କେନାଲରେ ବୁଡିଗଲେ ଦୁଇ ନାବାଳକ, ଦୁଇ ଜଣଙ୍କ ମୃତଦେହ ଉଦ୍ଧାର
ସୋରୋ : ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ବରିସାହି ଗାଁରେ ଅଘଟଣ l ଆଜି ତିନିଜଣ ସାଙ୍ଗ ଘର ନିକଟରେ ଥିବା ଆମ୍ବହତା କେନାଲ ପାଖକୁ ଗୋଡ଼ ଧୋଇବାକୁ ଯାଇଥିଲେ l ତେବେ ସେଠାରେ ଦୁଇଜଣ କେନାଲରେ ଭାସିଯାଇ ଥିଲେ । ଏକ ଘଣ୍ଟାର ପରିଶ୍ରମ ପରେ ଜଣକ ମୃତ ଦେହ ଉଦ୍ଧାର କରାଯାଇଛି l ଗାଁର ହିମାଂଶୁ ନାୟକଙ୍କ ଏକମାତ୍ର ପୁଅ ସାଇ ମହେଶ ନାୟକ (୧୦), ଅଲ୍ଲିପୁର ଗାଁର ଅଶୋକ ଦାସଙ୍କ ପୁଅ […] The post କେନାଲରେ ବୁଡିଗଲେ ଦୁଇ ନାବାଳକ, ଦୁଇ ଜଣଙ୍କ ମୃତଦେହ ଉଦ୍ଧାର appeared first on KNews Odisha.

ସୋରୋ : ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ବରିସାହି ଗାଁରେ ଅଘଟଣ l ଆଜି ତିନିଜଣ ସାଙ୍ଗ ଘର ନିକଟରେ ଥିବା ଆମ୍ବହତା କେନାଲ ପାଖକୁ ଗୋଡ଼ ଧୋଇବାକୁ ଯାଇଥିଲେ l ତେବେ ସେଠାରେ ଦୁଇଜଣ କେନାଲରେ ଭାସିଯାଇ ଥିଲେ । ଏକ ଘଣ୍ଟାର ପରିଶ୍ରମ ପରେ ଜଣକ ମୃତ ଦେହ ଉଦ୍ଧାର କରାଯାଇଛି l
ଗାଁର ହିମାଂଶୁ ନାୟକଙ୍କ ଏକମାତ୍ର ପୁଅ ସାଇ ମହେଶ ନାୟକ (୧୦), ଅଲ୍ଲିପୁର ଗାଁର ଅଶୋକ ଦାସଙ୍କ ପୁଅ ହରିହର ଦାସ (୧୩) ଯିଏକି ଦୁଇଦିନ ତଳେ ତାଙ୍କ ମାମୁଁ ଘରକୁ ଆସିଥିଲେ ଓ ଅନ୍ୟ ଜଣେ ନାବାଳକ ସାଙ୍ଗ ହୋଇ ନିକଟରେ ଥିବା ଆମ୍ବହତା ସାଳନ୍ଦୀ କେନାଲକୁ ଖେଳିବାକୁ ଯାଇଥିଲେ ।
ଏହି ସମୟରେ କେନାଲର ଶିଉଳିରେ ଗୋଡ଼ ଖସିଯିବାରୁ ହରିହର ଓ ସାଇ ମହେଶ ଭାସିଯାଇଥିଲେ । ସାଙ୍ଗରେ ଥିବା ଅନ୍ୟଜଣେ ସାଙ୍ଗ ସ୍ଥାନୀୟ ଲୋକଙ୍କୁ ଡାକରା ପକାଇଥିଲେ । ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୀର୍ଘ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଖୋଜାଖୋଜି କରିବା ପରେ ସାଇ ମହେଶକୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ନେଇଥିଲେ ।
ସେଠାରେ ଡାକ୍ତର ସାଇ ମହେଶଙ୍କୁ ମୃତ ଘୋଷଣା କରିଛନ୍ତି l ଅନ୍ୟତମ ନିଖୋଜ ହରିହରକୁ ଦେଢ଼ ଘଣ୍ଟା ପରେ ଉଦ୍ଧାର କରି ସୋର ମେଡ଼ିକାଲକୁ ଆଣିଥିଲେ ମଧ୍ୟ ତାକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଦୁଇଜଣଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
The post କେନାଲରେ ବୁଡିଗଲେ ଦୁଇ ନାବାଳକ, ଦୁଇ ଜଣଙ୍କ ମୃତଦେହ ଉଦ୍ଧାର appeared first on KNews Odisha.