କୋହଲିଙ୍କୁ ପଛରେ ପକାଇଲେ ଗିଲ୍, ଆଇପିଏଲ୍‌ରେ କଲେ ବଡ ରେକର୍ଡ

ଜୟପୁର  ୧୧/୦୪: ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଶୁଭମାନ ଗିଲ ଆଇପିଏଲ୍‌ ଇତିହାସରେ ରଚିଛନ୍ତି ନୂଆ କିର୍ତ୍ତୀମାନ । ଏପ୍ରିଲ ୧୦ରେ ଖେଳାଯାଇଥିବା ଆଇପିଏଲ୍‌ ସୃଷ୍ଟି କରିଛନ୍ତି ମାଇଲ ଖୁଣ୍ଟ । ସେ ଆଇପିଏଲରେ ୩୦୦୦ ରନ୍ କ୍ଲବରେ ପହଞ୍ଚିବାରେ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି । ଏହାସହ ଶୁଭମନ ଗିଲ ତାଙ୍କ ନାମ ଇଣ୍ଡିଆନ ପ୍ରିମିୟର ଲିଗର ରେକର୍ଡ ବୁକ୍‌ରେ କରିଛନ୍ତି ଏଣ୍ଟ୍ରି । ଏହି ରୋମାଞ୍ଚକର ମ୍ୟାଚରେ ୩ ଓ୍ୱାକେଟ ହରାଇ ଶେଷ ବଲ୍‌ରେ ଆଶ୍ଚର୍ଯ୍ୟଜନ ଭାବେ ବିଜୟୀ ହୋଇଛି ଗୁଜୁରାଟ ଟାଇଟାନ୍ସ । ମ୍ୟାଚରେ ପ୍ରଥମେ ଖେଳି ରାଜସ୍ଥାନ କରିଥିଲା ୧୯୬ ରନ୍ । ତେବେ ଏହି ମ୍ୟାଚ ଜରିଆରେ ୨୪ ବର୍ଷୀୟ ଶୁଭମନ ଗିଲ ୩୦୦୦ ରନ୍ ସ୍କୋର କରିବାରେ ବଡ଼ ସଫଳତା ହାସଲ କରିଛନ୍ତି । 3⃣0⃣0⃣0⃣ runs in #TATAIPL for Shubman Gill ????Another milestone for the @gujarat_titans Captain ????????Follow the Match ▶️ https://t.co/1HcL9A97Ch#RRvGT pic.twitter.com/sNLsCH0RtW— IndianPremierLeague (@IPL) April 10, 2024ସେ ଏମିତି କୀର୍ତ୍ତିମାନ ହାସଲ କରିଛନ୍ତି ଯେ, ପଛରେ ପଡିଯାଇଛନ୍ତି ବିରାଟ କୋହଲି । ପୂର୍ବରୁ ଏହି ରେକର୍ଡର ଅଧିକାରୀ ଥିଲେ କିଙ୍ଗ କୋହଲି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ୨୬ ବର୍ଷ ୧୮୬ ଦିନରେ ହାତେଇଥିଲେ ଏହି ସଫଳତା । ଆଇପିଏଲରେ ୩୦୦୦ ରନ୍ ସ୍

କୋହଲିଙ୍କୁ ପଛରେ ପକାଇଲେ ଗିଲ୍, ଆଇପିଏଲ୍‌ରେ କଲେ ବଡ ରେକର୍ଡ

ଜୟପୁର  ୧୧/୦୪: ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଶୁଭମାନ ଗିଲ ଆଇପିଏଲ୍‌ ଇତିହାସରେ ରଚିଛନ୍ତି ନୂଆ କିର୍ତ୍ତୀମାନ । ଏପ୍ରିଲ ୧୦ରେ ଖେଳାଯାଇଥିବା ଆଇପିଏଲ୍‌ ସୃଷ୍ଟି କରିଛନ୍ତି ମାଇଲ ଖୁଣ୍ଟ । ସେ ଆଇପିଏଲରେ ୩୦୦୦ ରନ୍ କ୍ଲବରେ ପହଞ୍ଚିବାରେ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି । 

ଏହାସହ ଶୁଭମନ ଗିଲ ତାଙ୍କ ନାମ ଇଣ୍ଡିଆନ ପ୍ରିମିୟର ଲିଗର ରେକର୍ଡ ବୁକ୍‌ରେ କରିଛନ୍ତି ଏଣ୍ଟ୍ରି । ଏହି ରୋମାଞ୍ଚକର ମ୍ୟାଚରେ ୩ ଓ୍ୱାକେଟ ହରାଇ ଶେଷ ବଲ୍‌ରେ ଆଶ୍ଚର୍ଯ୍ୟଜନ ଭାବେ ବିଜୟୀ ହୋଇଛି ଗୁଜୁରାଟ ଟାଇଟାନ୍ସ । ମ୍ୟାଚରେ ପ୍ରଥମେ ଖେଳି ରାଜସ୍ଥାନ କରିଥିଲା ୧୯୬ ରନ୍ । ତେବେ ଏହି ମ୍ୟାଚ ଜରିଆରେ ୨୪ ବର୍ଷୀୟ ଶୁଭମନ ଗିଲ ୩୦୦୦ ରନ୍ ସ୍କୋର କରିବାରେ ବଡ଼ ସଫଳତା ହାସଲ କରିଛନ୍ତି । 


ସେ ଏମିତି କୀର୍ତ୍ତିମାନ ହାସଲ କରିଛନ୍ତି ଯେ, ପଛରେ ପଡିଯାଇଛନ୍ତି ବିରାଟ କୋହଲି । ପୂର୍ବରୁ ଏହି ରେକର୍ଡର ଅଧିକାରୀ ଥିଲେ କିଙ୍ଗ କୋହଲି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ୨୬ ବର୍ଷ ୧୮୬ ଦିନରେ ହାତେଇଥିଲେ ଏହି ସଫଳତା । ଆଇପିଏଲରେ ୩୦୦୦ ରନ୍ ସ୍କୋର କରିଥିବା ଗିଲ ଖେଳିଛନ୍ତି ୯୪ ଟି ଇଂନିସ । 

ଏବେ ସେ ହୋଇଛନ୍ତି ଚତୁର୍ଥ ଦ୍ରୁତତମ ଖେଳାଳି ଯିଏକି ଆଇପିଏଲ ଇତିହାସରେ ସବୁଠାରୁ କମ୍ ଇନିଂସରେ ୩୦୦୦ ରନ୍ ସ୍କୋର କରିଛନ୍ତି । ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ କ୍ରିସ୍ ଗେଲ୍ ୭୫ ଇନିଂସରେ ଏହା ହାସଲ କରିବା ପରେ ଶୀର୍ଷରେ ଅଛନ୍ତି । ତାଙ୍କ ପଛକୁ ୮୦ ଟି ଇଂନିସ ଖେଳି କେ.ଏଲ୍ ରାହୁଲ ଏବଂ ୮୫ ଇଂନିସ ଖେଳି ଜୋସ୍ ବଟଲର ତାଙ୍କ ପଛକୁ ଅଛନ୍ତି ।