‘କେଶରୀ ୨’କୁ ମିଳିଲା ଜନତାଙ୍କ ପ୍ରଶଂସାର ଫାଇଦା, ରବିବାର ଏତିକି କୋଟି ବ୍ୟବସାୟ କଲା ଫିଲ୍ମ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ ଚାପ୍ଟର ୨’ ଶୁକ୍ରବାର ବଡ଼ ପରଦାରେ ରିଲିଜ୍ ହୋଇଛି। ସିନେ ସମୀକ୍ଷକଙ୍କଠୁ ନେଇ ଦର୍ଶକ ସମସ୍ତେ ଫିଲ୍ମର ବେଶ ପ୍ରଶଂସା କରୁଛନ୍ତି। ଆଉ ଏହାର ପ୍ରଭାବ  ବକ୍ସ ଅଫିସ୍‌ରେ ଦେଖିବାକୁ ମିଳିଛି। ପ୍ରଥମ ଦିନ ବହୁତ ସାଧାରଣ ଦେଖିବାକୁ ଦେଖିବାକୁ ମିଳିଥିଲେ ହେଁ ଶନିବାର ଓ ରବିବାର ଆୟରେ ବୃଦ୍ଧି ଘଟିଛି। ଅକ୍ଷୟଙ୍କ ଫିଲ୍ମ କେଶରୀ ୨  ଶୁକ୍ରବାର  ୭.୮୪ କୋଟି ଟଙ୍କାର କାରବାର କରିଥିଲା। ଏଥିରେ ଫିଲ୍ମର ଆଡଭାନ୍ସ ବୁକିଂଙ୍କଠୁ ଅଧିକ ଥିଏଟରରେ ରିଲିଜ୍ ଦିନ   ହୋଇଥିଲା। ପ୍ରଥମ ଦିନର ସକରାତ୍ମକ ପ୍ରତିକ୍ରିୟାର ଫାଇଦା ଦ୍ଵିତୀୟ ଦିନରେ  ମିଳିଛି ଏବଂ   ବକ୍ସ ଅଫିସ କଲେକ୍ସନରେ ୨୫ ପ୍ରତିଶତ ବଦ୍ଧି ଘଟି ୧୦ କୋଟିରୁ ଅଧିକ ହୋଇଛି। ଆଉ ରବିବାର କାରବାର ୨୦ ପ୍ରତିଶତ ବୃଦ୍ଧି ଘଟି ୧୨ କୋଟିରୁ ଅଧିକ ଆୟ କରିଛି କେଶରୀ-୨। କମ ଆୟ ପରେ ବି ଗୁଡ୍ ନ୍ୟୁଜ୍ଅକ୍ଷୟ କୁମାରଙ୍କ ଷ୍ଟାରଡମ ଦୃଷ୍ଟିରୁ ଦେଖିଲେ ପ୍ରଥମ ଓ୍ଵିକେଣ୍ଡରେ ୩୦ କୋଟିର କାରବାର ଅଳ୍ପ ଲାଗୁଛି। ତଥାପି ଅକ୍ଷୟଙ୍କ ପାଇଁ ଫିଲ୍ମ ଭଲ ରହିଛି। କାରଣ ତାଙ୍କ ଗତ ତିନି ବର୍ଷ ହେବ ଅକ୍ଷୟ ବକ୍ସ ଅଫିସରେ ସଂଘର୍ଷ କରୁଛନ୍ତି। ଚଳିତ ବର୍ଷ ଆରମ୍ଭରେ ତାଙ୍କ ଫିଲ୍ମ ସ୍କାଇଫୋର୍ସ ଖାସ୍ କମାଲ କରି ପାରି ନ ଥିଲା। ଅକ୍ଷୟଙ୍କ ଫିଲ୍ମ ଗତ ଏକ ଦଶନ୍ଧି ପୂର୍ବେ ଓ୍ଵିକେଣ୍ଡରେ ୩୦ କୋଟିର ବକ୍ସ ଅଫିସ କଲେକ୍ସନ କରୁଥିଲା। ମାତ୍ର ୩ ବର୍ଷରେ ଅ

‘କେଶରୀ ୨’କୁ ମିଳିଲା ଜନତାଙ୍କ ପ୍ରଶଂସାର ଫାଇଦା, ରବିବାର ଏତିକି କୋଟି ବ୍ୟବସାୟ କଲା ଫିଲ୍ମ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ ଚାପ୍ଟର ୨’ ଶୁକ୍ରବାର ବଡ଼ ପରଦାରେ ରିଲିଜ୍ ହୋଇଛି। ସିନେ ସମୀକ୍ଷକଙ୍କଠୁ ନେଇ ଦର୍ଶକ ସମସ୍ତେ ଫିଲ୍ମର ବେଶ ପ୍ରଶଂସା କରୁଛନ୍ତି। ଆଉ ଏହାର ପ୍ରଭାବ  ବକ୍ସ ଅଫିସ୍‌ରେ ଦେଖିବାକୁ ମିଳିଛି। ପ୍ରଥମ ଦିନ ବହୁତ ସାଧାରଣ ଦେଖିବାକୁ ଦେଖିବାକୁ ମିଳିଥିଲେ ହେଁ ଶନିବାର ଓ ରବିବାର ଆୟରେ ବୃଦ୍ଧି ଘଟିଛି। 

ଅକ୍ଷୟଙ୍କ ଫିଲ୍ମ କେଶରୀ ୨  ଶୁକ୍ରବାର  ୭.୮୪ କୋଟି ଟଙ୍କାର କାରବାର କରିଥିଲା। ଏଥିରେ ଫିଲ୍ମର ଆଡଭାନ୍ସ ବୁକିଂଙ୍କଠୁ ଅଧିକ ଥିଏଟରରେ ରିଲିଜ୍ ଦିନ   ହୋଇଥିଲା। ପ୍ରଥମ ଦିନର ସକରାତ୍ମକ ପ୍ରତିକ୍ରିୟାର ଫାଇଦା ଦ୍ଵିତୀୟ ଦିନରେ  ମିଳିଛି ଏବଂ   ବକ୍ସ ଅଫିସ କଲେକ୍ସନରେ ୨୫ ପ୍ରତିଶତ ବଦ୍ଧି ଘଟି ୧୦ କୋଟିରୁ ଅଧିକ ହୋଇଛି। ଆଉ ରବିବାର କାରବାର ୨୦ ପ୍ରତିଶତ ବୃଦ୍ଧି ଘଟି ୧୨ କୋଟିରୁ ଅଧିକ ଆୟ କରିଛି କେଶରୀ-୨। 

କମ ଆୟ ପରେ ବି ଗୁଡ୍ ନ୍ୟୁଜ୍

ଅକ୍ଷୟ କୁମାରଙ୍କ ଷ୍ଟାରଡମ ଦୃଷ୍ଟିରୁ ଦେଖିଲେ ପ୍ରଥମ ଓ୍ଵିକେଣ୍ଡରେ ୩୦ କୋଟିର କାରବାର ଅଳ୍ପ ଲାଗୁଛି। ତଥାପି ଅକ୍ଷୟଙ୍କ ପାଇଁ ଫିଲ୍ମ ଭଲ ରହିଛି। କାରଣ ତାଙ୍କ ଗତ ତିନି ବର୍ଷ ହେବ ଅକ୍ଷୟ ବକ୍ସ ଅଫିସରେ ସଂଘର୍ଷ କରୁଛନ୍ତି। ଚଳିତ ବର୍ଷ ଆରମ୍ଭରେ ତାଙ୍କ ଫିଲ୍ମ ସ୍କାଇଫୋର୍ସ ଖାସ୍ କମାଲ କରି ପାରି ନ ଥିଲା। 

ଅକ୍ଷୟଙ୍କ ଫିଲ୍ମ ଗତ ଏକ ଦଶନ୍ଧି ପୂର୍ବେ ଓ୍ଵିକେଣ୍ଡରେ ୩୦ କୋଟିର ବକ୍ସ ଅଫିସ କଲେକ୍ସନ କରୁଥିଲା। ମାତ୍ର ୩ ବର୍ଷରେ ଅକ୍ଷୟଙ୍କ ୧୦ ଫିଲ୍ମ  ଫ୍ଲପ୍ ହୋଇ ସାରିଛି। ଏହି ଦୃଷ୍ଟିରୁ କେଶରୀ ୨ ଯେଉଁଭଳି ବକ୍ସ ଅଫିସରେ ପ୍ରଦର୍ଶନ କରୁଛି ଏବଂ ଆୟରେ ବୃଦ୍ଧି ଘଟୁଛି ତାହା ବକ୍ସ ଅଫିସ ପାଇଁ ଭଲ ସଙ୍କେତ।                

ଏଥିରୁ ଜଣା ପଡ଼ୁଛି ଜନତାଙ୍କ ଗହଣରେ କେଶରୀ ୨କୁ ନେଇ ସକରାତ୍ମକ ମାହୋଲ ରହିଛି। ଲୋକେ ଫିଲ୍ମକୁ ହଲ୍‌ରେ ଦେଖିବାକୁ ପସନ୍ଦ କରୁଛନ୍ତି। ସୋମବାର ଯଦି ଅକ୍ଷୟଙ୍କ ଫିଲ୍ମ ଶୁକ୍ରବାର ତୁଳନାରେ ସାମାନ୍ୟ କମ ବ୍ୟବସାୟ କରୁଛି ତଥାପି  ଏହି ଫିଲ୍ମ ହଲରେ ଅଧିକ ଦିନ ରହିବାର ସମ୍ଭାବନା ରହିଛି। ଆଉ କେଶରୀ ୨ ପାଇଁ ସୁଖଦ ଖବର ଆଗାମୀ ୧୦ ଦିନରେ ବଲିଉଡର କୌଣସି ଫିଲ୍ମ ରିଲିଜ୍ ହେଉ ନାହିଁ।