କୋର୍ କମିଟି ବୈଠକରୁ ବାହାରି ବଡ଼ ସୂଚନା ଦେଲେ ରାଜସ୍ବମନ୍ତ୍ରୀ: କିଏ ହେବେ ରାଜ୍ୟ ଭାଜପା ସଭାପତି…
ଭୁବନେଶ୍ୱର,୧୪।୨: ଚଳିତ ମାସ ଶେଷ ସୁଦ୍ଧା ସରିବ ନିଗମ, ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା। ଏ ନେଇ ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଭାଜପା କୋର୍ କମିଟି ବୈଠକ ପରେ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି, ବୈଠକରେ ନିଗମ, କମିଶନ, ଜିଲା ଯୋଜନା ବୋର୍ଡକୁ ନେଇ ଆଲୋଚନା ହୋଇଛି। ସାଂଗଠନିକ ନିର୍ବାଚନ, ରାଜ୍ୟ ସଭାପତି ଚୟନକୁ ନେଇ ଆଲୋଚନା ହୋଇଛି। ୮ ମାସରେ ସରକାରଙ୍କ ଗତିବିଧି ଓ କାର୍ଯ୍ୟକୁ […] The post କୋର୍ କମିଟି ବୈଠକରୁ ବାହାରି ବଡ଼ ସୂଚନା ଦେଲେ ରାଜସ୍ବମନ୍ତ୍ରୀ: କିଏ ହେବେ ରାଜ୍ୟ ଭାଜପା ସଭାପତି… appeared first on Dharitri Odia News.
ଭୁବନେଶ୍ୱର,୧୪।୨: ଚଳିତ ମାସ ଶେଷ ସୁଦ୍ଧା ସରିବ ନିଗମ, ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା। ଏ ନେଇ ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଭାଜପା କୋର୍ କମିଟି ବୈଠକ ପରେ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି, ବୈଠକରେ ନିଗମ, କମିଶନ, ଜିଲା ଯୋଜନା ବୋର୍ଡକୁ ନେଇ ଆଲୋଚନା ହୋଇଛି। ସାଂଗଠନିକ ନିର୍ବାଚନ, ରାଜ୍ୟ ସଭାପତି ଚୟନକୁ ନେଇ ଆଲୋଚନା ହୋଇଛି। ୮ ମାସରେ ସରକାରଙ୍କ ଗତିବିଧି ଓ କାର୍ଯ୍ୟକୁ ନେଇ ମଧ୍ୟ ଆଲୋଚନା ହୋଇଛି। ସରକାର ଓ ସଂଗଠନ ଭିତରେ କିପରି ସମନ୍ବୟ ରହିବ ସେନେଇ ବି ଆଲୋଚନା ହୋଇଛି।
ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର କୋର୍ କମିଟି ବୈଠକ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିଥିଲେ।
ଭାଜପା ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର ଯୋଗଦେଇଥିଲେ। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା, ଜୁଏଲ ଓରାମ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏମ୍ପି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।
The post କୋର୍ କମିଟି ବୈଠକରୁ ବାହାରି ବଡ଼ ସୂଚନା ଦେଲେ ରାଜସ୍ବମନ୍ତ୍ରୀ: କିଏ ହେବେ ରାଜ୍ୟ ଭାଜପା ସଭାପତି… appeared first on Dharitri Odia News.