କୋଲକାତାରେ ବଡ଼ ଧରଣର ବିସ୍ଫୋରଣ

କୋଲକାତା,୧୪।୯: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ବ୍ଲୁଚମାନ ସେଣ୍ଟ ଏବଂ ଏସ.ଏନ ବାନାର୍ଜୀ ରୋଡ କ୍ରସିଂରେ ଶନିବାର ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। କୋଲକାତା ପୋଲିସ କହିଛି ଯେ ଅପରାହ୍ନ ପ୍ରାୟ ୧ଟା ୩୦ ସମୟରେ ଏହି ବିସ୍ଫୋରଣ ଘଟିଛି। ୧ଟା ୪୫ରେ ପୋଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ବିସ୍ଫୋରଣ ଘଟଣାରେ ଅଳିଆ ସଂଗ୍ରହକାରୀ ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଆହତ ହୋଇଥିଲେ। ସନ୍ଦେହଜନକ ବ୍ୟାଗରେ ବିସ୍ଫୋରଣ ଘଟିଥିବା ପୋଲିସ କହିଛି। ଯେତେବେଳେ ଜଣେ […] The post କୋଲକାତାରେ ବଡ଼ ଧରଣର ବିସ୍ଫୋରଣ appeared first on Dharitri Odia News.

କୋଲକାତାରେ ବଡ଼ ଧରଣର ବିସ୍ଫୋରଣ

କୋଲକାତା,୧୪।୯: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ବ୍ଲୁଚମାନ ସେଣ୍ଟ ଏବଂ ଏସ.ଏନ ବାନାର୍ଜୀ ରୋଡ କ୍ରସିଂରେ ଶନିବାର ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। କୋଲକାତା ପୋଲିସ କହିଛି ଯେ ଅପରାହ୍ନ ପ୍ରାୟ ୧ଟା ୩୦ ସମୟରେ ଏହି ବିସ୍ଫୋରଣ ଘଟିଛି। ୧ଟା ୪୫ରେ ପୋଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ବିସ୍ଫୋରଣ ଘଟଣାରେ ଅଳିଆ ସଂଗ୍ରହକାରୀ ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଆହତ ହୋଇଥିଲେ।
ସନ୍ଦେହଜନକ ବ୍ୟାଗରେ ବିସ୍ଫୋରଣ ଘଟିଥିବା ପୋଲିସ କହିଛି। ଯେତେବେଳେ ଜଣେ ବ୍ୟକ୍ତି ବ୍ୟାଗ ଉଠାଇବାକୁ ଚେଷ୍ଟା କରୁଥିଲେ, ସେଠାରେ ବିସ୍ଫୋରଣ ହୋଇଥିଲା। ଆହତ ବ୍ୟକ୍ତିଙ୍କୁ ଏନଆରଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଡାହାଣ ହାତଗୋଡ଼ରେ ଆଘାତ ଲାଗିଛି।
ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ସୁରକ୍ଷା ଟେପ ଘେରି ରହିଥିଲା ଏବଂ ପରେ ବମ ଡିଟେକସନ ଆଣ୍ଡ ଡିସପୋଜାଲ ସ୍କ୍ବାଡ(ବିଡିଡିଏସ) ଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା। ଏହି ଟିମ ବ୍ୟାଗ ଏବଂ ଏହାର ଆଖପାଖ ଅଞ୍ଚଳକୁ ଯାଞ୍ଚ କରୁଛି। ସେମାନଙ୍କ ଅନୁମୋଦନ ପରେ ହିଁ ଟ୍ରାଫିକକୁ ଅନୁମତି ଦିଆଯାଇଥିଲା । ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

The post କୋଲକାତାରେ ବଡ଼ ଧରଣର ବିସ୍ଫୋରଣ appeared first on Dharitri Odia News.