେ। ଜେମି ଓଭରଟନ, ଗସ୍ ଏଟିକସନ ଓ ସାକିବ ମେହମୁଦଙ୍କୁ ବାଦ୍ ଦିଆଯାଇ ସେମାନଙ୍କ ସ୍ଥାନରେ ଟମ ବ୍ୟାଣ୍ଟନ, ବ୍ରାୟଡନ କର୍ସ ଓ ଜୋଫ୍ରା ଆର୍ଚରଙ୍କୁ ସୁଯୋଗ ମିଳିପାରେ। 

ଭାରତ-ଇଂଲଣ୍ଡର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ

ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ/ଋଷଭ ପନ୍ତ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ/କୁଲଦୀପ ଯାଦବ, ହର୍ଷିତ ରାଣା ଓ ମହମ୍ମଦ ଶାମି। 

ଇଂଲଣ୍ଡ ଦଳ

ବେନ ଡକେଟ୍, ଫିଲ୍ ସଲ୍ଟ(ଓ୍ଵିକେଟ୍ କିପର), ଟମ୍ ବ୍ୟାଣ୍ଟନ, ଜୋ ରୁଟ୍, ହ୍ୟାରି ବ୍ରୁକ, ଜୋସ୍ ବଟଲର(ଅଧିନାୟକ), ଲିୟାମ ଲିଭିଙ୍ଗଷ୍ଟୋନ, ବ୍ରାୟଡନ କର୍ସ, ମାର୍କ ଉଡ, ଆଦିଲ ରଶିଦ, ସାକିବ ମେହମୁଦ/ଜୋଫ୍ରା ଆର୍ଚର। 

ଭାରତରେ ଇଂଲଣ୍ଡର ଦିନିକିଆ ସିରିଜ୍‌ରେ ପ୍ରଦର୍ଶନ

ମୋଟ୍ ସିରିଜ- ୧୧

ଭାରତର ବିଜୟ- ୮

ଇଂଲଣ୍ଡର ବିଜୟ- ୧

ଡ୍ର- ୨

ଭାରତ-ଇଂଲଣ୍ଡ ଦିନିକିଆ ହୋମ୍ ଟୁ ହୋମ

ମୋଟ୍ ସିରିଜ୍- ୨୧

ଭାରତର ବିଜୟ- ୧୨

ଇଂଲଣ୍ଡର ବିଜୟ- ୭