କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ, ସମସ୍ୟା ଦେଖି କହିଲେ…

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାପାଳ ପି.ଅନ୍ବେଷା ରେଡ୍ଡୀ କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ଗୁରୁବାର ପରିଦର୍ଶନ କରିଛନ୍ତି। ପ୍ରଥମେ ବେଳଖଣ୍ଡି ଗ୍ରାମର ଜଳମଗ୍ନ ବା ବୁଡି ଅଞ୍ଚଳ ପରିଦର୍ଶନ କରିଥିଲେ। ବିଜଖମାନ ଓ ଫଳସାପଡ଼ା ଗ୍ରାମର ପ୍ରାଇମେରୀ ସ୍କୁଲ ପରିଦର୍ଶନ କରି ୫ମ ଓ ଷଷ୍ଠ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଗଣିତ ପଢ଼ାଇଥିଲେ। ବିଜଖମାନ ଗ୍ରାମସ୍ଥିତ ପ୍ରଧାନମନ୍ତ୍ରୀ ସିଞ୍ଚନ ଯୋଜନାରେ ବୃକ୍ଷରୋପଣ କରିଥିଲେ। ଏହି ପରିଦର୍ଶନରେ କେସିଙ୍ଗା ବିଡିଓ ପଦ୍ମନାଭ ପୁରୋହିତ, ଆର୍‌ଡବ୍ଲ୍ୟୁଏସ୍‌୍‌ଏସ୍‌ର ଯନ୍ତ୍ରୀ ଧର୍ମେନ୍ଦ୍ର ସେଠୀ, ଅତିରିକ୍ତ […] The post କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ, ସମସ୍ୟା ଦେଖି କହିଲେ… appeared first on Dharitri Odia News.

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ, ସମସ୍ୟା ଦେଖି କହିଲେ…

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାପାଳ ପି.ଅନ୍ବେଷା ରେଡ୍ଡୀ କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ଗୁରୁବାର ପରିଦର୍ଶନ କରିଛନ୍ତି। ପ୍ରଥମେ ବେଳଖଣ୍ଡି ଗ୍ରାମର ଜଳମଗ୍ନ ବା ବୁଡି ଅଞ୍ଚଳ ପରିଦର୍ଶନ କରିଥିଲେ। ବିଜଖମାନ ଓ ଫଳସାପଡ଼ା ଗ୍ରାମର ପ୍ରାଇମେରୀ ସ୍କୁଲ ପରିଦର୍ଶନ କରି ୫ମ ଓ ଷଷ୍ଠ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଗଣିତ ପଢ଼ାଇଥିଲେ। ବିଜଖମାନ ଗ୍ରାମସ୍ଥିତ ପ୍ରଧାନମନ୍ତ୍ରୀ ସିଞ୍ଚନ ଯୋଜନାରେ ବୃକ୍ଷରୋପଣ କରିଥିଲେ। ଏହି ପରିଦର୍ଶନରେ କେସିଙ୍ଗା ବିଡିଓ ପଦ୍ମନାଭ ପୁରୋହିତ, ଆର୍‌ଡବ୍ଲ୍ୟୁଏସ୍‌୍‌ଏସ୍‌ର ଯନ୍ତ୍ରୀ ଧର୍ମେନ୍ଦ୍ର ସେଠୀ, ଅତିରିକ୍ତ ଇଞ୍ଜିନିୟର ଏସ୍‌ଏନ୍‌ ମିଶ୍ର, ଦ୍ରୋଣାଚାର୍ଯ୍ୟ ସ୍କୁଲର ଅଧ୍ୟକ୍ଷା ଅର୍ଚ୍ଚନା ଅଗ୍ରଓ୍ବାଲ ପ୍ରମୁଖ ବିଭାଗୀୟ ଅଧିକାରୀ ୍‌ଏହି ପରିଦର୍ଶନ ଅଂଶଗ୍ରହଣ କରିଥିଲେ।

ସେହିପରି ସହରର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଡୋର, ଆଉଟ ଡୋର ବୁଲି ଦେଖିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ଉପରେ ମେଡିକାଲ ଅଧ୍ୟକ୍ଷା ଡା.ପ୍ରତିଜ୍ଞା ପ୍ରତିଶ୍ରୁତି ମାଝିଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ଯାହାବି ସମସ୍ୟା ଅଛି ତୁରନ୍ତ ସମାଧାନ ପାଇଁ ମେଡିକାଲ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବହୁ ଦିନରୁ ଏକ୍ସରେ ମେଶିନ ପଡ଼ିରହିଥିବା ଦେଖି ତୁରନ୍ତ କାର୍ଯ୍ୟକ୍ଷମ କରାଯିବ ଏବଂ କିଛି ଦିନ ଭିତରେ ଜଣେ ଅସ୍ତ୍ରୋପଚାର ବିଶେଷଜ୍ଞଙ୍କୁ ମଧ୍ୟ ନିଯୁକ୍ତି ଦେବା ପାଇଁ ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଜିଲାପାଳ ସହରବାସୀଙ୍କ ସହ ମଧ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହି ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଅସ୍ତ୍ରୋପଚାର ରୋଗୀମାନଙ୍କୁ ଅନ୍ୟତ୍ର ହସ୍ପିଟାଲକୁ ରେଫର୍‌ ନ କରିବାକୁ ମଧ୍ୟ ଡାକ୍ତରମାନଙ୍କୁ ତାଗିଦ୍‌ କରିଥିଲେ। ଏହି ପରିଦର୍ଶନରେ ସମସ୍ତ ଡାକ୍ତର, ଷ୍ଟାଫ୍‌ ନର୍ସଙ୍କ ସମେତ ହିସାବ ରକ୍ଷକ ବି.ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ।

The post କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ, ସମସ୍ୟା ଦେଖି କହିଲେ… appeared first on Dharitri Odia News.