କୋଠରୀ ଭିତରେ ୨ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ
ଭୁବନେଶ୍ବର: ରାଜଧାନୀରେ ଅଭାବନୀୟ ଘଟଣା । ରାତିରେ ଶୋଇଥିଲେ, ସକାଳୁ ମିଳିଲା ମୃତଦେହ। ୨ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଖାରବେଳନଗର ଥାନା ପଞ୍ଜାବୀ କଲୋନୀରୁ ମିଳିଛି ମୃତଦେହ । ‘ମୋ ପିଠା’ ନାମକ ସଂସ୍ଥାରେ କାମ କରୁଥିଲେ ଯୁବକ ଜଣଙ୍କ। ଘର ମାଲିକଙ୍କ ଠାରୁ ଖବର ପାଇ ଘଚଣାସ୍ଥଳରେ ଖାରବେଳ ନଗର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ,’ମୋ ପିଠା’ ସଂସ୍ଥାରେ କାମ କରୁଥିବା ଏହି ୨ ଯୁବକଙ୍କୁ ଗତକାଲି ରାତିରେ […]

ଭୁବନେଶ୍ବର: ରାଜଧାନୀରେ ଅଭାବନୀୟ ଘଟଣା । ରାତିରେ ଶୋଇଥିଲେ, ସକାଳୁ ମିଳିଲା ମୃତଦେହ। ୨ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଖାରବେଳନଗର ଥାନା ପଞ୍ଜାବୀ କଲୋନୀରୁ ମିଳିଛି ମୃତଦେହ । ‘ମୋ ପିଠା’ ନାମକ ସଂସ୍ଥାରେ କାମ କରୁଥିଲେ ଯୁବକ ଜଣଙ୍କ। ଘର ମାଲିକଙ୍କ ଠାରୁ ଖବର ପାଇ ଘଚଣାସ୍ଥଳରେ ଖାରବେଳ ନଗର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ,’ମୋ ପିଠା’ ସଂସ୍ଥାରେ କାମ କରୁଥିବା ଏହି ୨ ଯୁବକଙ୍କୁ ଗତକାଲି ରାତିରେ ଏକ ବଡ଼ ଅର୍ଡର ଆସିଥିଲା । ଏଥିପାଇଁ ସେମାନେ ପ୍ରସ୍ତୁତି କରି ଶୋଇ ପଡ଼ିଥିଲେ। କିନ୍ତୁ ଆଜି ସକାଳେ ମାଲିକ ବାରମ୍ବାର ଦ୍ୱାର ବାଡ଼ାଇବା ପରେ ମଧ୍ୟ ସେମାନେ କୌଣସି ଉତ୍ତର ଦେଇ ନଥିଲେ। ଘର ମାଲିକଙ୍କ ପୁଅ ପଛ ଦ୍ୱାର ଦେଇ କୋଠରୀ ଭିତରକୁ ପ୍ରବେଶ କରି ଦୁଇ ଜଣଙ୍କୁ ତଳେ ପଡ଼ିଥିବା ଦେଖିଥିଲେ। ଏହା ପରେ, ସେମାନଙ୍କୁ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ।