କେଜରିୱାଲଙ୍କ ଲାଗି କୋର୍ଟରେ ଦାଖଲ କରିଥିଲେ ଆବେଦନ, ଏବେ ଶିଖିଲେ ବୁଦ୍ଧି
ନୂଆଦିଲ୍ଲୀ ୨୦।୫: ଦିଲ୍ଲୀ ହାଇକୋର୍ଟ ସୋମବାର ସେହି ଆବେଦନକାରୀଙ୍କୁ କ୍ଷମା କରିଦେଇଛନ୍ତି ଯାହାଙ୍କ ଉପରେ ଗତ ମାସରେ ୭୫ ହଜାର ଟଙ୍କା ଜରିମନା କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ତାଙ୍କ ବିରୋଧରେ ରୁଜୁ ସବୁ ଅପରାଧିକ ମାମଲାରେ ‘ଅସାଧାରଣ ଅନ୍ତରୀଣ ଜାମିନ’ ନିବେଦନ ନିମନ୍ତେ ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେବା ସହ ଏପରି ଆବେଦନକାରୀଙ୍କ ଉପରେ ୭୫,୦୦୦ ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ମନମୋହନ ଓ ଜଷ୍ଟିସ୍ ମନମିତ ପି.ଏସ୍. ଆରୋରାଙ୍କ ପୀଠ ଏହା କହି ଆଦେଶ ଗୃହୀତ କରିଛନ୍ତି ଯେ ଆଇନ ଛାତ୍ର ନିଜ ଭୁଲ ପାଇଁ ବିନା ସର୍ତ୍ତରେ କ୍ଷମା ନିବେଦନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଆଜି ଆବେଦନକାରୀ ନିସର୍ତ୍ତ ମାଫିନାମା ଦାଖଲ କରିଛନ୍ତି । ଏହାକୁ ନଜରରେ ରଖି ୭୫,୦୦୦ ଟଙ୍କା ଜରିମନା କ୍ଷମା କରାଯାଉଛି। ହାଇକୋର୍ଟଙ୍କ ଏହି ଆଦେଶ ସୁପ୍ରିମକୋର୍ଟଙ୍କ ସେହି ଆଦେଶର କିଛିଦିନ ପରେ ଆସିଛି ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୨୧ ଦିନର ଅନ୍ତରୀଣ ଜାମିନ ମଞ୍ଜୁର କରାଯାଇଛି। ଆଇନ ଛାତ୍ର କ୍ଷମାନିବେଦନ କରି ମାଫି ନାମାରେ ଉଲ୍ଲେଖ କରିଥିଲେ ଯେ ସେ ଜଣେ ନିମ୍ନ ମଧ୍ୟବିତ ପରିବାରର ଛାତ୍ର ଓ ଜରିମନା ପୈଠ କରିବାକୁ ତାଙ୍କର କ୍ଷମତା ନାହିଁ। ଏହି ଆବେଦନ ସେ ‘ୱି ଦି ପ୍ୟୁପିଲ’ ପକ୍ଷରୁ କରିଥିଲେ। ତେବେ
ନୂଆଦିଲ୍ଲୀ ୨୦।୫: ଦିଲ୍ଲୀ ହାଇକୋର୍ଟ ସୋମବାର ସେହି ଆବେଦନକାରୀଙ୍କୁ କ୍ଷମା କରିଦେଇଛନ୍ତି ଯାହାଙ୍କ ଉପରେ ଗତ ମାସରେ ୭୫ ହଜାର ଟଙ୍କା ଜରିମନା କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ତାଙ୍କ ବିରୋଧରେ ରୁଜୁ ସବୁ ଅପରାଧିକ ମାମଲାରେ ‘ଅସାଧାରଣ ଅନ୍ତରୀଣ ଜାମିନ’ ନିବେଦନ ନିମନ୍ତେ ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେବା ସହ ଏପରି ଆବେଦନକାରୀଙ୍କ ଉପରେ ୭୫,୦୦୦ ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଥିଲେ।
ତେବେ ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ମନମୋହନ ଓ ଜଷ୍ଟିସ୍ ମନମିତ ପି.ଏସ୍. ଆରୋରାଙ୍କ ପୀଠ ଏହା କହି ଆଦେଶ ଗୃହୀତ କରିଛନ୍ତି ଯେ ଆଇନ ଛାତ୍ର ନିଜ ଭୁଲ ପାଇଁ ବିନା ସର୍ତ୍ତରେ କ୍ଷମା ନିବେଦନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଆଜି ଆବେଦନକାରୀ ନିସର୍ତ୍ତ ମାଫିନାମା ଦାଖଲ କରିଛନ୍ତି । ଏହାକୁ ନଜରରେ ରଖି ୭୫,୦୦୦ ଟଙ୍କା ଜରିମନା କ୍ଷମା କରାଯାଉଛି। ହାଇକୋର୍ଟଙ୍କ ଏହି ଆଦେଶ ସୁପ୍ରିମକୋର୍ଟଙ୍କ ସେହି ଆଦେଶର କିଛିଦିନ ପରେ ଆସିଛି ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୨୧ ଦିନର ଅନ୍ତରୀଣ ଜାମିନ ମଞ୍ଜୁର କରାଯାଇଛି।
ଆଇନ ଛାତ୍ର କ୍ଷମାନିବେଦନ କରି ମାଫି ନାମାରେ ଉଲ୍ଲେଖ କରିଥିଲେ ଯେ ସେ ଜଣେ ନିମ୍ନ ମଧ୍ୟବିତ ପରିବାରର ଛାତ୍ର ଓ ଜରିମନା ପୈଠ କରିବାକୁ ତାଙ୍କର କ୍ଷମତା ନାହିଁ। ଏହି ଆବେଦନ ସେ ‘ୱି ଦି ପ୍ୟୁପିଲ’ ପକ୍ଷରୁ କରିଥିଲେ। ତେବେ ହାଇକୋର୍ଟଙ୍କ ଆଦେଶକୁ ୱି ଦି ପ୍ୟୁପିଲ ଉପର କୋର୍ଟରେ ଚ୍ୟାଲେଞ୍ଜ କରୁ ନାହିଁ। ଏଣୁ ଆଇନ ଛାତ୍ର ହାଇକୋର୍ଟଙ୍କୁ ଜରିମନା ପାଇଁ ନିସର୍ତ୍ତ କ୍ଷମାଯାଚନା କରିବା ସହିତ ତାଙ୍କୁ ଜରିମନାରୁ ମୁକ୍ତ କରିବାକୁ ନିବେଦନ କରିଥିଲେ।