କ୍ରିକେଟ ବ୍ୟାଟରେ ପିଟି ପିଟି ମାରିଦେଲେ; ପ୍ରତିବାଦରେ ରାସ୍ତାରୋକୋ

୮୬ ଦିନ ତଳେ ଏକାଧିକ ଯୁବକ ତାଙ୍କୁ ମାଡ ମାରି ଗୁରୁତର କରିଥିଲେ। ଏହାପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚାଲିଥିଲା ଚିକିତ୍ସା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କର ମୃତ୍ୟୁ ହୋଇଛି।

କ୍ରିକେଟ ବ୍ୟାଟରେ ପିଟି ପିଟି ମାରିଦେଲେ; ପ୍ରତିବାଦରେ ରାସ୍ତାରୋକୋ

କ୍ରିକେଟ ବ୍ୟାଟରେ ବାଡେଇ ବାଡେଇ ମାରିଦେଲେ। ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ ପରେ ଭୁବନେଶ୍ବର ଖଣ୍ଡିଗିରି ଛକରେ ଉତ୍ତେଜନା। ନ୍ୟାୟ ଦାବିରେ ରାସ୍ତାରୋକ କରିଛନ୍ତି ମୃତକଙ୍କ ପରିବାର ଓ ସମ୍ପର୍କୀୟ। ମୃତକ ହେଲେ ବରମୁଣ୍ଡା ଅଞ୍ଚଳରେ ପ୍ରକାଶ କୁମାର ସାହୁ।

୮୬ ଦିନ ତଳେ ଏକାଧିକ ଯୁବକ ତାଙ୍କୁ ମାଡ ମାରି ଗୁରୁତର କରିଥିଲେ। ଏହାପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚାଲିଥିଲା ଚିକିତ୍ସା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କର ମୃତ୍ୟୁ ହୋଇଛି।

ଖଣ୍ଡଗିରି ଥାନା ପୋଲିସ ମାମଲା ରୁଜୁ କରି ଗତ ଜୁଲାଇ ୧୦ ତାରିଖରେ ୨ ଜଣଙ୍କୁ ଗିରଫ କରିଥିଲା। ଏହାରି ଭିତରେ ଅନ୍ୟ ଅଭିଯୁକ୍ତମାନେ ହାଇକୋର୍ଟରୁ ଆଗୁଆ ଜାମିନ ପାଇଛନ୍ତି। 

ଅନ୍ୟପଟେ ଗାଁ ଦାଣ୍ଡରେ ହତ୍ୟା ଘଟିଛି । ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୨ ଭାଇ। ସୁନ୍ଦରଗଡ ସଦର ଥାନା ରତନପୁର ଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ମୃତକ ହେଉଛନ୍ତି ମନୋଜ ସା। ଆଜି ସକାଳେ ମନୋଜଙ୍କ ସେହି ଗ୍ରାମର ବିଜୟ ମହାନନ୍ଦିଆ ଓ ଦୁଲାମଣି ମହାନନ୍ଦିଆଙ୍କ ସହ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଏହାପରେ ଉଭୟ ମନୋଜକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଭୁଜାଲି ମାଡରେ ମନୋଜର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି ୨ ଅଭିଯୁକ୍ତ ଭାଇ। ଅଧିକ ଖୋଳତାଡ କରୁଛି ସୁନ୍ଦରଗଡ଼ ସଦର ଥାନା ପୋଲିସ।