କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ ଆଇପିଏସ୍ ଆଶିଷ ସିଂହ, ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର ୦୭।୧୨ : କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ୍ ଆଶିଷ ସିଂହ । ଇଣ୍ଡୋ ତିବୋତାନ ବୋର୍ଡ ପୋଲିସ (ITBM)ର ଆଇଜି ଭାବେ ଯୋଗ ଦେବେ ଆଶିଷ ସିଂହ । ସେ ୫ ବର୍ଷ ଯାଏଁ ଏହି ପଦବୀରେ ରହିବେ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୦୪ ବ୍ୟାଚ୍ରେ ଆଇପିଏସ୍ ଅଫିସର ଆଶିଷ ସିଂହ । ରାଜ୍ୟରେ ବିଭିନ୍ନ ସ୍ଥାନରେ କାମ କରିବାର ଅଭିଜ୍ଞତା ରହିଛି । ହେଲେ ଏବେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଆସିଛି ନିର୍ଦ୍ଦେଶ । ଇଣ୍ଡୋ ତିବୋତାନ ବୋର୍ଡ ପୋଲିସର ଆଇଜି ଭାବେ କାର୍ଯ୍ୟରେ ଯୋଗଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଛି । ଏହି ପଦବୀରେ ଆସନ୍ତା ୫ ବର୍ଷ ଯାଏଁ ରହିବେ । ଆଉ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ଏହି ପଦବୀରେ ରହିବେ ଆଶିଷ ସିଂହ ।
ଭୁବନେଶ୍ୱର ୦୭।୧୨ : କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ୍ ଆଶିଷ ସିଂହ । ଇଣ୍ଡୋ ତିବୋତାନ ବୋର୍ଡ ପୋଲିସ (ITBM)ର ଆଇଜି ଭାବେ ଯୋଗ ଦେବେ ଆଶିଷ ସିଂହ । ସେ ୫ ବର୍ଷ ଯାଏଁ ଏହି ପଦବୀରେ ରହିବେ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୨୦୦୪ ବ୍ୟାଚ୍ରେ ଆଇପିଏସ୍ ଅଫିସର ଆଶିଷ ସିଂହ । ରାଜ୍ୟରେ ବିଭିନ୍ନ ସ୍ଥାନରେ କାମ କରିବାର ଅଭିଜ୍ଞତା ରହିଛି । ହେଲେ ଏବେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଆସିଛି ନିର୍ଦ୍ଦେଶ । ଇଣ୍ଡୋ ତିବୋତାନ ବୋର୍ଡ ପୋଲିସର ଆଇଜି ଭାବେ କାର୍ଯ୍ୟରେ ଯୋଗଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଛି । ଏହି ପଦବୀରେ ଆସନ୍ତା ୫ ବର୍ଷ ଯାଏଁ ରହିବେ । ଆଉ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ଏହି ପଦବୀରେ ରହିବେ ଆଶିଷ ସିଂହ ।