କେଜ୍ରିଓ୍ବାଲଙ୍କ ବିରୋଧରେ ନିର୍ବାଚନ ଲଢିବେ ମହାଠକ ସୁକେଶ ଚନ୍ଦ୍ରଶେଖର!
ନୂଆଦିଲ୍ଲୀ,୨୯।୨: ତିହାର ଜେଲରେ ରହୁଥିବା ଗ୍ୟାଙ୍ଗଷ୍ଟର ତଥା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଭାପତି ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଛନ୍ତି। ସୁକେଶ ଚନ୍ଦ୍ରଶେଖର ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। କେଜ୍ରିୱାଲଙ୍କୁ ଲେଖାଯାଇଥିବା ଚିଠିରେ ସୁକେଶ ଚନ୍ଦ୍ରଶେଖର ଅଭିଯୋଗ କରିଛନ୍ତି, ଗୋଟିଏ ମୋବାଇଲ ନମ୍ବରରୁ କ୍ରମାଗତ କଲ କରି ତାଙ୍କ ପରିବାରକୁ ଗତ ୩ ଦିନ ହେବ ଧମକ ଦିଆଯାଉଛି। ଜେଲରେ ମଧ୍ୟ ସତୈନ୍ଦ୍ର ଜୈନ […] The post କେଜ୍ରିଓ୍ବାଲଙ୍କ ବିରୋଧରେ ନିର୍ବାଚନ ଲଢିବେ ମହାଠକ ସୁକେଶ ଚନ୍ଦ୍ରଶେଖର! appeared first on Dharitri Odia News.
ନୂଆଦିଲ୍ଲୀ,୨୯।୨: ତିହାର ଜେଲରେ ରହୁଥିବା ଗ୍ୟାଙ୍ଗଷ୍ଟର ତଥା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଭାପତି ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଛନ୍ତି। ସୁକେଶ ଚନ୍ଦ୍ରଶେଖର ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି।
କେଜ୍ରିୱାଲଙ୍କୁ ଲେଖାଯାଇଥିବା ଚିଠିରେ ସୁକେଶ ଚନ୍ଦ୍ରଶେଖର ଅଭିଯୋଗ କରିଛନ୍ତି, ଗୋଟିଏ ମୋବାଇଲ ନମ୍ବରରୁ କ୍ରମାଗତ କଲ କରି ତାଙ୍କ ପରିବାରକୁ ଗତ ୩ ଦିନ ହେବ ଧମକ ଦିଆଯାଉଛି। ଜେଲରେ ମଧ୍ୟ ସତୈନ୍ଦ୍ର ଜୈନ ଏବଂ କେଜ୍ରିୱାଲଙ୍କ ନିକଟ ଅଧିକାରୀମାନେ ତାଙ୍କୁ ଧମକ ଦେଉଛନ୍ତି।
ସୁକେଶ ଚନ୍ଦ୍ରଶେଖର ଚିଠିରେ ଲେଖିଛନ୍ତି ଯେ, ମୁଁ ଭୟଭୀତ ନୁହେଁ, ମୁଁ ଖୁବ୍ଶୀଘ୍ର ସିବିଆଇ ସାମ୍ନାରେ କେଜ୍ରିୱାଲଙ୍କ ଗୁମର ଖୋଲିବି। ଯେଉଁଠାରୁ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ, ତାଙ୍କ ବିରୋଧରେ ମୁଁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ଠିଆ ହେବି। ତାମିଲନାଡୁରୁ ଲୋକ ସଭା ନିର୍ବାଚନ ପାଇଁ ଟିକେଟ ଦେଇ କେଜ୍ରିୱାଲ ତାଙ୍କୁ ପ୍ରତାରଣା କରିଛନ୍ତି ବୋଲି ସୁକେଶ ଅଭିଯୋଗ କରିଛନ୍ତି।
ଏହା ପ୍ରଥମ ଘଟଣା ନୁହେଁ ଯେ, ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୌଣସି ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ମଧ୍ୟ ସେ କେଜ୍ରିୱାଲଙ୍କ ବିରୋଧରେ ଅନେକ ଥର ଅଭିଯୋଗ କରିଥିଲେ। ମେ ୨୦୨୩ରେ ସେ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନକୁ ସଜାଇବା ପାଇଁ କିଣାଯାଇଥିବା ଘଟଣାର ତଦନ୍ତ ଦାବି କରି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଏକ ଚିଠି ଲେଖିଥିଲେ।
The post କେଜ୍ରିଓ୍ବାଲଙ୍କ ବିରୋଧରେ ନିର୍ବାଚନ ଲଢିବେ ମହାଠକ ସୁକେଶ ଚନ୍ଦ୍ରଶେଖର! appeared first on Dharitri Odia News.