କୋହଲି-ରୋହିତଙ୍କ ଅବସର କଳ୍ପନାଜଳ୍ପନା ମଧ୍ୟରେ କପିଲ ଦେବ ଦେଲେ ଆଶ୍ଚର୍ଯ୍ୟଜନକ ବୟାନ
ନୂଆଦିଲ୍ଲୀ,୧୪।୧: ଆଜିକାଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଅବସରକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ଜୁନ ୨୦୨୪ରେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିବା ପରେ ଉଭୟ କିମ୍ବଦନ୍ତୀ ଟି-୨୦ ଆନ୍ତର୍ଜାତୀୟକୁ ଅଲବିଦା କହିସାରିଛନ୍ତି ଏବଂ ଏବେ କେବଳ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଖେଳୁଛନ୍ତି। କିନ୍ତୁ ଟେଷ୍ଟରେ ଖରାପ ଫର୍ମ ଦେଖି, ରୋହିତ ଏବଂ ବିରାଟଙ୍କ ଅବସର ଖବର ଜୋର ଧରିବାରେ ଲାଗିଛି, ଯାହା ଉପରେ ଟିମ ଇଣ୍ଡିଆର ପୂର୍ବତନ […] The post କୋହଲି-ରୋହିତଙ୍କ ଅବସର କଳ୍ପନାଜଳ୍ପନା ମଧ୍ୟରେ କପିଲ ଦେବ ଦେଲେ ଆଶ୍ଚର୍ଯ୍ୟଜନକ ବୟାନ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୧: ଆଜିକାଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଅବସରକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ଜୁନ ୨୦୨୪ରେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିବା ପରେ ଉଭୟ କିମ୍ବଦନ୍ତୀ ଟି-୨୦ ଆନ୍ତର୍ଜାତୀୟକୁ ଅଲବିଦା କହିସାରିଛନ୍ତି ଏବଂ ଏବେ କେବଳ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଖେଳୁଛନ୍ତି। କିନ୍ତୁ ଟେଷ୍ଟରେ ଖରାପ ଫର୍ମ ଦେଖି, ରୋହିତ ଏବଂ ବିରାଟଙ୍କ ଅବସର ଖବର ଜୋର ଧରିବାରେ ଲାଗିଛି, ଯାହା ଉପରେ ଟିମ ଇଣ୍ଡିଆର ପୂର୍ବତନ କିମ୍ବଦନ୍ତୀ କପିଲ ଦେବ ଏବେ ପ୍ରତିକ୍ରିୟା ଦେଇଛନ୍ତି।
ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ କପିଲ ଦେବ କୋହଲି ଏବଂ ରୋହିତଙ୍କ ଅବସର ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ଉଭୟଙ୍କ ପାଖରେ ସଠିକ୍ ନିଷ୍ପତ୍ତି ନେବାର କ୍ଷମତା ଅଛି।
ସେ ଆହୁରି କହିଛନ୍ତି, ସେ ନିଜେ ଜଣେ ମହାନ ଖେଳାଳି। ଆଶା କରୁଛି, ସେ ଜାଣିଥିବେ କେବେ ଖେଳିବା ପାଇଁ ଉପଯୁକ୍ତ ସମୟ। ଯେତେବେଳେ ସେ ଭାବିବେ ଯେ ଏହା ସଠିକ ସମୟ ନୁହେଁ, ସେ ଏହା ଘୋଷଣା କରିପାରିବେ।
The post କୋହଲି-ରୋହିତଙ୍କ ଅବସର କଳ୍ପନାଜଳ୍ପନା ମଧ୍ୟରେ କପିଲ ଦେବ ଦେଲେ ଆଶ୍ଚର୍ଯ୍ୟଜନକ ବୟାନ appeared first on Dharitri Odia News.