କୋର୍ଟଙ୍କ ବଡ ନିର୍ଦ୍ଦେଶ: ୧୬ ମାର୍ଚ୍ଚ ସୁଦ୍ଧା ହାଜର ହୁଅନ୍ତୁ କେଜରିଓ୍ବାଲ
ନୂଆଦିଲ୍ଲୀ,୭।୩: ଦିଲ୍ଲୀର ଚର୍ଚ୍ଚିତ ଏକ୍ସାଇଜ ପଲିସି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କଠାରୁ ଉତ୍ତର ମାଗିଛନ୍ତି। ମାର୍ଚ୍ଚ ୧୯ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସ୍ଥିର କରାଯାଇଛି। ରାଉଜ ଆଭେନ୍ୟୁ କୋର୍ଟ ଏହାର ଆଦେଶରେ ଲେଖିଛନ୍ତି ଯେ ଇଡି ସମନ ପାଳନ ନହେବା କାରଣରୁ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆଇପିସିର ଧାରା ୧୭୪ର ଏକ ପ୍ରିମା ଫେସ […] The post କୋର୍ଟଙ୍କ ବଡ ନିର୍ଦ୍ଦେଶ: ୧୬ ମାର୍ଚ୍ଚ ସୁଦ୍ଧା ହାଜର ହୁଅନ୍ତୁ କେଜରିଓ୍ବାଲ appeared first on Dharitri Odia News.
ନୂଆଦିଲ୍ଲୀ,୭।୩: ଦିଲ୍ଲୀର ଚର୍ଚ୍ଚିତ ଏକ୍ସାଇଜ ପଲିସି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କଠାରୁ ଉତ୍ତର ମାଗିଛନ୍ତି। ମାର୍ଚ୍ଚ ୧୯ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସ୍ଥିର କରାଯାଇଛି।
ରାଉଜ ଆଭେନ୍ୟୁ କୋର୍ଟ ଏହାର ଆଦେଶରେ ଲେଖିଛନ୍ତି ଯେ ଇଡି ସମନ ପାଳନ ନହେବା କାରଣରୁ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆଇପିସିର ଧାରା ୧୭୪ର ଏକ ପ୍ରିମା ଫେସ ମାମଲା ରୁଜୁ ହୋଇଛି। ଏଭଳି ପରିସ୍ଥିତିରେ କେଜରିୱାଲଙ୍କୁ ଡକାଇବା ପାଇଁ କୋର୍ଟର ଯଥେଷ୍ଟ କାରଣ ରହିଛି।
ଇଡିର ଆବେଦନ ଉପରେ କୋର୍ଟ କେଜରିୱାଲଙ୍କୁ ୧୬ ମାର୍ଚ୍ଚରେ ହାଜର ହେବାକୁ ଡକାଇଥିଲେ। କୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଇଡି ସମସ୍ତ ଅଭିଯୁକ୍ତଙ୍କ ସହଯୋଗ ଏବଂ କୌଣସି କାରଣ ନ ଥାଇ ଶୁଣାଣି ବିଳମ୍ବ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
The post କୋର୍ଟଙ୍କ ବଡ ନିର୍ଦ୍ଦେଶ: ୧୬ ମାର୍ଚ୍ଚ ସୁଦ୍ଧା ହାଜର ହୁଅନ୍ତୁ କେଜରିଓ୍ବାଲ appeared first on Dharitri Odia News.