କ୍ରିକେଟ ପଡ଼ିଆରେ ପଶିଲା ଷଣ୍ଢ: ଜୀବନ ବିକଳରେ ଦୌଡ଼ିଲେ ଖେଳାଳି, ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୨୦।୨ : ଏବେ ସୋସିଆଲ ମିଡ଼ିଆରେ ଏକ କ୍ରିକେଟ ପଡ଼ିଆର ଦୃଶ୍ୟର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଖେଳ ସମୟରେ ଏକ ଷଣ୍ଢ କ୍ରିକେଟ ପଡ଼ିଆରେ ପ୍ରବେଶ କରିଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି। ଏହା ଦେଖି ଖେଳାଳିଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଗ୍ରାଉଣ୍ଡ ଖେଳାଳିମାନେ ଜୀବନ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ। ଏହା ସହିତ କିଛି ଫିଲ୍ଡର ଷଣ୍ଢକୁ ଘଉଡ଼ାଇବା ପାଇଁ ଦୌଡିବା ଆରମ୍ଭ କରୁଥିବାର ଦେଖାଯାଛି। କିଛି ସମୟ ପରେ ଷଣ୍ଢ ପଡ଼ିଆରୁ ପଳାଇଥିଲା। ତେବେ […] The post କ୍ରିକେଟ ପଡ଼ିଆରେ ପଶିଲା ଷଣ୍ଢ: ଜୀବନ ବିକଳରେ ଦୌଡ଼ିଲେ ଖେଳାଳି, ଭିଡ଼ିଓ ଭାଇରାଲ… appeared first on Dharitri Odia News.
ନୂଆଦିଲ୍ଲୀ,୨୦।୨ : ଏବେ ସୋସିଆଲ ମିଡ଼ିଆରେ ଏକ କ୍ରିକେଟ ପଡ଼ିଆର ଦୃଶ୍ୟର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଖେଳ ସମୟରେ ଏକ ଷଣ୍ଢ କ୍ରିକେଟ ପଡ଼ିଆରେ ପ୍ରବେଶ କରିଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି। ଏହା ଦେଖି ଖେଳାଳିଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଗ୍ରାଉଣ୍ଡ ଖେଳାଳିମାନେ ଜୀବନ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ।
ଏହା ସହିତ କିଛି ଫିଲ୍ଡର ଷଣ୍ଢକୁ ଘଉଡ଼ାଇବା ପାଇଁ ଦୌଡିବା ଆରମ୍ଭ କରୁଥିବାର ଦେଖାଯାଛି। କିଛି ସମୟ ପରେ ଷଣ୍ଢ ପଡ଼ିଆରୁ ପଳାଇଥିଲା।
ତେବେ ସେଠାରେ କେବଳ ଜଣେ ବ୍ୟାଟ୍ସମ୍ୟାନ ରହିଛନ୍ତି। ବ୍ୟାଟ୍ସମ୍ୟାନ ବ୍ୟାଟରେ ଷଣ୍ଢକୁ ଘଉଡ଼ାଇ ଥିଲେ। ଏହି ଭାଇରାଲ ଭିଡିଓରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ୟୁଜର ବ୍ୟାଟ୍ସମ୍ୟାନଙ୍କ ସାହସକୁ ପ୍ରଶଂସା କରିଥିବାବେଳେ କେତେକ କହିଛନ୍ତି ଷଣ୍ଢ ବୋଧେ କ୍ରିକେଟ ଖେଳିବାକୁ ଚାହୁଁଛି। ତେଣୁ ନିଜକୁ ଅଟକାଇ ନ ପାରି ପଡ଼ିଆରେ ପଶିଛି। ଜଣେ ୟୁଜର ମଜାଳିଆ ଢରେ କହିଛନ୍ତି -ଅଧିକ ସୁରକ୍ଷା ପାଇଁ ଅତିରିକ୍ତ ଫିଲ୍ଡର ରହିବା ଉଚିତ।
ଯଦିଓ ଏହି ଭିଡିଓ କେଉଁଠୁ ଆସିଛି ତାହା ଜଣା ପଡିନାହିଁ, କିନ୍ତୁ ଏହାକୁ ଦେଖିଲେ ଜଣାପଡେ ଯେ ଗ୍ରାମ କିମ୍ବା ସହରରେ ଏହି ସ୍ଥାନୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହୋଇଥାଇପାରେ।
When the bulls want to play cricket
Read More