କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ-ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
ଧର୍ମଗଡ଼ ୬।୧୦: କେନାଲ ପାଣି ଯୋଗାଣ ଦାବିରେ ଧର୍ମଗଡ ବ୍ଲକ ତେଲିପଳାସ ଡିଷ୍ଟ୍ରିବ୍ୟୁଟାରି ଅଞ୍ଚଳର ଚାଷୀମାନେ ରବିବାର ସକାଳ ୯ଟାରୁ ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ତେଲିପାଳାସ ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଚଳିତବର୍ଷ ମଧ୍ୟ କ୍ଷେତକୁ ପାଣିର ଆବଶ୍ୟକତା ଥିବାବେଳେ ବର୍ଷା ନହେବାରୁ ପାଣି ପାଇଁ ଚାଷୀ ହଇରାଣ ହେଉଛି । ବର୍ଷା ଅଭାବରୁ ଧାନ ଗଛ ମରିବାରେ ଲାଗିଲାଣି । ପାଣି ଯୋଗାଇ ନଦେଲେ ଖୁବ ଶୀଘ୍ର ଚାଷ ନଷ୍ଟ ହୋଇଯିବ । ଫଳରେ ଚାଷୀ ରୋଜଗାର ହରାଇବା ସହ ଋଣ ପରିଶୋଧ ଓ ପରିବାର ପରିଚାଳନା କରିପାରିବେ ନାହିଁ ବୋଲି ଚାଷୀ ପ୍ରକାଶ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଚାଷୀମାନେ ତେଲିପଳାସ ଡିଷ୍ଟ୍ରିବ୍ୟୁଟାରି ପର୍ଯ୍ୟନ୍ତ ଜଳ ଯୋଗାଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ଏହି ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିବା ବେଳେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାସ୍ତା ଅବରୋଧ ହୋଇଥିବା ଖବର ପାଇ ଧର୍ମଗଡ ଅତିରିକ୍ତ ତହସିଲଦାର ଅଜିତ କୁମାର ମହନ୍ତ ଘଟଣାସ୍ଥଳକୁ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଏସ୍ଡିଓ ଆସି ପ୍ରତିଶୃତି ନଦେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି ।You Can Read:ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡ଼କୁ ନେଇ ଉତ୍ତେଜନା, ୨ ସଦସ୍ୟ ଗିରଫ
ଧର୍ମଗଡ଼ ୬।୧୦: କେନାଲ ପାଣି ଯୋଗାଣ ଦାବିରେ ଧର୍ମଗଡ ବ୍ଲକ ତେଲିପଳାସ ଡିଷ୍ଟ୍ରିବ୍ୟୁଟାରି ଅଞ୍ଚଳର ଚାଷୀମାନେ ରବିବାର ସକାଳ ୯ଟାରୁ ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ତେଲିପାଳାସ ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଚଳିତବର୍ଷ ମଧ୍ୟ କ୍ଷେତକୁ ପାଣିର ଆବଶ୍ୟକତା ଥିବାବେଳେ ବର୍ଷା ନହେବାରୁ ପାଣି ପାଇଁ ଚାଷୀ ହଇରାଣ ହେଉଛି । ବର୍ଷା ଅଭାବରୁ ଧାନ ଗଛ ମରିବାରେ ଲାଗିଲାଣି । ପାଣି ଯୋଗାଇ ନଦେଲେ ଖୁବ ଶୀଘ୍ର ଚାଷ ନଷ୍ଟ ହୋଇଯିବ । ଫଳରେ ଚାଷୀ ରୋଜଗାର ହରାଇବା ସହ ଋଣ ପରିଶୋଧ ଓ ପରିବାର ପରିଚାଳନା କରିପାରିବେ ନାହିଁ ବୋଲି ଚାଷୀ ପ୍ରକାଶ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଚାଷୀମାନେ ତେଲିପଳାସ ଡିଷ୍ଟ୍ରିବ୍ୟୁଟାରି ପର୍ଯ୍ୟନ୍ତ ଜଳ ଯୋଗାଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ଏହି ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିବା ବେଳେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାସ୍ତା ଅବରୋଧ ହୋଇଥିବା ଖବର ପାଇ ଧର୍ମଗଡ ଅତିରିକ୍ତ ତହସିଲଦାର ଅଜିତ କୁମାର ମହନ୍ତ ଘଟଣାସ୍ଥଳକୁ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଏସ୍ଡିଓ ଆସି ପ୍ରତିଶୃତି ନଦେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି ।
You Can Read:
ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡ଼କୁ ନେଇ ଉତ୍ତେଜନା, ୨ ସଦସ୍ୟ ଗିରଫ