କେଜରିୱାଲଙ୍କ ଗିରଫ ‘ଉଚିତ କି ଅନୁଚିତ’? ଆବେଦନର ୧୫ ଏପ୍ରିଲରେ ହେବ ସୁପ୍ରିମ ଶୁଣାଣି
ନୂଆଦିଲ୍ଲୀ ୧୩।୪: ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନ ଉପରେ ଏପ୍ରିଲ ୧୫ ତାରିଖ ଦିନ ଶୁଣାଣି କରିବେ। କେଜରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଦ୍ୱାରା ତାଙ୍କ ଗିରଫ ଓ ମଦ ନୀତି ମାମଲାରେ ତାଙ୍କ ରିମାଣ୍ଡକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନା ଓ ଜଷ୍ଟିସ୍ ଦୀପାଙ୍କର ଦତ୍ତାଙ୍କ ପୀଠ ଏହି ଆବେଦନର ଶୁଣାଣି କରିବେ। କେଜରିୱାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ତାଙ୍କ ଆବେଦନରେ ସାଧାରଣ ନିର୍ବାଚନ ପୂର୍ବରୁ ଇଡି ଦ୍ୱାରା ତାଙ୍କ ଗିରଫକୁ ‘ଗଣତନ୍ତ୍ରର ସିଦ୍ଧାନ୍ତ’ ଉପରେ ଅଭୂତପୂର୍ବ ଆକ୍ରମଣ ବୋଲି ଉଲ୍ଲେଖ କରିଛନ୍ତି। ଏଣୁ କେଜରିୱାଲ ଏହି ଆବେଦନରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ମାମଲାକୁ ‘ଅବୈଧ’ ଘୋଷଣା କରି ତାଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି। କେଜରିୱାଲ ଦିଲ୍ଲୀ ମଦ ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଇଡି ଦ୍ୱାରା ଗିରଫ ହୋଇଛନ୍ତି। କୋର୍ଟ ତାଙ୍କୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ସେ ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି। ଚିଫ୍ ଜଷ୍ଟିସ୍ ଅଫ ଇଣ୍ଡିଆ (ସିଜେଆଇ) ଡି.ୱାଇ.ଚନ୍ଦ୍ରଚୂଡ଼ ଗତ ଏପ୍ରିଲ ୧୦ ତାରିଖ ଦିନ କହିଥିଲେ ଯେ ‘କେଜରିୱାଲଙ୍କ ପକ୍ଷରୁ ତାଙ୍କ ଗିରଫକୁ କାୟମ ରଖିବା ପାଇଁ ହାଇକୋର୍ଟଙ୍କ ଆଦେଶ ବିପକ୍ଷରେ ସୁପ୍ରିମକୋର୍ଟରେ ଦାଖଲ
ନୂଆଦିଲ୍ଲୀ ୧୩।୪: ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନ ଉପରେ ଏପ୍ରିଲ ୧୫ ତାରିଖ ଦିନ ଶୁଣାଣି କରିବେ। କେଜରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଦ୍ୱାରା ତାଙ୍କ ଗିରଫ ଓ ମଦ ନୀତି ମାମଲାରେ ତାଙ୍କ ରିମାଣ୍ଡକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନା ଓ ଜଷ୍ଟିସ୍ ଦୀପାଙ୍କର ଦତ୍ତାଙ୍କ ପୀଠ ଏହି ଆବେଦନର ଶୁଣାଣି କରିବେ।
କେଜରିୱାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ତାଙ୍କ ଆବେଦନରେ ସାଧାରଣ ନିର୍ବାଚନ ପୂର୍ବରୁ ଇଡି ଦ୍ୱାରା ତାଙ୍କ ଗିରଫକୁ ‘ଗଣତନ୍ତ୍ରର ସିଦ୍ଧାନ୍ତ’ ଉପରେ ଅଭୂତପୂର୍ବ ଆକ୍ରମଣ ବୋଲି ଉଲ୍ଲେଖ କରିଛନ୍ତି। ଏଣୁ କେଜରିୱାଲ ଏହି ଆବେଦନରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ମାମଲାକୁ ‘ଅବୈଧ’ ଘୋଷଣା କରି ତାଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି।
କେଜରିୱାଲ ଦିଲ୍ଲୀ ମଦ ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଇଡି ଦ୍ୱାରା ଗିରଫ ହୋଇଛନ୍ତି। କୋର୍ଟ ତାଙ୍କୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ସେ ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି। ଚିଫ୍ ଜଷ୍ଟିସ୍ ଅଫ ଇଣ୍ଡିଆ (ସିଜେଆଇ) ଡି.ୱାଇ.ଚନ୍ଦ୍ରଚୂଡ଼ ଗତ ଏପ୍ରିଲ ୧୦ ତାରିଖ ଦିନ କହିଥିଲେ ଯେ ‘କେଜରିୱାଲଙ୍କ ପକ୍ଷରୁ ତାଙ୍କ ଗିରଫକୁ କାୟମ ରଖିବା ପାଇଁ ହାଇକୋର୍ଟଙ୍କ ଆଦେଶ ବିପକ୍ଷରେ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଉପରେ ଶୀଘ୍ର ଶୁଣାଣି ନିବେଦନ ଉପରେ ବିଚାର କରିବେ’। ଏଥି ପାଇଁ ଚିଫ୍ ଜଷ୍ଟିସ୍ କେଜରିୱାଲଙ୍କ ଓକିଲଙ୍କୁ ଇ-ମେଲ ପଠାଇବାକୁ କହିଥିଲେ।
ସୁପ୍ରିମକୋର୍ଟରେ ଦାଖଲ ଆବେଦନରେ କେଜରିୱାଲ କହିଛନ୍ତି ଯେ ସାଧାରଣ ନିର୍ବାଚନ ଘୋଷଣା ପରେ ମାର୍ଚ୍ଚ ୨୧ ତାରିଖ ଦିନ ତାଙ୍କ ଗିରଫ ସ୍ପଷ୍ଟ ରୂପେ ଦୁର୍ଭାବନା ପ୍ରେରିତ। ଏଣୁ ଆବେଦନରେ ସେ କହିଛନ୍ତି ଯେ ଏହି ନ୍ୟାୟାଳୟଙ୍କ ହସ୍ତକ୍ଷେପର ତତ୍କାଳ ଆବଶ୍ୟକତା ରହିଛି। କାରଣ ଆବେଦନକାରୀଙ୍କ ଗିରଫ ଗଣତନ୍ତ୍ର, ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ଏବଂ ସଂଘବାଦର ସିଦ୍ଧାନ୍ତ ଉପରେ ଅଭୂତପୂର୍ବ ଆକ୍ରମଣ ଅଟେ, ଯାହା ସମ୍ବିଧାନର ଭିତ୍ତିଭୂମିର ଗୁରୁତ୍ୱପୂର୍ଣ୍ଣ ଘଟକ ।
ଆବେଦନରେ କୁହାଯାଇଛି ଯେ ଏହି ଗିରଫ କେବଳ ସେହି ସହ ଅଭିଯୁକ୍ତଙ୍କ ବିରୋଧାଭାଷୀ ଓ ଅତ୍ୟଧିକ ବିଳମ୍ବରେ ଦିଆଯାଇଥିବା ବୟାନ ଆଧାରରେ କରାଯାଇଛି, ଯେଉଁମାନେ ଏବେ ସରକାରୀ ସାକ୍ଷୀ ହୋଇଛନ୍ତି। ଆବେଦନରେ କୁହାଯାଇଛି ୟେ ଏହା ଛଡା ଏପରି ବୟାନ ଓ ସାମଗ୍ରୀ ଗତ ୯ ମାସରୁ ଇଡିଙ୍କ ପାଖରେ ଥିଲା। ଏହା ସତ୍ତ୍ୱେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗିରଫ କରାଯାଇଛି। ଆବେଦନରେ କେଜରିୱାଲ ତାଙ୍କ ଗିରଫକୁ ‘ଅବୈଧ’ ବୋଲି କହିଥିବା ବେଳେ ତାଙ୍କୁ ତୁରନ୍ତ ମୁକ୍ତି କରିବାକୁ ନିବେଦନ କରିଛନ୍ତି।
ଏହା ପୂର୍ବରୁ ଏପ୍ରିଲ ୯ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟ ଲୋକସଭା ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ ଝଟକା ଦେଇ ଇଡି ଦ୍ୱାରା ତାଙ୍କ ଗିରଫକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ଖାରଜ କରିଦେଇଥିଲେ। କୋର୍ଟ କହିଥିଲେ ଯେ ବାରମ୍ବାର ସମନ ପଠେଇବା ସତ୍ତ୍ୱେ କେଜରିୱାଲ ଇଡି ସମ୍ମୁଖରେ ଉପସ୍ଥିତ ହେବା ଅଥବା ଯାଞ୍ଚରେ ସାମିଲ ହେବାକୁ ମନା କରିବା ପରେ ଯାଞ୍ଚ ଏଜେନ୍ସୀଙ୍କ ନିକଟରେ ଗିରଫ ଛଡା ଅନ୍ୟ କୌଣସି ପନ୍ଥା ନଥିଲା।