କୋକସରା ଓଡିଶା ଆଦର୍ଶ ବିଦ୍ୟାଳୟ ରେ ବିଜ୍ଞାନ ପ୍ରଦର୍ଶନୀ ମେଳା, ୯୬ ପ୍ରକଳ୍ପ ପ୍ରଦର୍ଶିତ।
କଳାହାଣ୍ଡି:୧୧/୧୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ସୋମବାର ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ଓଏଭି ର ଭାରପ୍ରାପ୍ତ ଅଧ୍ୟକ୍ଷା ନିଝୁମ ରାଣୀ ପଣ୍ଡିତ ଙ୍କ ସଭାପତିତ୍ୱ ରେ ବିଜ୍ଞାନ ପ୍ରଦର୍ଶନ ମେଳା ରେ ମୁଖ୍ୟ ଅତିଥି ଭାବେ ପର୍ଲା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଅଭିଷେକ ମହାନ୍ତି,ସମ୍ମାନିତ ଅତିଥି ଭାବେ ପର୍ଲା ଓଏଭି ର ଶିକ୍ଷକ ସରୋଜ କୁମାର ସେଠି ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ […] The post କୋକସରା ଓଡିଶା ଆଦର୍ଶ ବିଦ୍ୟାଳୟ ରେ ବିଜ୍ଞାନ ପ୍ରଦର୍ଶନୀ ମେଳା, ୯୬ ପ୍ରକଳ୍ପ ପ୍ରଦର୍ଶିତ। appeared first on Odisha.News.

କଳାହାଣ୍ଡି:୧୧/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ସୋମବାର ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ଓଏଭି ର ଭାରପ୍ରାପ୍ତ ଅଧ୍ୟକ୍ଷା ନିଝୁମ ରାଣୀ ପଣ୍ଡିତ ଙ୍କ ସଭାପତିତ୍ୱ ରେ ବିଜ୍ଞାନ ପ୍ରଦର୍ଶନ ମେଳା ରେ ମୁଖ୍ୟ ଅତିଥି ଭାବେ ପର୍ଲା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଅଭିଷେକ ମହାନ୍ତି,ସମ୍ମାନିତ ଅତିଥି ଭାବେ ପର୍ଲା ଓଏଭି ର ଶିକ୍ଷକ ସରୋଜ କୁମାର ସେଠି ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ନିର୍ମିତ ପ୍ରକଳ୍ପ ପରିଦର୍ଶନ କରି ଆଗକୁ ଜଣେ ଜଣେ ସଫଳ ବ୍ୟକ୍ତିତ୍ୱ ହେବାକୁ ପରାମର୍ଶ ଦେଇଥିଲେ। ଏହି ବିଜ୍ଞାନ ପ୍ରଦର୍ଶନୀ ମେଳା ରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଜ୍ଞାନ ଜ୍ଞାନ କୌଶଳ ଉପରେ ୯୬ ଗୋଟି ପ୍ରକଳ୍ପ ପ୍ରଦର୍ଶନ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ଛାତ୍ରଛାତ୍ରୀ ଙ୍କ ପ୍ରକଳ୍ପର କୁ ମୁଲ୍ୟଙ୍କନ କରିବାକୁ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ କମଳାକାନ୍ତ ସାହୁ, ବିଶ୍ୱରଂଜନ ସାହୁ, ନୀତିଶ କୁମାର ଚାନ୍ଦ, ଅମୁଲ୍ୟ କୁମାର ସିଂ, ସରୋଜ କୁମାର ସେଠି, ନାଲିନିପ୍ରଭା ନାଏକ ବିଚାରକ ରହିଥିଲେ। ସିନିୟର ବର୍ଗ ରେ ଆଶୁତୋଷ ସିଙ୍ଘଲ ପ୍ରଥମ, ପ୍ରଜ୍ଞାଶ୍ରୀ ଚୌଧୁରୀ ଦ୍ଵିତୀୟ, ଅପରାଜିତା ମୁଣ୍ଡ ତୃତୀୟ ଓ ଜୁନିୟର ବର୍ଗ ରେ ଅନ୍ୱେସା ସୃଷ୍ଟି ପଣ୍ଡା ପ୍ରଥମ, ଅଂଶୁମାନ ବେହେରା ଦ୍ଵିତୀୟ,ଆୟୁଷ୍ମାନ ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କାର୍ଯ୍ୟକ୍ରମ କୁ ପ୍ରଜ୍ଞା ବିନୋଦିନି ଓ କିଶନ କୁମାର ତାଣ୍ଡି କୋଡ଼ିନେଟ କରିଥିଲେ। ବିଜ୍ଞାନ ମେଳା କୁ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ କର, ଶଙ୍କର ରାଉତ, ଧୀରେନ୍ଦ୍ର ନାଥ ଠାକୁର, ପଦ୍ମମୁଖ ଚଳାନ, ସୁରେନ୍ଦ୍ର କୁମାର ଦାସ, ତୁଷାର ନାଥ ମହାନନ୍ଦ, ଶିକ୍ଷୟିତ୍ରୀ ନଳିନୀ ପ୍ରଭା ନାଏକ, ଭାରତୀ ହୋତା, ଦିପାଞ୍ଚଲି ନାଏକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।
The post କୋକସରା ଓଡିଶା ଆଦର୍ଶ ବିଦ୍ୟାଳୟ ରେ ବିଜ୍ଞାନ ପ୍ରଦର୍ଶନୀ ମେଳା, ୯୬ ପ୍ରକଳ୍ପ ପ୍ରଦର୍ଶିତ। appeared first on Odisha.News.