କେଜରିଓ୍ବାଲଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ ଶେଷ ହେଉନାହିଁ। ସଦ୍ୟତମ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନ୍ୟାୟିକ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୁଧବାର କୋର୍ଟରେ ହାଜର କରାଯାଇଥିଲା। ରାଉଜ ଆଭେନ୍ୟୁ କୋର୍ଟ କେଜରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ ବୁଧବାର ନ୍ୟାୟିକ ହେପାଜତ ଶେଷ ହେବା […] The post କେଜରିଓ୍ବାଲଙ୍କୁ ଝଟ୍‌କା appeared first on Dharitri Odia News.

କେଜରିଓ୍ବାଲଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ ଶେଷ ହେଉନାହିଁ। ସଦ୍ୟତମ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନ୍ୟାୟିକ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୁଧବାର କୋର୍ଟରେ ହାଜର କରାଯାଇଥିଲା। ରାଉଜ ଆଭେନ୍ୟୁ କୋର୍ଟ କେଜରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ ବୁଧବାର ନ୍ୟାୟିକ ହେପାଜତ ଶେଷ ହେବା ପରେ ଅରବିନ୍ଦ କେଜରିୱାଲଙ୍କୁ ତିହାର ଜେଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ଏଠାରୁ କୋର୍ଟ ମଖ୍ୟମନ୍ତ୍ରୀଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।
ଏକ୍ସାଇଜ ମାମଲାରେ ଇଡି ମାର୍ଚ୍ଚ ୨୧ ରେ ୨ଘଣ୍ଟା ପଚରାଉଚରା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ତିହାର ଜେଲରେ ଅଛନ୍ତି। ପ୍ରକାଶ ଥାଉକି, ସେ ଲୋକ ସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟଙ୍କଠାରୁ ତିନି ସପ୍ତାହ ଅର୍ଥାତ୍‌ ଜୁନ ୧ ପର୍ଯ୍ୟନ୍ତ ଅସ୍ଥାୟୀ ଜାମିନ ପାଇଥିଲେ। ଭୋଟ ଶେଷ ହେବା ପରେ ପରଦିନ ଜୁନ ୨ ରେ ସେ ଆତ୍ମସମର୍ପଣ କରିଥିଲେ।
ଗତ ସପ୍ତାହ ପୂର୍ବରୁ, କେଜରିୱାଲ ତାଙ୍କ ସ୍ତ୍ରୀଙ୍କୁ ମେଡିକାଲ ବୋର୍ଡ ବସିବା ଏବଂ ପରୀକ୍ଷା ସମୟରେ ପ୍ରାୟତଃ ତାଙ୍କ ଡାକ୍ତରୀ ଯାଞ୍ଚରେ ଯୋଗଦେବାକୁ ଅନୁମତି ମାଗି ଏକ ଅତିରିକ୍ତ ଆବେଦନ କରିଥିଲେ। ଏହି ମାମଲାରେ ଏହାର ଉତ୍ତର ଦାଖଲ କରିବାକୁ ଇଡି ଅତିରିକ୍ତ ସମୟ ମାଗିଛି। ଇଡିର ଓକିଲ କହିଛନ୍ତି ଯେ ଏପର୍ଯ୍ୟନ୍ତ ମେଡିକାଲ ବୋର୍ଡ ଗଠନ ହୋଇନାହିଁ।

The post କେଜରିଓ୍ବାଲଙ୍କୁ ଝଟ୍‌କା appeared first on Dharitri Odia News.