କୋଭିଶିଲ୍ଡ ଟିକାର ମାରାତ୍ମକ ରକ୍ତଜମାଟ ପ୍ରତିକ୍ରିୟା ଭିଆଇଟିଟି

ନୂଆଦିଲ୍ଲୀ,୧୬ା୫ : ଆଷ୍ଟ୍ରାଜେନିକା କମ୍ପାନୀ ଏହାର କୋଭିଶିଲ୍ଡ ଟିକାକୁ ସାରା ବିଶ୍ୱରୁ ପ୍ରତ୍ୟାହାର କରିନେବାର ସପ୍ତାହେ ପରେ ଏହାର ଅନ୍ୟ ଏକ ମାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଟିକା ନେଇଥିବା ଲୋକଙ୍କଠାରେ ବିରଳ ତଥା ମାରାତ୍ମକ ରକ୍ତ ଜମାଟ ବାନ୍ଧିବା ଅସଙ୍ଗତି ଆଶଙ୍କା ଅଧିକ ରହିଥିବା କମ୍ପାନୀ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଉକ୍ତ ଅସଙ୍ଗତିକୁ ଭାକ୍ସିନ-ଇଣ୍ଡ୍ୟୁସ୍‌ଡ ଇମ୍ୟୁନ୍‌ ଥ୍ରୋମ୍ବୋସାଇଟୋପେନିଆ ଆଣ୍ଡ ଥ୍ରୋମ୍ବୋସିସ୍‌ (ଭିଆଇଟିଟି) କୁହାଯାଉଛି। ଭାରତରେ ଦିଆଯାଇଥିବା ଆଷ୍ଟ୍ରାଜେନିକାର କୋଭିଶିଲ୍ଡ ଟିକା ଏବଂ ୟୁରୋପରେ […] The post କୋଭିଶିଲ୍ଡ ଟିକାର ମାରାତ୍ମକ ରକ୍ତଜମାଟ ପ୍ରତିକ୍ରିୟା ଭିଆଇଟିଟି appeared first on Dharitri Odia News.

କୋଭିଶିଲ୍ଡ ଟିକାର ମାରାତ୍ମକ ରକ୍ତଜମାଟ ପ୍ରତିକ୍ରିୟା ଭିଆଇଟିଟି

ନୂଆଦିଲ୍ଲୀ,୧୬ା୫ : ଆଷ୍ଟ୍ରାଜେନିକା କମ୍ପାନୀ ଏହାର କୋଭିଶିଲ୍ଡ ଟିକାକୁ ସାରା ବିଶ୍ୱରୁ ପ୍ରତ୍ୟାହାର କରିନେବାର ସପ୍ତାହେ ପରେ ଏହାର ଅନ୍ୟ ଏକ ମାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଟିକା ନେଇଥିବା ଲୋକଙ୍କଠାରେ ବିରଳ ତଥା ମାରାତ୍ମକ ରକ୍ତ ଜମାଟ ବାନ୍ଧିବା ଅସଙ୍ଗତି ଆଶଙ୍କା ଅଧିକ ରହିଥିବା କମ୍ପାନୀ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଉକ୍ତ ଅସଙ୍ଗତିକୁ ଭାକ୍ସିନ-ଇଣ୍ଡ୍ୟୁସ୍‌ଡ ଇମ୍ୟୁନ୍‌ ଥ୍ରୋମ୍ବୋସାଇଟୋପେନିଆ ଆଣ୍ଡ ଥ୍ରୋମ୍ବୋସିସ୍‌ (ଭିଆଇଟିଟି) କୁହାଯାଉଛି। ଭାରତରେ ଦିଆଯାଇଥିବା ଆଷ୍ଟ୍ରାଜେନିକାର କୋଭିଶିଲ୍ଡ ଟିକା ଏବଂ ୟୁରୋପରେ ଦିଆଯାଇଥିବା ଏହି କମ୍ପାନୀର ଭାକ୍ସଜେଭ୍ରିଆ ଟିକା ପରେ ଭିଆଇଟିଟି ଏକ ନୂଆ ରୋଗ ଭାବେ ଦେଖାଦେଇଛି। ଏହା ଏକ ଅସାଧାରଣ ବିପଜ୍ଜନକ ରକ୍ତ ଅଟୋଆଣ୍ଟିବଡ଼ି, ଯାହାକି ପ୍ଲେଟ୍‌ଲେଟ୍‌ ଫ୍ୟାକ୍ଟର ୪ କୁହାଯାଉଥିବା ଏକ ପ୍ରୋଟିନ୍‌ ସହ ସମ୍ପୃକ୍ତ। ପୂର୍ବରୁ ଆଷ୍ଟ୍ରାଜେନିକା ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଟିଟିଏସ୍‌ ସମ୍ପର୍କରେ ଅଦାଲତରେ ସ୍ବୀକାର କରିଥିଲା।

The post କୋଭିଶିଲ୍ଡ ଟିକାର ମାରାତ୍ମକ ରକ୍ତଜମାଟ ପ୍ରତିକ୍ରିୟା ଭିଆଇଟିଟି appeared first on Dharitri Odia News.