ଦୁନିଆର ଶ୍ରେଷ୍ଠ ମେଡିଟେରିଆନ ଡାଏଟ୍‌

ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ଅବସ୍ଥା ତାର ଖାଦ୍ୟ ଶୈଳୀ ଉପରେ ନିର୍ଭର କରିଥାଏ। ସେ କିଭଳି ଖାଦ୍ୟ ଖାଉଛି ଓ କେତେ ପରିମାଣରେ ଖାଉଛି ଏସବୁର ପ୍ରଭାବ ତା ଜୀବନ ଶୈଳୀ ଉପରେ ବେଶ୍‌ ଅଧିକା ପରିମାଣରେ ରହିଥାଏ । ତେବେ ଦୁନିଆରେ ବିଭିନ୍ନ ଡାଏଟ୍‌ ରହିଛି, ଯାହାକୁ ଲୋକ ଅନୁସରଣ କରନ୍ତି । ସେଥିମଧ୍ୟରୁ ମେଡିଟେରିଆନ ଡାଏଟ୍‌କୁ ମିଳିଛି ଦୁନିଆର ବେଷ୍ଟ ଡାଏଟ୍‌ ଆୱାର୍ଡ । ୟୁଏସ୍‌ ନୁ୍ୟଜ୍‌ ଆଣ୍ଡ ୱାର୍ଲଡ ଲଗାତର ପଞ୍ଚମଥର ପାଇଁ […]

ଦୁନିଆର ଶ୍ରେଷ୍ଠ ମେଡିଟେରିଆନ ଡାଏଟ୍‌
ଦୁନିଆର ଶ୍ରେଷ୍ଠ ମେଡିଟେରିଆନ ଡାଏଟ୍‌

ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ଅବସ୍ଥା ତାର ଖାଦ୍ୟ ଶୈଳୀ ଉପରେ ନିର୍ଭର କରିଥାଏ। ସେ କିଭଳି ଖାଦ୍ୟ ଖାଉଛି ଓ କେତେ ପରିମାଣରେ ଖାଉଛି ଏସବୁର ପ୍ରଭାବ ତା ଜୀବନ ଶୈଳୀ ଉପରେ ବେଶ୍‌ ଅଧିକା ପରିମାଣରେ ରହିଥାଏ । ତେବେ ଦୁନିଆରେ ବିଭିନ୍ନ ଡାଏଟ୍‌ ରହିଛି, ଯାହାକୁ ଲୋକ ଅନୁସରଣ କରନ୍ତି । ସେଥିମଧ୍ୟରୁ ମେଡିଟେରିଆନ ଡାଏଟ୍‌କୁ ମିଳିଛି ଦୁନିଆର ବେଷ୍ଟ ଡାଏଟ୍‌ ଆୱାର୍ଡ । ୟୁଏସ୍‌ ନୁ୍ୟଜ୍‌ ଆଣ୍ଡ ୱାର୍ଲଡ ଲଗାତର ପଞ୍ଚମଥର ପାଇଁ ମେଡିଟେରିଆନ ଡାଏଟ୍‌କୁ ଦୁନିଆର ଶ୍ରେଷ୍ଠ ବୋଲି ଘୋଷଣା କରିଛି । ବୈଜ୍ଞାନିକଙ୍କ ଅନୁସାରେ ଏହି ଡାଏଟ୍‌ ଅନୁକରଣ କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ । ମଧୁମେହ, ସ୍ମରଣ ଶକ୍ତି ହ୍ରାସ, ସ୍ତନ କର୍କଟ, ହାର୍ଟ ଆଟାକ୍‌ ଭଳି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଏହି ଡାଏଟ୍‌ ଫଳପ୍ରଦ । ଏହା ଓଜନ ହ୍ରାସ ସହ ମୁଣ୍ଡ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । ତେବେ ଏହି ମେଡିଟେରିଆନ ଡାଏଟ୍‌ ଏକ ପ୍ଲାଣ୍ଟ ବେସଡ୍‌ ଡାଏଟ୍‌ । ଏଥିରେ ଫଳ ଓ ପରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ । ଏହି ଡାଏଟ୍‌ରେ ବିଭିନ୍ନ ପ୍ରକାରର ଫଳ, ପରିବା, ମଞ୍ଜି, ଶସ୍ୟଜାତୀୟ ଖାଦ୍ୟ ସାମିଲ ହୋଇଥାଏ । ସେହିଭଳି ଏହି ଖାଦ୍ୟକୁ ଅଲିଭ ତେଲରେ ରନ୍ଧାଯାଇଥାଏ । ଆମିଷରେ ଏହି ଡାଏଟ୍‌ରେ ଓମେଗା -୩ରେ ଭରପୁର ମାଛକୁ ଖିଆଯାଇଥାଏ । ଏହି ଡାଏଟ୍‌ ଅନୁସରଣ କରିବା ଫଳରେ ହୃତପିଣ୍ଡ ସୁସ୍ଥ ରହିଥାଏ, ମାନସିକ ଶାନ୍ତି ମିଳିଥାଏ, ହାଡ ମଜବୁତ୍‌ ହେବା ସହିତ ମଧୁମେହ ନିୟନ୍ତ୍ରଣରେ ରହିଥାଏ ।