କୋରିଆ ଖେଳାଳିଙ୍କୁ ଟ୍ରେନିଂ ଦେଇ ବିବାଦରେ ଅଷ୍ଟ୍ରେଲିଆ କୋଚ୍
ପ୍ୟାରିସ୍,୨୬ା୭(ପି.ଟି.): ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଅଷ୍ଟ୍ରେଲିଆର ଜଣେ ସୁଇମିଂ କୋଚ୍ ସମାଲୋଚନାର ଶିକାର ହୋଇଛନ୍ତି। ନିଜ ଦଳର ଖେଳାଳିଙ୍କୁ ପ୍ରଶିକ୍ଷଣ ନ ଦେଇ କୋରିଆ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇ ବିବାଦ ଘେରକୁ ଆସିଛନ୍ତି କୋଚ୍ ମାଇକେଲ୍ ପାଲଫ୍ରେ। ଏହି ଘଟଣାକୁ ଅଷ୍ଟ୍ରେଲିଆ ମୁଖ୍ୟ କୋଚ୍ ରୋହନ ଟେଲର ନିନ୍ଦା କରିଛନ୍ତି। ଏପରିକି ମାଇକେଲଙ୍କ ଏଭଳି ମନୋଭାବ ପାଇଁ ତାଙ୍କୁ ଅଷ୍ଟ୍ରେଲିଅ ପଠାଯିବ ବୋଲି ମଧ୍ୟ କହିଛନ୍ତି। ଶନିବାର ଲା ଡିଫେନ୍ସ ଆରେନାରେ ସନ୍ତରଣ ପ୍ରତିଯୋଗିତା ଆରମ୍ଭ ହେବ। […] The post କୋରିଆ ଖେଳାଳିଙ୍କୁ ଟ୍ରେନିଂ ଦେଇ ବିବାଦରେ ଅଷ୍ଟ୍ରେଲିଆ କୋଚ୍ appeared first on Dharitri Odia News.
ପ୍ୟାରିସ୍,୨୬ା୭(ପି.ଟି.): ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଅଷ୍ଟ୍ରେଲିଆର ଜଣେ ସୁଇମିଂ କୋଚ୍ ସମାଲୋଚନାର ଶିକାର ହୋଇଛନ୍ତି। ନିଜ ଦଳର ଖେଳାଳିଙ୍କୁ ପ୍ରଶିକ୍ଷଣ ନ ଦେଇ କୋରିଆ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇ ବିବାଦ ଘେରକୁ ଆସିଛନ୍ତି କୋଚ୍ ମାଇକେଲ୍ ପାଲଫ୍ରେ। ଏହି ଘଟଣାକୁ ଅଷ୍ଟ୍ରେଲିଆ ମୁଖ୍ୟ କୋଚ୍ ରୋହନ ଟେଲର ନିନ୍ଦା କରିଛନ୍ତି। ଏପରିକି ମାଇକେଲଙ୍କ ଏଭଳି ମନୋଭାବ ପାଇଁ ତାଙ୍କୁ ଅଷ୍ଟ୍ରେଲିଅ ପଠାଯିବ ବୋଲି ମଧ୍ୟ କହିଛନ୍ତି।
ଶନିବାର ଲା ଡିଫେନ୍ସ ଆରେନାରେ ସନ୍ତରଣ ପ୍ରତିଯୋଗିତା ଆରମ୍ଭ ହେବ। ଏହା ପୂର୍ବରୁ ମାଇକେଲଙ୍କୁ ଦେଶକୁ ପଠାଇ ଦିଆଯାଇପାରେ। ଆମ ଦେଶର କୋଚ୍ ହୋଇ ଅନ୍ୟ ଦେଶର ଆଥଲେଟଙ୍କୁ ପ୍ରାଥମିକତା ଦେବା ଅତ୍ୟନ୍ତ ଅଣ ପ୍ରଫେଶନାଲ ବୋଲି ସେ କହିଛନ୍ତି। ୪୦୦ ମିଟରରେ ବିଶ୍ୱ ଚାମ୍ପିୟନ କୋରିଆର କିମ୍ ଉ ମିନ୍ଙ୍କୁ ମାଇକେଲ ପୂର୍ବରୁ ପ୍ରଶିକ୍ଷଣ ଦେଉଥିଲେ।
ଏକ କୋରିଆନ୍ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ସେ କହିଥିଲେ ଟୁର୍ନାମେଣ୍ଟର ପ୍ରଥମ ଦିନରେ କିମ୍ ସ୍ବର୍ଣ୍ଣ ପଦକ ଜିତନ୍ତୁ ବୋଲି ସେ ଆଶା କରନ୍ତି ବୋଲି କହିଥିଲେ। ଏହା ସହିତ ହେଲ୍ କୋରିଆ ବୋଲି ମଧ୍ୟ କହିଥିଲେ। ଏହି ଘଟଣା ପରେ ମାଇକେଲ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ତେବେ ସେ ଦଳ ସହିତ ରହିବେ କି ନାହିଁ ଖେଳାଳିମାନଙ୍କ ସହ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟ କୋଚ୍ ରୋହନ୍।
The post କୋରିଆ ଖେଳାଳିଙ୍କୁ ଟ୍ରେନିଂ ଦେଇ ବିବାଦରେ ଅଷ୍ଟ୍ରେଲିଆ କୋଚ୍ appeared first on Dharitri Odia News.