କେନ୍ଦୁଝରରେ ତିନି ଠାକୁରଙ୍କ ସୁନାବେଶ, ଲାଗି ରହିଛି ଭକ୍ତଙ୍କ ପ୍ରବଳ ଗହଳି

କେନ୍ଦୁରଝର: ବିଶ୍ଵର ସର୍ବ ବୃହତ ରଥ କେନ୍ଦୁଝର ରଥ ଉପରେ ତିନି ଠାକୁରଙ୍କର ସୁନା ବେଶ ଦେଖିବାକୁ ଭକ୍ତଙ୍କର ପ୍ରବଳ ଭିଡ ।  କେନ୍ଦୁଝର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଆଜି ସୁନାବେଶ ଅନୁଷ୍ଠିତ ହେଉଛି । ଆଜି ପାଗ ଅନୁକୂଳ ଥିବାରୁ ଏହି ସୁନା ବେଶ ଦେଖିବାକୁ ଶ୍ରଦ୍ଧାଳୁ ଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ରଥ ଉପରେ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ବଡଠାକୁର , ମାତା ଶୁଭଦ୍ରା ଓ   ଜଗତର ନାଥ ଜଗନ୍ନାଥ ଙ୍କର ଏକ ସଙ୍ଗେ ସୁନାବେଶକୁ ଭକ୍ତ ମାନେ ମନଭରି ଉପଭୋଗ କରିବା ଦୃଶ୍ୟ ଖୁବ ନିଆରା ରହିଛି। କେନ୍ଦୁଝରର ଏହି ସୁନାବେଶ ରେ ଠାକୁରଙ୍କ ଦେହରେ ପ୍ରାୟ ୧୬ କେ.ଜି ୭୫୦ ଗ୍ରାମ ଓଜନର ସୁନା ଓ ୩୦ କେ.ଜି. ଓଜନର ରୂପା ଅଳଙ୍କାର ଲାଗି କରାଯାଇଛି । ଆଜି ଅପରାହ୍ନରେ ପାଗ ଅନୁକୂଳ ଥିବା ସହ ଆକାଶ ମେଘୁଆ ସହ ମଝିରେ ମଝିରେ ଖରା ହେଉ ଥିବାରୁ ଜଗନ୍ନାଥ ଙ୍କର ଏହି ସୁନା ବେଶ ଦେଖିବାକୁ ଭକ୍ତ ଙ୍କର ପ୍ରବଳ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । ପୂର୍ବାହ୍ନ ୧୨ ଟା ସମୟରେ ଉପଜିଲ୍ଲାପାଳଙ୍କ ସହ ମାଜିଷ୍ଟେଟ ଓ ବ୍ୟାପକ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଟ୍ରେଜେରୀରୁ ତିନି ଠାକୁରଙ୍କ ର ସୁନା ରୂପା ଗହଣା ରଥ  ଉପରକୁ ଅଣାଯାଇ ତିନି ଠାକୁର ଙ୍କୁ ସୁସଜ୍ଜିତ କରାଯାଇଥିଲା । ଏହି ସୁନାବେଶ ଦିନ  ୩ ଟା ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଙ୍କପାଇଁ ଖୋଲା ରହିବାର ର କାର୍ଯ୍ୟକ୍ରମ ରହିଛି । ଭକ୍ତ ମାନଙ୍କ ଭିଡ

କେନ୍ଦୁଝରରେ ତିନି ଠାକୁରଙ୍କ ସୁନାବେଶ, ଲାଗି ରହିଛି ଭକ୍ତଙ୍କ ପ୍ରବଳ ଗହଳି

କେନ୍ଦୁରଝର: ବିଶ୍ଵର ସର୍ବ ବୃହତ ରଥ କେନ୍ଦୁଝର ରଥ ଉପରେ ତିନି ଠାକୁରଙ୍କର ସୁନା ବେଶ ଦେଖିବାକୁ ଭକ୍ତଙ୍କର ପ୍ରବଳ ଭିଡ ।  କେନ୍ଦୁଝର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଆଜି ସୁନାବେଶ ଅନୁଷ୍ଠିତ ହେଉଛି । ଆଜି ପାଗ ଅନୁକୂଳ ଥିବାରୁ ଏହି ସୁନା ବେଶ ଦେଖିବାକୁ ଶ୍ରଦ୍ଧାଳୁ ଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । 

ରଥ ଉପରେ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ବଡଠାକୁର , ମାତା ଶୁଭଦ୍ରା ଓ   ଜଗତର ନାଥ ଜଗନ୍ନାଥ ଙ୍କର ଏକ ସଙ୍ଗେ ସୁନାବେଶକୁ ଭକ୍ତ ମାନେ ମନଭରି ଉପଭୋଗ କରିବା ଦୃଶ୍ୟ ଖୁବ ନିଆରା ରହିଛି। କେନ୍ଦୁଝରର ଏହି ସୁନାବେଶ ରେ ଠାକୁରଙ୍କ ଦେହରେ ପ୍ରାୟ ୧୬ କେ.ଜି ୭୫୦ ଗ୍ରାମ ଓଜନର ସୁନା ଓ ୩୦ କେ.ଜି. ଓଜନର ରୂପା ଅଳଙ୍କାର ଲାଗି କରାଯାଇଛି । 

ଆଜି ଅପରାହ୍ନରେ ପାଗ ଅନୁକୂଳ ଥିବା ସହ ଆକାଶ ମେଘୁଆ ସହ ମଝିରେ ମଝିରେ ଖରା ହେଉ ଥିବାରୁ ଜଗନ୍ନାଥ ଙ୍କର ଏହି ସୁନା ବେଶ ଦେଖିବାକୁ ଭକ୍ତ ଙ୍କର ପ୍ରବଳ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । ପୂର୍ବାହ୍ନ ୧୨ ଟା ସମୟରେ ଉପଜିଲ୍ଲାପାଳଙ୍କ ସହ ମାଜିଷ୍ଟେଟ ଓ ବ୍ୟାପକ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଟ୍ରେଜେରୀରୁ ତିନି ଠାକୁରଙ୍କ ର ସୁନା ରୂପା ଗହଣା ରଥ  ଉପରକୁ ଅଣାଯାଇ ତିନି ଠାକୁର ଙ୍କୁ ସୁସଜ୍ଜିତ କରାଯାଇଥିଲା । ଏହି ସୁନାବେଶ ଦିନ  ୩ ଟା ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଙ୍କପାଇଁ ଖୋଲା ରହିବାର ର କାର୍ଯ୍ୟକ୍ରମ ରହିଛି । ଭକ୍ତ ମାନଙ୍କ ଭିଡ କୁ ଆଖି ଆଗରେ ରଖି ଓ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ  ବ୍ୟାପକ ପୋଲିସ ପୋର୍ସ ମୃତୟନ କରା ଯାଇଛି।