କେନଝରିଆ ପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପିଠରେ ଗାନ୍ଧିଜୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ମହାମାନବ ଜାତିର ଜନକ ମହାତ୍ମାଗାନ୍ଧୀ ତଥା ଭାରତ ବର୍ଷର ଦ୍ୱିତୀୟ ପ୍ରଧାନ ମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ସଭାପତିତ୍ୱ ଗ୍ରହଣ କରି ସତ୍ୟ ଅହିଂସା ପଥରେ ଅନୁଗାମୀ ହେବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ । ସହକାରୀ ଶିକ୍ଷକ ପ୍ରମୋଦ କୁମାର ପାତ୍ର , ଜୀବର୍ଦ୍ଧନ […] The post କେନଝରିଆ ପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପିଠରେ ଗାନ୍ଧିଜୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ appeared first on Odisha.News.

କେନଝରିଆ ପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପିଠରେ ଗାନ୍ଧିଜୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ମହାମାନବ ଜାତିର ଜନକ ମହାତ୍ମାଗାନ୍ଧୀ ତଥା ଭାରତ ବର୍ଷର ଦ୍ୱିତୀୟ ପ୍ରଧାନ ମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ସଭାପତିତ୍ୱ ଗ୍ରହଣ କରି ସତ୍ୟ ଅହିଂସା ପଥରେ ଅନୁଗାମୀ ହେବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ । ସହକାରୀ ଶିକ୍ଷକ ପ୍ରମୋଦ କୁମାର ପାତ୍ର , ଜୀବର୍ଦ୍ଧନ ରଣା , କିରାଣୀ ସତ୍ୟ ନାରାୟଣ ରାଜହଂସ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ବାପୁଜୀଙ୍କର ନୀତି ଆଦର୍ଶ ରେ ଅନୁପ୍ରାଣିତ ହେଵା ସହ ସମୟାନୁବର୍ତ୍ତିତା ହୋଇ ନିଜର କାର୍ଯ୍ୟ ସମ୍ପାଦନା କଲେ ଜୀବନରେ ସଫଳତା ହାସଲ ନିଶ୍ଚିତ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଦଶମ ଶ୍ରେଣୀ ଛାତ୍ରୀ କ୍ରିଷ୍ଣା ପ୍ରଧାନ ମହାତ୍ମାଗାନ୍ଧୀ ଙ୍କ ଆଦର୍ଶ ପଞ୍ଚଗୋଟି ତତ୍ତ୍ୱ ସତ୍ୟ ଓ ଅହିଂସା, ବ୍ରାହ୍ମଚର୍ଯ୍ୟ , ସ୍ୱାବଲମ୍ବନ , ସରଳତା ସମ୍ପର୍କରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମ କୁ କ୍ରୀଡା ଶିକ୍ଷକ ସୁରେନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ ଓ ସିଦ୍ଧେଶ୍ଵର ମେଣ୍ଡିଲି , ସରୋଜକୁମାର ଭୁକ୍ତା ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସେହିପରି ଅମରପାଲି ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱ ରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି l ଅମରପାଲି ନୋଡାଲ ୟୁପି ସ୍କୁଲ ରେ ପ୍ରଧାନ ଶିକ୍ଷକ ଦୁଃଖିଶ୍ୱାମ ଭୋଇ ଙ୍କ ଅଧକ୍ଷତାରେ ଶିକ୍ଷକ ତପକିରଣ ସାହୁ , ଯଦୁମଣି ବାଘ , ପ୍ରଦୀପ ଜଗଦଳା , ଶିବାଶିଷ ମିଶ୍ର , ଆନନ୍ଦିନୀ ପଧାନ ପ୍ରମୁଖ ଉପସ୍ଥିତ ରହି ଜନ୍ମ ଜୟନ୍ତୀ ପାଳନ ଅବସରରେ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀ ଜି ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

The post କେନଝରିଆ ପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପିଠରେ ଗାନ୍ଧିଜୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ appeared first on Odisha.News.