କେବଳ ମାର୍କେଟିଂ କରିବାକୁ ବସିଛନ୍ତି ମୋଦି: ଜୟରାମ ରମେଶ

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଆ ନାରା ‘ମୋ ଦେଶ ମୋର ପରିବାର’କୁ ନେଇ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ଏମ୍‌ପି ଜୟରାମ ରମେଶ। ସେ କହିଛନ୍ତି କହିଛନ୍ତି, ଆମର ମଧ୍ୟ ପ୍ରାଥମିକତା ଦେଶର ଲୋକ। ମୁଦ୍ରାସ୍ଫୀତି, ବେକାରୀ, ଅର୍ଥନୈତିକ ଅସ୍ଥିରତା ବିରୋଧରେ ମଧ୍ୟ ଆମେ ଦେଶବାସୀଙ୍କ ସ୍ବର ଉତ୍ତୋଳନ କରୁଛୁ। ଯଦି ୧୪୦ କୋଟି ଭାରତୀୟ ତାଙ୍କର (ପିଏମ ମୋଦିଙ୍କ) ପରିବାର ତେବେ ସେ ଲୋକମାନଙ୍କ ସହ କାହିଁକି ବିଶ୍ୱାସଘାତକତା ଏବଂ ସେମାନଙ୍କ ପ୍ରତି ଅନ୍ୟାୟ […] The post କେବଳ ମାର୍କେଟିଂ କରିବାକୁ ବସିଛନ୍ତି ମୋଦି: ଜୟରାମ ରମେଶ appeared first on Dharitri Odia News.

କେବଳ ମାର୍କେଟିଂ କରିବାକୁ ବସିଛନ୍ତି ମୋଦି: ଜୟରାମ ରମେଶ

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଆ ନାରା ‘ମୋ ଦେଶ ମୋର ପରିବାର’କୁ ନେଇ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ଏମ୍‌ପି ଜୟରାମ ରମେଶ। ସେ କହିଛନ୍ତି କହିଛନ୍ତି, ଆମର ମଧ୍ୟ ପ୍ରାଥମିକତା ଦେଶର ଲୋକ। ମୁଦ୍ରାସ୍ଫୀତି, ବେକାରୀ, ଅର୍ଥନୈତିକ ଅସ୍ଥିରତା ବିରୋଧରେ ମଧ୍ୟ ଆମେ ଦେଶବାସୀଙ୍କ ସ୍ବର ଉତ୍ତୋଳନ କରୁଛୁ। ଯଦି ୧୪୦ କୋଟି ଭାରତୀୟ ତାଙ୍କର (ପିଏମ ମୋଦିଙ୍କ) ପରିବାର ତେବେ ସେ ଲୋକମାନଙ୍କ ସହ କାହିଁକି ବିଶ୍ୱାସଘାତକତା ଏବଂ ସେମାନଙ୍କ ପ୍ରତି ଅନ୍ୟାୟ କଲେ।
ଜୟରାମ ରମେଶ ଏହା ମଧ୍ୟ କହିଛନ୍ତି, ଗତ ୧୦ ବର୍ଷ ତାଙ୍କ ପରିବାର ପାଇଁ ଏକ ଅନ୍ୟାୟ ସମୟ ଅଟେ। ସେ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ବ୍ୟକ୍ତି କିନ୍ତୁ ତାଙ୍କର ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ କରିବାର ପଦ୍ଧତି ଅନ୍ୟାୟ ଅଟେ। ସେ କେବଳ ମାର୍କେଟିଂ ଏବଂ ରିବ୍ରାଣ୍ଡିଂ (ଭାଜପା ଏବଂ ଏନଡିଏ ସରକାର) ପାଇଁ ବସିଛନ୍ତି। ସେ ନିଜକୁ ବିଶ୍ୱଗୁରୁ ଘୋଷଣା କରିଛନ୍ତି। ଆମେ ପ୍ରଧାନମନ୍ତ୍ରୀ ପଦକୁ ସମ୍ମାନ କରୁ କିନ୍ତୁ ଯଦି ଜଣେ ବ୍ୟକ୍ତି ସମ୍ମାନ ଚାହାଁନ୍ତି ତେବେ ତାଙ୍କୁ ମଧ୍ୟ ସମ୍ମାନର ସହିତ ବ୍ୟବହାର କରିବା ଉଚିତ୍‌।
ମାର୍ଚ୍ଚ ୪, ୨୦୨୪ ରେ ତେଲେଙ୍ଗାନା ସମାବେଶରେ ପ୍ରଧାନମନ୍ତ୍ରୀ ସମଗ୍ର ଦେଶକୁ ଏକ ପରିବାର ବୋଲି କହିଥିଲେ। ନରେନ୍ଦ୍ର ମୋଦିଙ୍କ ଏହି ବିବୃତ୍ତିର କିଛି ସମୟ ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବଡ ଦଳର ନେତାମାନେ ସାସିଆଲ ମିଡିଆ ପ୍ଲାଟଫର୍ମରେ ‘ମୋଦି କା ପରିବାର’ ଲେଖିଥିଲେ।

The post କେବଳ ମାର୍କେଟିଂ କରିବାକୁ ବସିଛନ୍ତି ମୋଦି: ଜୟରାମ ରମେଶ appeared first on Dharitri Odia News.