କେନଝରିଆ ପାଲି ହାଇସ୍କୁଲ ରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ନିଶା ନିବାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ଯକ୍ରମରେ ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ସଭାପତିତ୍ୱ କରିଥିଲେ। ଶିକ୍ଷକ ପ୍ରତିନିଧି ପ୍ରମୋଦ କୁମାର ପାତ୍ର ନିଶା ନିବାରଣ ସମ୍ବନ୍ଧିୟ ବକ୍ତବ୍ୟ ରଖିଥିଲେ । ସ୍ୱାସ୍ଥ୍ୟ ଜନିତ ପ୍ରମୁଖ ସମସ୍ୟା ସାମ୍ପ୍ରତିକ ସମାଜରେ ନିଶା ଯୋଗୁଁ ହୋଇଥାଏ ବୋଲି ହିନ୍ଦି ଶିକ୍ଷକ ଜୀବର୍ଦ୍ଧନ ରଣା ମତବ୍ୟକ୍ତ କରିଥିଲେ […] The post କେନଝରିଆ ପାଲି ହାଇସ୍କୁଲ ରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ନିଶା ନିବାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ଯକ୍ରମରେ ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ସଭାପତିତ୍ୱ କରିଥିଲେ। ଶିକ୍ଷକ ପ୍ରତିନିଧି ପ୍ରମୋଦ କୁମାର ପାତ୍ର ନିଶା ନିବାରଣ ସମ୍ବନ୍ଧିୟ ବକ୍ତବ୍ୟ ରଖିଥିଲେ । ସ୍ୱାସ୍ଥ୍ୟ ଜନିତ ପ୍ରମୁଖ ସମସ୍ୟା ସାମ୍ପ୍ରତିକ ସମାଜରେ ନିଶା ଯୋଗୁଁ ହୋଇଥାଏ ବୋଲି ହିନ୍ଦି ଶିକ୍ଷକ ଜୀବର୍ଦ୍ଧନ ରଣା ମତବ୍ୟକ୍ତ କରିଥିଲେ । ସହକାରୀ ଶିକ୍ଷକ ଜଗଦିଶ ପଧାନ , ମୀନକେତନ ରଣା , ଗୌରୀ ଶଙ୍କର ପୁଜାହାରୀ ନିଶା ଅପରାଧ ର ପୃଷ୍ଠଭୂମି ପାଲଟିଥିବାର ସମ୍ପର୍କରେ ଅବଗତ କରିଥିଲେ । ଛାତ୍ରଛାତ୍ରୀ ମାନେ କେନଝିରିଆପାଲି ଗ୍ରାମ ପରିକ୍ରମା କରି ନିଶା ନିବାରଣ ର ବିଭିନ୍ନ ସ୍ଲୋଗାନ ଦେଇ ପଦଯାତ୍ରା କରି ଜନ ସାଧାରଣ ଙ୍କୁ ସଚେତନ କରିଥିଲେ। ସହକାରୀ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଛାତ୍ରଛାତ୍ରୀ ନିଶା ନିବାରଣ ପାଇଁ ସମାଜରେ ମୁଖ୍ୟ ଅସ୍ତ୍ର ରୂପେ କାମ କରିବାକୁ ଆହ୍ୱାନ ଦେଇଥିଲେ। ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର କର୍ମଚାରୀ ସରୋଜ କୁମାର ଭୁକ୍ତା , ସିଦ୍ଧେଶ୍ୱର ମେଣ୍ଡିଲି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
The post କେନଝରିଆ ପାଲି ହାଇସ୍କୁଲ ରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.